ଘାଟିରେ ଜଳିଗଲା ଓଏସଆରଟିସି ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସେମିଳିଗୁଡା, ୬/୧୧: କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ସାଲୁର୍‌ ଘାଟିରେ ଗୁରୁବାର ସକାଳେ ଓଡିଶା ରାଜ୍ୟ ସଡକ ପରିବହନ ନିଗମ(ଓଏସଆରଟିସି) ବସ ନିଆଁ ଲାଗି ଜଳିଯାଇଛି। ତେବେ ଯାତ୍ରୀମାନେ ତୁରନ୍ତ ବସରୁ ଓହ୍ଲାଇଯିବାରୁ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ। ଉଭୟ ରାଜ୍ୟ ପାର୍ଶରୁ ଆସୁଥିବା ସମସ୍ତ ଯାନବାହନ କିଛି ସମୟ ଧରି ଅଟକି ରହିବା ଫଳରେ ରାସ୍ତା ଜାମ ହୋଇଥିଲା।ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ବିଜୟନଗରମଠାରୁ ଭୋର୍‌ ୫ଟା ସମୟରେ ଓଡିଶାର ଜୟପୁର ଅଭିମୁଖେ ଏହି ଓଏସଆରଟିସି ବସଟି […]

ସଂପୂର୍ଣ୍ଣ ପଢନ୍ତୁ

ଓସିଏସ ପ୍ରାରମ୍ଭିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି।

ଭୂବନେଶ୍ଵର, ୬/୧୧:ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପ୍ରାରମ୍ଭିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଏହି ପରୀକ୍ଷାରେ ୨୪୦୫ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୮୧ ମହିଳା ପ୍ରାର୍ଥୀ ରହିଛନ୍ତି। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥିମାନେ ଓସିଏସ ମୁଖ୍ୟ ପରୀକ୍ଷାରେ ଭାଗନେବେ। ଆସନ୍ତା ୨୦୨୬ ଜାନୁୟାରୀ ଶେଷ ସପ୍ତାହ କିମ୍ବା ଫେବୃୟାରୀ ପ୍ରଥମ ସପ୍ତାହ ସୁଦ୍ଧା ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ। ଖୁବଶୀଘ୍ର ମୁଖ୍ୟ ପରୀକ୍ଷା ତାରିଖ ଓପିଏସସି ପକ୍ଷରୁ […]

ସଂପୂର୍ଣ୍ଣ ପଢନ୍ତୁ

କଟକ ବାଲିଯାତ୍ରା ପୂର୍ବ ଭାରତର ସର୍ବବୃହତ୍‌ ବାଣିଜ୍ୟିକ ଓ ସାଂସ୍କୃତିକ ମେଳା : ମୁଖ୍ୟମନ୍ତ୍ରୀ

କଟକ, ୬/୧୧ : ଓଡ଼ିଶାର ଗୌରବମୟ ଇତିହାସର ସୁନ୍ଦର ପରିଚୟ ଐତିହାସିକ ବାଲିଯାତ୍ରା। ଏହା କେବଳ ମେଳା ନୁହେଁ; ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ଓଡ଼ିଆ ସାଧବ ପୁଅଙ୍କ ସାହସ ଆଉ ବାଣିଜ୍ୟର ଜୀବନ ସ୍ମୃତି। ବାଲିଯାତ୍ରା ପୂର୍ବ ଭାରତର ସବୁଠାରୁ ବଡ଼ ସାଂସ୍କୃତିକ ମୁକ୍ତାକାଶ ବାଣିଜ୍ୟିକ ମେଳା। ବାଲିଯାତ୍ରା ଅାୟୋଜନ ପାଇଁ ପୂର୍ବରୁ ୨ କୋଟି ଟଙ୍କା ସରକାରୀ ଅନୁଦାନ ମିଳୁଥିବା ବେଳେ ଚଳିତ ବର୍ଷ ଐତିହାସିକ ଉତ୍ସବ ପାଇଁ ୧୦ କୋଟି ଟଙ୍କା ସରକାରୀ […]

ସଂପୂର୍ଣ୍ଣ ପଢନ୍ତୁ

ମା ବାଗେଶ୍ବରୀଙ୍କ ପୀଠରେ ଭାଗବତ ସମ୍ମାନ ପ୍ରଦାନ ସମାରୋହ

ମାହାଙ୍ଗା,୬/୧୧:ଶ୍ରୀମଦ ଭାଗବତ ମହା ପୁରାଣ ଓଡ଼ିଶାର ଘରେ ଘରେ ବେଶ ଆଦୃତ ହୋଇପାରିଛି l ଓଡ଼ିଆ ଭାଗବତର ସରଳ ତରଳ ସାବଲୀଳ ତଥା ଅମୃତମୟ ଗାଥା ପ୍ରତିଟି ଓଡ଼ିଆଙ୍କ ମନ ପ୍ରାଣକୁ ବିମୋହିତ କରିଆସିଛି l ପୁଣ୍ୟ ଓ ପବିତ୍ର କାର୍ତ୍ତିକ ମାସରେ ଉତ୍କଳର ଅଧିକାଂଶ ମଠ, ମନ୍ଦିର ଏବଂ ଗାଁ’ ଗଣ୍ଡାରେ ଭାଗବତ ପାରାୟଣ ବେଶ ଆନନ୍ଦ ଉତ୍ସାହର ସହିତ ଆୟୋଜିତ ହେବା ଦେଖିବାକୁ ମିଳେ l ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବନଗୁରୀଆ […]

ସଂପୂର୍ଣ୍ଣ ପଢନ୍ତୁ

ପଞ୍ଚକର ଶେଷ ଦିନରେ ରାଜାରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ, ୫/୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜି ରାଜାରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଭୋରରୁ ଦ୍ୱାରଫିଟା ପରେ ନୀତିକାନ୍ତି ବଢିବା ସହ ସୁରୁଖୁରୁରେ ସର୍ବସାଧାରଣ ଦର୍ଶନ ଚାଲିଛି । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି । ମହାପ୍ରଭୁ ପ୍ରତିବର୍ଷ ୫ଥର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ […]

ସଂପୂର୍ଣ୍ଣ ପଢନ୍ତୁ

ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ପାରାଦୀପ, ୫/୧୧: ପାରାଦୀପ ବନ୍ଦରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଇଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଇତ ବନ୍ଦାଣ ଓ ବାଲିଯାତ୍ରା ମାତ୍ର ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବମାନଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ତ୍ରୀ, ଶାଶୁ-ଶ୍ୱଶୁରଙ୍କୁ ହାଣିଲା ଜ୍ୱାଇଁ

ବାଙ୍କି, ୫/୧୧: ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ବାଙ୍କୀରେ ଅଭାବନୀୟ ଘଟଣା ଘଟିଛି । କଟକ ଜିଲା ବାଙ୍କୀ ଶିଶୁଆ ଗାଁରେ ଜ୍ୱାଇଁର ଉନ୍ମତକାଣ୍ଡ । ସ୍ତ୍ରୀ ସହ ଶାଶୁ ଓ ଶ୍ୱଶୁରଙ୍କୁ କଟୁରୀରେ ହାଣିଲା ଜ୍ୱାଇଁ । ସ୍ତ୍ରୀକୁ ସାଙ୍ଗରେ ନେବାକୁ ବାଧ୍ୟ କରିଥିଲା ଜ୍ୱାଇଁ । ଏହି ସମୟରେ ସ୍ତ୍ରୀ ଅରାଜି ହୋଇଥିଲେ ଏବଂ ଶାଶୁ ଓ ଶ୍ୱଶୁର ବିରୋଧ କରିବାରୁ ସମସ୍ତଙ୍କୁ ଆକ୍ରମଣ କରିଥିଲା ଜ୍ୱାଇଁ । ତିନି ଜଣଙ୍କୁ କଟୁରୀରେ ହାଣି ଆକ୍ରମଣ […]

ସଂପୂର୍ଣ୍ଣ ପଢନ୍ତୁ

ପୀତବାସ ପଣ୍ଡା ହତ୍ୟକାଣ୍ଡର କ୍ରାଇମ୍ ସିନ୍ ରିକ୍ରିଏସନ୍

ବ୍ରହ୍ମପୁର, ୫/୧୧ : ବହୁଚର୍ଚ୍ଚିତ ବିଜେପି ନେତା ତଥା ଆଇନ୍‌ଜୀବି ପିତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାର କ୍ରାଇମ୍ ସିନ୍ ରିକ୍ରିଏସନ୍ କଲେ ହତ୍ୟାକାରି । ପୁଲିସ୍‌ର କଡ଼ା ସୁରକ୍ଷା ଭିତରେ କ୍ରାଇମ୍ ସିନ୍ର ରିକ୍ରିଏସନ୍ କରାଯାଇଛି । ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ବ୍ରହ୍ମପୁର ସହରର ବୈକୁଣ୍ଠଡ଼ଗର ଅଞ୍ଚଳରେ ପୁଲିସ୍ ସାର୍ପ ସୁଟର କୁରୁପତି ଓ ବାଇକ୍ ଚାଳକ ଚିଣ୍ଟୁକୁ ନେଇ ସିନ୍ ରିକ୍ରିଏସନ୍ କରାଇଛି । ଉଭୟ ହତ୍ୟାକାଣ୍ଡ ସମୟର ସଂପୂର୍ଣ୍ଣ ଦୃଶ୍ୟ ଦେଖାଇଛନ୍ତି । କେମିତି […]

ସଂପୂର୍ଣ୍ଣ ପଢନ୍ତୁ

ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ, ୫/୧୧: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଐତିହାସିକ କଟକ ବାଲିଯାତ୍ରା ବୁଧବାର ଉଦଘାଟିତ ହୋଇଯାଇଛି। ଏ ନେଇ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ।ବାଲିଯାତ୍ରାକୁ ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଅତିଥିବୃନ୍ଦ ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ। ପ୍ରଥମ ଦିନରେ ବାଲିଯାତ୍ରାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

ସଂପୂର୍ଣ୍ଣ ପଢନ୍ତୁ

ସାରଳା ପୀଠ କନକପୁର ରେ ଚତୁର୍ଥ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ

ଝଙ୍କଡ଼, ୫/୧୧: ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ଗ୍ରାମପଞ୍ଚାୟତ ଆନୁକୂଲ୍ୟରେ ଓ ବିଶିଷ୍ଟ ସମାଜସେଵୀ ତଥା ପରିବେଶବିତ ଅଶୋକ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ, ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ଵସ୍ଥ ସାରଳାଦାସ ସରୋବର ରେ ଗତ ପବିତ୍ର କାର୍ତ୍ତିକ ପୂର୍ଣମୀ ଦିନ ପୂର୍ବାହ୍ନରେ ଚତୁର୍ଥବାର୍ଷିକ ବୋଇତବନ୍ଦାଣ ଉତ୍ସବ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ରେବତୀ ମହାନ୍ତି ସାଧବାଣୀ ସାଜି ଏହି ଉତ୍ସବ କୁ ଉଦଘାଟନ କରିବା ସମୟରେ, ଝଙ୍କଡ଼ ସାରଦା ବେଦବିଦ୍ୟା […]

ସଂପୂର୍ଣ୍ଣ ପଢନ୍ତୁ