Ef6dc318 26c3 40b4 8b94 C38293b0380f

କୈବର୍ତ୍ତମାନେ ଥିଲେ କଳିଙ୍ଗର କର୍ଣ୍ଣଧାର ଚଇତି ମହୋତ୍ସବ ଓ ଘୋଡ଼ା ମେଲଣରେ ମତପ୍ରକାଶ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ଆମ ରାଜ୍ୟ ଓଡିଶା କୁ ସମୃଦ୍ଧଶୀଳ କରି ଅର୍ଥନୈତିକ ଅଭିବୃଦ୍ଧି କରିବା କ୍ଷେତ୍ରରେ କୈବର୍ତ୍ତ ମାନେ ନୌଚାଳନା କରି ସାତ ସମୁଦ୍ର ତେର ନଇ ପାରିହୋଇ ସାଧବ ପୁଅ ମାନଙ୍କୁ ଜାଭା ସୁମାତ୍ରା ବାଲି ଆଦି ବିଦେଶ କୁ ନେଇ ଯାଉଥିଲେ । ଏପରିକି ଜଗତର ନାଥ ଜଗନ୍ନାଥ ଙ୍କ ବ୍ରହ୍ମ କୁ ମଧ୍ୟ ସୁରକ୍ଷିତ କରି, ଗୁପ୍ତ ସ୍ଥାନକୁ ବୋହି ନେଇଥିଲେ। ତେଣୁ ବାସ୍ତବରେ, କୈବର୍ତ୍ତ ମାନେ ହିଁ କଳିଙ୍ଗର କର୍ଣ୍ଣଧାର ଥିଲେ ବୋଲି ଗତ ରବିବାର ଦିନ ପୂର୍ବାହ୍ନରେ, ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ଅନୁଷ୍ଠିତ ଚଇତି ମହୋତ୍ସବ, ଘୋଡ଼ା ମେଲଣ ଉପଲକ୍ଷେ ଆୟୋଜିତ ସଭାରେ ମତ ପ୍ରକାଶ ପାଇଛି। ସାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ଅନୁକୁଲ୍ୟ ରେ ଏହି କାର୍ଯ୍ୟକ୍ରମରେ , କନକ ପୁର ବସନ୍ତବଗିଚା ଠାରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ରେ ୪୦ ରୁ ଉର୍ଦ୍ଧ୍ବ ଚଇତି ଘୋଡ଼ା ସହିତ ରାଉତ ରାଉଟାଣି , ପାରମ୍ପରିକ ବାଦ୍ୟ ର ତାଳେ ତାଳେ ନାଚି ନାଚି ମାଆ ସାରଳା ଙ୍କ ମନ୍ଦିରରେ ପହଞ୍ଚିବା ପରେ ମାଆଙ୍କ ବଡପଣ୍ଡା ଓ ସେବାୟତ ମାନେ ଏହି ଘୋଡ଼ା ଗୁଡ଼ିକ ପୂଜାକରି ଅଙ୍ଗବସ୍ତ୍ର ପ୍ରଦାନ କରିଥିଲେ। ମନ୍ଦିର ବେଢ଼ା ପରିକ୍ରମା କରିବା ପରେ , ସଭାମଞ୍ଚ ନିକଟରେ ପହଞ୍ଚିବା ପରେ, ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ, ସୁଶ୍ରୀ ମନୀସା ମିଶ୍ର ଅତିଥି ମାନଙ୍କୁ ଆସନ ଅଳଙ୍କୃତ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ମହାସଂଘର ସଭାପତି ପ୍ରହଲ୍ଲାଦ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ନିଖିଳ ଓଡିଶା କୈବର୍ତ୍ତ ମହାସଂଘ ର କାର୍ଯ୍ୟକାରୀ ସଭାପତି ମନୋଜ କୁମାର ବେହେରା, ଉପ ସଭାପତି ପ୍ରସନ୍ନ ବେହେରା , ଯୁବମଞ୍ଚ ସମ୍ପାଦକ ଦିଲ୍ଲିପ କୁମାର ବେହେରା, ବ୍ୟବସାୟ ମଞ୍ଚ ସଭାପତି ରତ୍ନାକର ବେହେରା ରାଜ୍ୟ ସଂପାଦକ ବୈଜ୍ଞାନିକ ସନ୍ତୋଷ କୁମାର ବେହେରା, ପ୍ରାକ୍ତନ ଯୁଗ୍ମନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ବେହେରା ଙ୍କ ସମେତ ଚିଲିକା, କୋଣାର୍କ, ଅସ୍ତରଙ୍ଗ, ଧାମରା ଆଦି ଅଞ୍ଚଳ ର କୈବର୍ତ୍ତ ପ୍ରତିନିଧି ମାନେ ସମ୍ମାନିତ ଅତିଥି ଭାବେ, ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

0c3bf307 E28c 4d4e 91f6 Adae445eeb80

ସାରଳା ମଣ୍ଡଳ ର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ବେହେରା ପ୍ରାରମ୍ଭିକ ସୂଚନା, ସ୍ବାଗତ ଭାଷଣ ଦେଇଥିବା ବେଳେ, ସାଂସଦ ଙ୍କ ପତ୍ନୀ ରାନୁଶ୍ରୀ ତରାଇ ସ୍ବତନ୍ତ୍ର ଅତିଥି ଭାବେ ମଞ୍ଚ ମଣ୍ଡନ କରିଥିବା ବେଳେ କୈଳାଶ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟକାର୍ଯ୍ୟାଳୟ ଝଙ୍କଡ଼ ସାରଳା ପୀଠ ରେ ନିର୍ମାଣାଧୀନ ମା ବାସେଲି ମନ୍ଦିର , ସ୍ଥାୟୀ ଆସ୍ଥାନ ଓ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଆର୍ଥିକ ଅନୁଦାନ ପ୍ରଦାନ , ଦେବୀନଦୀ ଓ ଜଟାଧାର ମୁହାଣ ଖନନ , ବ୍ୟାପକ ଶିଳ୍ପାୟନ ଯୋଗୁଁ ଜୀବିକା ହରାଉଥିବା ମତ୍ସ୍ୟଜିବୀ ପରିବାର କୁ ନିଯୁକ୍ତି ପ୍ରଦାନ , ପାରାଦୀପ ରେ ଏକ ଆଦର୍ଶ ମତ୍ସ୍ୟଜୀବୀ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ଓ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଗୁଡ଼ିକୁ ସ୍ବାବଲମ୍ବୀ କରିବା ପାଇଁ ମିଳୁଥିବା ସରକାରୀ ଅନୁଦାନ ଅର୍ଥ ୨ ଲକ୍ଷ ଟଙ୍କା ପରିବର୍ତ୍ତେ ଅନ୍ୟୁନ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା ଆଦି ୧୨ ଗୋଟି ଦାବୀ ସମ୍ବଳିତ, ଦାବୀପତ୍ର ପ୍ରଦାନ କରାଯିବ ବୋଲି, ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ସଙ୍ଗଠନ ସମ୍ପାଦକ ଅମର କୁମାର ଦାସ ଙ୍କ ସମେତ ଗୋପାଳ ଚରଣ ଖଟୁଆ, ମନୋରଞ୍ଜନ ଦଳାଇ, ନିମାଇଁ ଚରଣ ଖଟୁଆ ଓ ପ୍ରଦୀପ୍ତ ବେହେରା ପ୍ରମୁଖ କର୍ମକର୍ତା ମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *