F1f78357 46f6 4f20 8997 E3db95e92eab

ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ଦାସ ସ୍ୱାଇଁ ମହାପାତ୍ରଙ୍କ ସାରଳା ମନ୍ଦିର ପରିଦର୍ଶନ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ଶ୍ରୀକ୍ଷେତ୍ର ପୁରୀର  ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ଦାସ ସ୍ୱାଇଁ ମହାପାତ୍ର, ଗତ ସୋମବାର ଦିନ ମଧ୍ୟାହ୍ନରେ , ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ପହଞ୍ଚିବା ପରେ, ତାଙ୍କୁ ମାଆଙ୍କ ପଣ୍ଡା ସେବକ ମାନେ, ମନ୍ଦିର ବେଢ଼ା ଭିତରକୁ ପାଛୋଟି ନେଇଥିଲେ। ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ, ସେ ନିଜର ପରିବାରର ସଦସ୍ୟ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସହିତ ବେଢ଼ା ପରିକ୍ରମା ଓ ପାର୍ଶ୍ଵ ଦେବଦେବୀଙ୍କର ଦର୍ଶନ କରିଥିଲେ।

ଏହି ଅବସରରେ, ମାଆଙ୍କ ପଣ୍ଡା ସେବକ ମାନେ ତାଙ୍କୁ ମାଆଙ୍କ ଆଜ୍ଞାମାଳ, ଉତ୍ତରୀୟ ଚନ୍ଦନ ସିନ୍ଦୁର ପ୍ରଦାନ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କ ସହିତ ଏନ ଏଚ୍ ଏସ୍ ହାଇୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ସୁଶାନ୍ତ କୁମାର ମହାନ୍ତି , ସ୍ମୁତିସୁଧା ନାୟକ ଓ ବାବୁ ସେନାପତି ଙ୍କ ସମେତ ଆତ୍ମୀୟ ସ୍ୱଜନ ମାନେ ସମେତ ଏହି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ପରେ ପରେ ସେ ନିକଟସ୍ଥ ପ୍ରସିଦ୍ଧ ବିଭୁତିକ୍ଷେତ୍ର ସିଦ୍ଧ ଗୋରେଖନାଥ ଙ୍କ ମଠ ଦର୍ଶନ କରି, ପୁନଃଶ୍ଚ ସାରଳା ମନ୍ଦିରକୁ ଫେରିଆସି, ଏଠାରେ ପ୍ରସାଦ ସେବନ କରିବା ସହିତ, କେତେକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତକାରରେ କହିଲେଯେ, ପୂର୍ବଅପେକ୍ଷା ସମ୍ପ୍ରତି ସାରଳାପୀଠ ରେ ବହୁ ଉନ୍ନତି ହୋଇଥିବା, ଆମେ ଦେଖିବାକୁ ପାଇଲୁ। ଆଉ କିଛି ଉନ୍ନତିକରଣ କାମର ମଧ୍ୟ ଆବଶ୍ୟକତା ରହିଛି । ଚଳିତ ନୂଆ ସରକାର, ନିଶ୍ଚିତ ଭାବରେ ଏଥିପ୍ରତି ଯଥାର୍ଥ ଦୃଷ୍ଟିଦେବେ ବୋଲି ଆମର ଦୃଢ଼ ଆଶା ଓ ବିଶ୍ବାସ ରହିଛି। ଏ ବିଷୟରେ ଜିଲ୍ଳାର ମନ୍ତ୍ରୀ ସମ୍ପଦ ସ୍ଵାଇଁ ଙ୍କୁ ଅବଗତ କରାଇଲେ, ସେ ଜଣେ ଉଦୀୟମାନ ଯୁବକ ହୋଇଥିବାରୁ, ମାଆଙ୍କ ପୀଠର ସମ୍ପ୍ରସାରଣ ଓ ବିକାଶ କାମ କୁ ତ୍ୱରାନ୍ୱିତ କରିବେ ବୋଲି ସେ ପରାମର୍ଶ ଦେଇଥିଲେ। ସୂଚନା ଯୋଗ୍ୟ ପୂର୍ବଦିନ ଶ୍ରୀ ଦାସମହାପାତ୍ର, ପାରାଦୀପର ଏକ ନବନିର୍ମିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *