ଏବେବି ଗାନ୍ଧୀବିଚାରର ପ୍ରାସଙ୍ଗିକତା ରହିଛି – ଶ୍ରାଦ୍ଧୋତ୍ସବରେ ମତ ପ୍ରକାଶ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ଗାନ୍ଧୀ ଏକ ନାମ ନୁହେଁ, ବିଚାର ।  ସତ୍ୟ ଓ ଅହିଂସା ଥିଲା, ଗାନ୍ଧୀଦର୍ଶନର ମୂଳମନ୍ତ୍ର । ଏହାକୁ ପାଥେୟ କରି ଯେ କୌଣସି ସମସ୍ୟାର ଆଶୁ ସମାଧାନ କରାଯାଇ ପାରେ , ବୋଲି ଆଜି ତିର୍ତ୍ତୋଲ ବ୍ଲକ ଅଧୀନସ୍ଥ ସଅଁରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୫ ତମ ତିରୋଧାନ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଅଛନ୍ତି।

ଅନୁଷ୍ଠାନର ପ୍ରଧାନଶିକ୍ଷୟତ୍ରୀ ମହାମାୟା ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନାଚକ୍ରରେ  ଯୋଗଦେଇ ଜଗତସିଂହପୁର ସାରସ୍ବତ ପରିଷଦର ସଭାପତି ତଥା ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ  ସମଗ୍ରବିଶ୍ଵରେ ଗାନ୍ଧିଜୀ ଙ୍କ ଉନ୍ନତ ବିଚାର ଧାରା, ଆଦର୍ଶ ଜୀବନଚର୍ଯ୍ୟ। ରହିଚି ବୋଲି ମତ ପ୍ରକାଶ କରିଥିଲେ।

ଅନ୍ୟତମ ଆଲୋଚିକା ପୁଷ୍ପାଞ୍ଜଳୀ ମହାରଣା, ଶିକ୍ଷକ ଟୁଟୁ ଦାସ , ଶିକ୍ଷୟତ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ , ଜୟନ୍ତୀପ୍ରଭା ଦାସ , ଲକ୍ଷ୍ମୀପ୍ରିୟା ସ୍ୱାଇଁ ଓ ଶିକ୍ଷକ ବାବୁଲି ସ୍ୱାଇଁ ପ୍ରମୁଖ ଏଥିରେ ଭାଗ ନେଇ, ଗାନ୍ଧୀଦର୍ଶନ ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଏହି ଉପଲକ୍ଷେ ଅନୁଷ୍ଠିତ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ କୃତ୍ତିତ୍ଵ ଅର୍ଜ୍ଜନ କରିଥିବା ଆୟେଶା , ବିପଶା , ଛନ୍ମୟୀ, ତପସ୍ଵିନୀ, ସୌଭାଗିନି , ସୂର୍ଯ୍ୟସ୍ମିତା ଓ ସତ୍ୟରଞ୍ଜନ ଙ୍କୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନୀ ପୁସ୍ତକ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଶିକ୍ଷକ ପ୍ରଭାତ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *