ଓସିଏସ ପ୍ରାରମ୍ଭିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି।

ଜିଲା ଖବର ଭୁବନେଶ୍ୱର ରାଜ୍ୟ
Spread the love

ଭୂବନେଶ୍ଵର, ୬/୧୧:ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପ୍ରାରମ୍ଭିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଏହି ପରୀକ୍ଷାରେ ୨୪୦୫ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୮୧ ମହିଳା ପ୍ରାର୍ଥୀ ରହିଛନ୍ତି। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥିମାନେ ଓସିଏସ ମୁଖ୍ୟ ପରୀକ୍ଷାରେ ଭାଗନେବେ। ଆସନ୍ତା ୨୦୨୬ ଜାନୁୟାରୀ ଶେଷ ସପ୍ତାହ କିମ୍ବା ଫେବୃୟାରୀ ପ୍ରଥମ ସପ୍ତାହ ସୁଦ୍ଧା ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ। ଖୁବଶୀଘ୍ର ମୁଖ୍ୟ ପରୀକ୍ଷା ତାରିଖ ଓପିଏସସି ପକ୍ଷରୁ ଘୋଷଣା କରାଯିବ।କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଓପିଏସସି ଓ୍ବେବସାଇଟ www.opsc.gov.in ରେ ଉପଲବ୍ଧ ରହିଛି।

Leave a Reply

Your email address will not be published. Required fields are marked *