ଜଗତସିଂହପୁର/ଝଙ୍କଡ଼ : ଯେଉଁ ପର୍ଯ୍ୟନ୍ତ ନାରୀମାନଙ୍କ ବିକାଶ ଓ ମାତୃଶକ୍ତି ର ଯଥାର୍ଥ ସମ୍ମାନ କରା ନ ଯାଇଛି, ସେ ପର୍ଯ୍ୟନ୍ତ ଦେଶ ବା ବିଶ୍ଵର ପ୍ରଗତୀ, ଉନ୍ନତି ଆଦୌ ହୋଇ ପାରିବ ନାହିଁ, ବୋଲି ଗତ ରବିବାର ଦିନ ପୂର୍ବାହ୍ନରେ, ତିର୍ତ୍ତୋଲ ସ୍ଥିତ, ବୀଣାପାଣି ମଣ୍ଡପରେ, ମହିଳା ସଶକ୍ତିକରଣ ଦିବସ ପାଳନ ଅବସରରେ, ଯୋଗଦେଇ ନିମନ୍ତ୍ରିତ ଅତିଥି ମାନେ ମତବ୍ୟକ୍ତ କରିଅଛନ୍ତି। ଉତ୍କଳ ଗ୍ରାମ ସ୍ଵରାଜ୍ୟ ର ର ସଭାପତି ତଥା ବରିଷ୍ଠ ଆଇନଜୀବି ମନୋଜ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାଶାଖାର ସଭାନେତ୍ରୀ କବିତା ମିଶ୍ର, ସଭାପତିତ୍ବ କରିଥିଲାବେଳେ, ମୁଖ୍ୟଅତିଥି ଭାବେ ଆଇନଜୀବି ସୁଜାତା ଜେନା, ମୁଖ୍ୟବକ୍ତା ଅଲ୍ ଓଡିଶା ଗୋପାଳ ସମାଜର ରାଜ୍ୟ ସମ୍ପାଦକ ନାରାୟଣ ଡl ଲୁଆ , ପ୍ରମୁଖ ଅତିଥି ନିଖିଳ ଓଡିଶା ସ୍ୱେଚ୍ଛାସେବୀ ମହାସଂଘ ର ରାଜ୍ୟସମ୍ପାଦକ ଅନ୍ତର୍ଯ୍ୟାମୀ ବରାଳ ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ନରହରି ମିଶ୍ର ଓ ସାରଳା ସଂସ୍କୃତି ଗବେଷକ ତଥା ସାମ୍ୱାଦିକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।
୧୯୯୭ ମସିହା ଠାରୁ ଏହି ଉତ୍କଳ ଗ୍ରାମ ସ୍ଵରାଜ୍ୟ ତରଫରୁ ବିଭିନ୍ନଜିଲ୍ଲାରେ ରକ୍ତଦାନ ଶିବିର, ଅସହାୟ ଗରିବ ମାନଙ୍କୁ ସହାୟତା ଓ ଥଇଥାନ, ବୃକ୍ଷରୋପଣ, ସାମାଜିକ ନ୍ୟାୟ ପ୍ରଦାନ ଶୀତବସ୍ତ୍ର ବଣ୍ଟନ, ଶିଶୁସୁରକ୍ଷା ଓ ଶିକ୍ଷାଦାନ ଆଦି କ୍ଷେତ୍ରରେ ସେବା ଯୋଗାଇଦେଇ ଆସିଥିବାରୁ, ଅତିଥିମାନେ ଅନୁଷ୍ଠାନର ଉଚ୍ଚପ୍ରଶଂସା କରିଥିଲେ। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ୧୮୦ ଜଣ ମହିଳାଙ୍କୁ ମାନପତ୍ର , ଉତ୍ତରୀୟ ଓ ଶ୍ରୀମଦ୍ ଭଗବତ ଗୀତା ଗ୍ରନ୍ଥ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା । ସୌମ୍ୟାଶ୍ରୀ ପ୍ରିୟଦର୍ଶିନି ସଂଯୋଜନା ଓ ଉପସ୍ଥାପନା କରିଥିବା ବେଳେ , ଜ୍ୟୋତି ମହାସଂଘ ର ତିର୍ତ୍ତୋଲ ବ୍ଲକ ସଭାନେତ୍ରୀ ସବିତା ରାଉତ , ଅନୁଷ୍ଠାନର କର୍ମକର୍ତ୍ତା ଅନନ୍ତ ଜେନା, ମନୋଜ ସିଂହ , ବୈକୁଣ୍ଠ ନାଥ ମିଶ୍ର, ସୂର୍ଯ୍ୟକର ମହାନ୍ତି, ରଞ୍ଜିତ ପରିଡ଼ା, ଚିତ୍ତରଞ୍ଜନ ଲେଙ୍କା ଓ ଗୌରାଙ୍ଗ ଚରଣ ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ତେବେ ଉତ୍କକ ଗ୍ରାମ ସ୍ଵରାଜ ତରଫରୁ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଓଡିଶା ର ବରପୁତ୍ର ମାନଙ୍କର ପ୍ରତିଷ୍ଠା କରାଯାଉଥିବରୁ, ସାଧାରଣରେ ଏହାର ଉଚ୍ଚପ୍ରଶଂସା କରାଯାଉଛି । ପରିଶେଷରେ ମହିଳା ସମ୍ପାଦକ ସସ୍ମିତା ମଲ୍ଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।