E072dd33 9adb 4674 A8c2 8ea3cea5464d

ଅଖିଳ ଭାରତୀୟ ସାହିତ୍ୟ ପରିଷଦ କଟକ ଶାଖା ପକ୍ଷରୁ ଆଲୋଚନା ଚକ୍ର

ରାଜ୍ୟ
Spread the love

କଟକ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ କଟକ ଶାଖାର ଏକ ବୈଠକ ନୂଆପଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପଶ୍ଚିମ ବଙ୍ଗରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ହିଂସା ପ୍ରତି ଗଭୀର ଶୋକ ପ୍ରକାଶ କରା ଯାଇଥିଲା । ଆଗାମୀ ଦିନ ମାନଙ୍କରେ ଯୁବପୀଢ଼ିମାନଙ୍କୁ ରାଷ୍ଟ୍ରବାଦୀ ଭାବନାରେ ଯୋଡିବା ପାଇଁ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମ ମାନ କରାଯିବା ନେଇ ଆଲୋଚନା କରା ଯାଇଥିଲା ।

ଅଧ୍ୟାପକ ପ୍ରସନ୍ନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଧ୍ୟାପକ ମଣ୍ଟୁ ଜେନା,ସାହିତ୍ୟିକ ଚୈତନ୍ୟ ପ୍ରସାଦ ରାଉତ,ଶିକ୍ଷାବିତ୍ ଡଃ.ସନ୍ତୋଷ କୁମାର ପଣ୍ଡା, ଶିକ୍ଷାବିତ୍ ସୁଶିଲ କୁମାର ରାଉତ, ଇଂ.ସେବକ ଶ୍ରୀକାନ୍ତ, ସାହିତ୍ୟିକା ଗୀତାଞ୍ଜଳି ପୃଷ୍ଟି, ଶିକ୍ଷାବିତ୍ ବନିତା ପତି,ସାହିତ୍ୟିକ ଅରବିନ୍ଦ କର, ଶିକ୍ଷାବିତ୍ ଗୋବିନ୍ଦ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ । ଆଗାମୀ ଦିନ ମାନଙ୍କରେ ବିଭିନ୍ନ ସାମାଜିକ ଗଣ ମଧ୍ୟମ ଓ ପତ୍ରପତ୍ରିକା ମାନଙ୍କରେ ରାଷ୍ଟ୍ରବାଦୀ ଚିନ୍ତାଧାରାର ଲେଖାମାନ ପ୍ରକାଶିତ କରି ଏହାର ପ୍ରଚାର ପ୍ରସାର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *