ନୂଆବର୍ଷରୁ କଡ଼ାକଡ଼ି ହେବ ଯାନବାହନ ଯାଞ୍ଚ

ଭୂବନେଶ୍ଵର, ୨୨/୧୨: ଜାନୁଆରୀ ପହିଲାରୁ ରାଜ୍ୟରେ ଯାନବାହନ ଯାଞ୍ଚ କଡ଼ାକଡ଼ି ହେବ। ଏ ନେଇ ସୋମବାର ସୂଚନା ଦେଇଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର। ସେ କହିଛନ୍ତି ଯେ, ଏମଭିଆଇ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତେ ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣାକୁ ରୋକିହେବ।ସେ ଆହୁରି କହିଛନ୍ତି ଯେ, ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଏବଂ ଡିଲରଙ୍କ ସହିତ ଆଲୋଚନା କରାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(ପିୟୁସିସି) ସମ୍ପର୍କରେ ପେଟ୍ରୋଲ ପମ୍ପଗୁଡ଼ିକର ଆଉଟଲେଟ୍‌ରେ […]

ସଂପୂର୍ଣ୍ଣ ପଢନ୍ତୁ

ରାମଦାସ ମହାରାଜଙ୍କ ସମାଧି ପ୍ରତିଷ୍ଠା ଦିବସ ! କିଣା ପଡିଆ ମଠ ଉତ୍ସବ ମୁଖର

ମାହାଙ୍ଗା, ୨୨/୧୨: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ କିଣା ପଡିଆ ରାମ ବାବାଙ୍କ ଆଶ୍ରମରେ ବାବାଜୀ ରାମଚନ୍ଦ୍ର ଦାସଙ୍କ ନବମ ବାର୍ଷିକ ସ୍ମୁତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବାବାଜୀ ରାମଚନ୍ଦ୍ର ଦାସ ମହାରାଜ ଜଣେ ନିଷ୍କାମ ପୁରୁଷ ଥିଲେ l ଆତ୍ମ ପରମାତ୍ମା,ପିଣ୍ଡ ବ୍ରହ୍ମାଣ୍ଡ ଶୂନ୍ୟବାଦ, ଯୋଗ ଧ୍ୟାନ ଧାରଣା ସମ୍ପର୍କରେ ଏହି ସାଧୁ ଲୋକମାନଙ୍କୁ ସଚେତନ କରାଉଥିଲେ l ବାବାଙ୍କ ଉଦ୍ୟମ ଯୋଗୁଁ ଆଶ୍ରମ ଭିତରେ ବ୍ୟାପକ ବୃକ୍ଷ ରୋପଣ, ସତସଙ୍ଗ […]

ସଂପୂର୍ଣ୍ଣ ପଢନ୍ତୁ

ସାଇବର୍‌ ଠକେଇ ନେଟ୍‌ୱର୍କ: ଦିଲ୍ଲୀରୁ ଗଞ୍ଜାମ ପର୍ଯ୍ୟନ୍ତ ଲମ୍ବିଛି

ଛତ୍ରପୁର, ୨୨/୧୨: ଦିଲ୍ଲୀରୁଗଞ୍ଜାମଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିଲା ସାଇବର୍‌ ଠକେଇର ଏକ ବଡ଼ ଧରଣର ନେଟ୍‌ୱର୍କ। ଦିଲ୍ଲୀରୁ ମାଷ୍ଟରମାଇଣ୍ଡ୍‌ ରଜତ ଶର୍ମା ନାମକ ଜଣେ ବ୍ୟକ୍ତି ଏହି ନେଟ୍‌ୱର୍କକୁ ଚଳାଇଥିବା ବେଳେ ଏଥିପାଇଁ ମୁଖ୍ୟ ଏଜେଣ୍ଟ୍‌କୁ ବି ନିଯୁକ୍ତି ଦେଇଥିଲା। ମଧ୍ୟସ୍ଥିଙ୍କ ମାଧ୍ୟମରେ ବ୍ୟାଙ୍କ୍‌ରେ ଜମାଖାତା ଖୋଲାଯାଉଥିଲା। ଏହାପରେ ମାଷ୍ଟରମାଇଣ୍ଡ୍‌ ରଜତ ଉକ୍ତ ଜମାଖାତାଗୁଡ଼ିକୁ ବିଭିନ୍ନ ପ୍ରକାର ଅନଲାଇନ୍‌ ଗେମ୍‌ ଓ ଠକେଇରେ ବ୍ୟବହାର କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା। ଦୁଇବର୍ଷ ଧରି ଚାଲିଥିବା ଏହି ନେଟ୍‌ୱର୍କକୁ […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ

ସୁନ୍ଦରଗଡ, ୨୨/୧୨ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସିଭିଲ୍ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ ରବିନ୍ଦ୍ର କୁମାର ବାରିକଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି। ବାଲେଶ୍ଵର ଚୂନ ଭାଟି ନିକଟରେ ଥିବା ସାଇ ଗାର୍ଡେନ, ଗୋପାଳ ଗାଁରେ ଥିବା ଆବାସିକ ୩ ମହଲା କୋଠା, ତିନି ମହଲା ମାର୍କେଟ କମ୍ପ୍ଲେକ୍ସ ଏବଂ ଜିମ୍, କଲ୍ୟାଣ ମଣ୍ଡପ, ସୁନ୍ଦରଗଡ଼ରେ ଥିବା ତାଙ୍କ କାର୍ଯ୍ୟାଳୟ ଏବଂ ଭଡା ଘରେ ବିଭାଗ ରେଡ୍ କରୁଛି। ୩ […]

ସଂପୂର୍ଣ୍ଣ ପଢନ୍ତୁ

କୁନି କୁସ୍ତି ଖେଳାଳିଙ୍କୁ ଅଣଦେଖା

ଭୁବନେଶ୍ଵର, ୨୨/୧୨: ରାଜ୍ୟ କୁସ୍ତି ଖେଳାଳିଙ୍କୁ ଅଣଦେଖାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଟ୍ରେନ୍‌ ବଗି ପାଇଖାନା ପାଖରେ ବସି ଶୀତରେ ଥରି ଥରି ୟୁପିରୁ ଆସୁଥିବା ଦେଖିବାକୁ ମିଳିଛି। ଜାତୀୟସ୍ତରୀୟ ସ୍କୁଲ୍‌ କୁସ୍ତିରେ ଭାଗ ନେବାକୁ କର୍ତ୍ତୃପକ୍ଷ ଏପରି କରିଛନ୍ତି। ମାସକ ପୂର୍ବରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା ମାତ୍ର ଟ୍ରେନ୍ ଟିକଟ୍ ହୋଇନଥିଲା। ଶିକ୍ଷକ ଭାନୁ ରଣାଙ୍କ ନାଁ ନେଇ ଅନ୍ୟ ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ କିପରି ଏହା […]

ସଂପୂର୍ଣ୍ଣ ପଢନ୍ତୁ

ସମାଜ’ର ସ୍ୱର ଭାବେ ଆମେ ଦାୟିତ୍ୱ ତୁଲାଇବା: ସ୍ବାସ୍ଥ୍ୟମନ୍ତ୍ରୀ

ଡୁଙ୍ଗୁରିପାଲି, ୨୨/୧୨: ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ‘ସମାଜ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ; ତେଣୁ ‘ସମାଜ’ର ସ୍ୱର ଭାବେ ଆମେ ନିଜର ଦାୟିତ୍ୱ ତୁଲାଇବା। ଏଭଳି ମତ ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆର୍‌ଏମ୍‌ସି ପରିସରରେ ବ୍ଲକ ‘ସମାଜ’ ପାଠକ ମଞ୍ଚର ଦ୍ୱିତୀୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ.ମହାଲିଙ୍ଗ ଏହି ମତପ୍ରକାଶ କରିଛନ୍ତି।‘ସମାଜ’ ପାଠକ ମଞ୍ଚର ସଭାପତି ମଧୁସୁଦନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଡ. […]

ସଂପୂର୍ଣ୍ଣ ପଢନ୍ତୁ

ଖାଦ୍ୟ ବିଷକ୍ରିୟା : ପରିବାରର ୩ ମୃତ

ଅନୁଗୋଳ, ୨୨/୧୨: ଢେଙ୍କାନାଳ କଣ୍ଟାବଣିଆ ଥାନା ଅସନବଣି ଗାଁରେ ଅଘଟଣ । ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମା ଓ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଗତକାଲି ରାତିରେ ମା ଗୋଲାପ ସାହୁ ,(୫୦) ବଡ଼ ପୁଅ ଭାରତ ସାହୁ(୩୦) ଓ ସାନ ପୁଅ ଲିଟୁ ସାହୁ(୨୧) ଚିକେନ୍ ଭାତ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ବଦେଶୀ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବେ ସରକାର

ଭୁବନେଶ୍ୱର, ୨୧/୧୨ : ସରକାରୀ ବିଭାଗ କେବଳ ଓଡ଼ିଶା ସରକାରଙ୍କ ଇ-ମେଲ୍ ଏବଂ ଗ୍ରୁପୱେର ସଲ୍ୟୁସନ ବ୍ୟବହାର କରିବେ। ପଞ୍ଚାୟତ କାର୍ଯ୍ୟାଳୟରୁ ନେଇ ସଚିବାଳୟ ପର୍ଯ୍ୟନ୍ତ ସବୁଠି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଇ-ମେଲ୍ ବ୍ୟବହାର କରାଯିବ। ତଥ୍ୟ ଆଦାନ ପ୍ରଦାନରୁ ଆରମ୍ଭ କରି ଭିଡିଓ କନଫରେନ୍ସିଂ, ରେକର୍ଡ ସଂରକ୍ଷଣ, ଡ୍ରାଇଭ୍, ଇ-ଲାଇବ୍ରେରୀ ଭଳି କାର୍ଯ୍ୟ ପାଇଁ ଆଉ ବିଦେଶୀ ଇ-ମେଲ୍ କିମ୍ବା ଡୋମେନ୍ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ସାଇବର ଅପରାଧ ସହିତ ୱେବ୍‌ସାଇଟ୍ ହ୍ୟାକ୍ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଆବିର୍ଭାବ ମହୋତ୍ସବ ଓ ଝଙ୍କଡ଼ ସତସଙ୍ଗ କେନ୍ଦ୍ର ର ବାର୍ଷିକ ଉତ୍ସବ ପାଳିତ

ଝଙ୍କଡ, ୨୧/୧୨: ତିର୍ତ୍ତୋଲ ବ୍ଲକ ଝଙ୍କଡ଼ ସତସଙ୍ଗ କେନ୍ଦ୍ର ପରିସରରେ ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୮ ତମ ଆବିର୍ଭାବ ଉତ୍ସବ ଏବଂ ପରମ ପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବ ଙ୍କ ଶୁଭାଗମନ ପ୍ରଥମବାର୍ଷିକ ସ୍ମରଣ ଉତ୍ସବ ଉପଲକ୍ଷେ,ସାରା ଦିବସ ବ୍ୟାପି ବିବିଧ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ବେଦ ମାଙ୍ଗଳିକ ଓ ନହବତ,ଉଷାକୀର୍ତନ, ସମବେତ ପ୍ରାତଃ ବିନୀତି ପ୍ରାର୍ଥନା,ସତ ଗ୍ରନ୍ଥ ପାଠ, ସଂଗୀତାଞ୍ଜଳି, ପ୍ରସାଦ ବିତରଣ,ସତସଙ୍ଗ ସଦାଲୋଚନା,ପ୍ରସାଦ ସେବନ, ମାତୃସମ୍ମିଳନୀ, ଦୀକ୍ଷା ପତ୍ର କାର୍ଯ୍ୟକ୍ରମ, ସମବେତ ବିନତି ପ୍ରାର୍ଥନା, […]

ସଂପୂର୍ଣ୍ଣ ପଢନ୍ତୁ

ବିକାଶ ଭବନରେ ପ୍ରବାଦ ପୁରୁଷ ପ୍ରଦ୍ୟୁମ୍ନ ବଳଙ୍କ ୨୭ ତମ ସ୍ମୁତି ଉତ୍ସବ

ମାହାଙ୍ଗା, ୨୧/୧୨: ପ୍ରଖ୍ୟାତ ସମାଜବାଦୀ ନେତା, ପୂର୍ବତନ ସାଂସଦ, ନିର୍ଭିକ ସାମ୍ବାଦିକ,ଓଡ଼ିଆ ଅସ୍ମିତାର ଅଗ୍ରଦୂତ ସ୍ବର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୨୭ ତମ ସ୍ମୁତି ଉତ୍ସବ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବାହାହୀପୁର ସ୍ଥିତ ବିକାଶ ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ମାହାଙ୍ଗା ସାରସ୍ୱତ ସେବାମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଏହି ସଭାରେ ଅନୁଷ୍ଠାନର ସଭାପତି ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ଅଧ୍ୟକ୍ଷତା କରିଥିଲେ l ଏହି ସ୍ମୁତି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ପଦ […]

ସଂପୂର୍ଣ୍ଣ ପଢନ୍ତୁ