93f67a62 D760 4ec8 8f80 7387343da345

ସାରଳାଙ୍କ ନିତ୍ୟ ସେବକ ପୂର୍ଣ୍ଣଚନ୍ଦ୍ର ରାଉଳଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

ରାଜ୍ୟ
Share

ଜଗତସିଂହପୁର /ଝଙ୍କଡ଼ :  ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ନିତ୍ୟ ସେବକ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ରାଉଳ ଙ୍କ ଏକାଦଶାହ ଉପଲକ୍ଷେ ଗତ ସୋମବାର ଦିନ ସନ୍ଧ୍ୟାରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳୀ ସଭା ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି।

କନକପୁର ଦେଉଳି ସ୍ଥିତ କନକେଶ୍ୱର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସ୍ମୃତିସଭାରେ ସାରଳା ମନ୍ଦିରର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା , ବରିଷ୍ଠ ସେବାୟତ ଲକ୍ଷ୍ମୀଧର ମହାପାତ୍ର, ଆଇନଜୀବି ପ୍ରହଲ୍ଲାଦ ନାୟକ, ଅଭିରାମ ଆଚାର୍ଯ୍ୟ , ରଶ୍ମୀ ରଞ୍ଜନ ରାଉଳ, ଇଞ୍ଜିନିୟର ସୁମିତ୍ ଦାସ, ସମିରେନ୍ଦ୍ର ରାଉଳ, କିଶୋର ଚନ୍ଦ୍ର ରାଉଳ , ପ୍ରଦୀପ୍ତ କୁମାର ନାୟକ , ରମେଶ ଚନ୍ଦ୍ର ସ୍ୱାଇଁ , ପଣ୍ତିତ ସଦାଶିବ ଦାସ, ପୁର୍ବତନ ସରପଞ୍ଚ ବିଜୟ ନାୟକ , ବିଜୟ କୁମାର ରାଉଳ, ନିରଞ୍ଜନ ରାଉଳ , ଆଶିଷ କୁମାର ସେଠୀ , ସତ୍ୟଭୂଷଣ ଦାସ , ନୃସିଂହ ଚରଣ ନାୟକ ଓ ବିଜୟ ରାଉଳ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପୂର୍ଣ୍ଣ ଚନ୍ଦ୍ର ରାଉଳ ଜଣେ ସରଳ, ନିରାଡମ୍ବର, ମିଷ୍ଟଭାଷୀ ଓ ନିଷ୍ଠାପର ମାତୃସେବକ ବୋଲି, ନିଜ ନିଜର ବକ୍ତବ୍ୟ ରେ ଉପସ୍ଥାପନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ବଡ ପୁଅ ରଞ୍ଜନ କୁମାର ରାଉଳ ( ଅରକ୍ଷିତ) ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିଥିବାବେଳେ , ଏହି ସମସ୍ତ କାର୍ଯ୍ୟକ୍ରମକୁ ରମେଶ ଚନ୍ଦ୍ର ରାଉଳ ପ୍ରଭାତୀ ରାଉଳ, ନିରୁପମା ରାଉଳ, ମଞ୍ଜୁଲତା ମହାପାତ୍ର, ଆଦିତ୍ୟ ରାଉଳ ଓ ଆରୀୟାନ୍ ରାଉଳ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *