ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୧/୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଓଡ଼ିଆରେ ସାକ୍ଷରତା ଅଭାବରୁ ବିଷ୍ଣୁପୁର ଗ୍ରାମ ପଞ୍ଚାୟତର ମହେଶ୍ୱର ଜେନାଙ୍କ ଅଯୋଗ୍ୟତାକୁ ହାଇକୋର୍ଟ କାଏମ ରଖିବା ସହିତ ନୂତନ ନିର୍ବାଚନ ପାଇଁ ରାସ୍ତା ଖୋଲିଛନ୍ତି। ନ୍ୟାୟାଳୟ କହିଛନ୍ତି ଯେ ରାଜ୍ୟର ସରକାରୀ ଭାଷାରେ କାର୍ଯ୍ୟକ୍ଷମ ସାକ୍ଷରତା ଆଇନ ଦ୍ୱାରା […]

ସଂପୂର୍ଣ୍ଣ ପଢନ୍ତୁ

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର

ଲାଞ୍ଜିଗଡ଼,୧୦/୧୨: କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ ଏଲପିଜି ଗ୍ୟାସ ଟ୍ୟାଙ୍କର (ଓଡି-୨୯-ଏଫ-୯୩୮୩) ଅନ୍ୟ ଏକ ଟ୍ରକକୁ ସାଇଡ୍‌ ଦେବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତା ଉପରେ ସମ୍ପୂର୍ଣ୍ଣ ଓଲଟି ପଡ଼ିଛି। ଦୁର୍ଘଟଣା ଏତେ ଜୋର୍‌ରେ ଥିଲା ଯେ, ଗ୍ୟାସ ଟ୍ୟାଙ୍କର କିଛି ମିଟର ଘୋଷାଡ଼ି ହୋଇ ଯିବା ସହ ଇଞ୍ଜିନ ଚୂରମାର ହୋଇଯାଇଛି। ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ […]

ସଂପୂର୍ଣ୍ଣ ପଢନ୍ତୁ

୧୭ ଡିସେମ୍ବର “ରାଜଭବନ ଅଭିଯାନ” ପାଇଁ ୪୨ମୌଜା ଯୋନ ର ପ୍ରସ୍ତୁତି ସଭା

କଟକ,୧୦/୧୨: ରିଖ ଦିନ ୧୧ଟା ସମୟରେ ବେଣ୍ଟକାର ଏରଞ୍ଚ ଗ୍ରାମରେ ଥିବା ଗୋପବନ୍ଧୁ ପୌଢ଼ ନିବାସରେ *୪୨ ମୌଜା ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ପ୍ରସ୍ତୁତି ବୈଠକ ସାଥୀ ପ୍ରଫୁଲ୍ଲ କୁମାର ମହାପାତ୍ର ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା ।* କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ଅର୍ଥ ଆଇନ-୨୦୨୫ର ଚତୁର୍ଥ ପରିଛେଦକୁ ସଂଶୋଧନ ମଧ୍ୟ ଦେଇ ଭାବିଷ୍ୟତରେ ଆଉ ପେନସନ ଅଭିବୃଦ୍ଧି ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ନିୟମ କରିଛନ୍ତି । ସରକାରଙ୍କ ଏହି ପେନସନର […]

ସଂପୂର୍ଣ୍ଣ ପଢନ୍ତୁ

ପଉସ ସାହିତ୍ୟ ଆସର ରେ ଆରମ୍ଭ ର ଲୋକାର୍ପଣ ଉତ୍ସବ

ଝଙ୍କଡ଼ ୧୦/୧୨: ଝଙ୍କଡ଼ ସାହିତ୍ୟ ସଂସଦ ର ଉପସଭାପତି ତଥା ପ୍ରାଧ୍ୟାପିକା ଡଃ ବିଷ୍ନୁପ୍ରିୟା ଦାସ ଙ୍କ କବିତା ସଂକଳନ ” ଆରମ୍ଭ ” ର ଲୋକାର୍ପଣ ଉତ୍ସବ ଗତ ବୁଧବାର ଦିନ ତିର୍ତ୍ତୋଲ ନେହେରୁ କଲୋନୀ ସ୍ଥିତ ପ୍ରାଣକୃଷ୍ଣ ନିବାସ ରେ, ବହୁ ବିଶିଷ୍ଟ ସାରସ୍ୱତ ସାଧକ ମାନଙ୍କ ସମାବେଶ ରେ ଅନୁଷ୍ଠିତ ହୋଇଯାଇଛି l ସେବାନିବୃତ ବ୍ୟାଙ୍କ ଅଧିକାରୀ ଗୌରାଙ୍ଗ ଚରଣ ଦାସ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ପଉସ ସାହିତ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଜନ୍ମମାଟିରେ ସେବା,ତ୍ୟାଗ ଓ ସମର୍ପଣର ମଣିଷଙ୍କୁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି !

ସାଲେପୁର, ୧୦/୧୨: ଆଦର୍ଶ ଶିକ୍ଷକ, ବିଶିଷ୍ଟ କ୍ରୀଡା ସଂଗଠକ, ସାହିତ୍ୟ-ସଂସ୍କୃତି ପ୍ରେମୀ ପୁରୁଷ,ସ୍ବର୍ଗତ ନଗେନ୍ଦ୍ର କୁମାର ବିଶ୍ୱାଳଙ୍କ ଦ୍ଵାଦଶାହ ତିଥିରେ ସାଲେପୁର ଥାନା ଭୀମଦାସପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓରବାରି ଠାରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାବିତ ଡକ୍ଟର ଭାବଗ୍ରାହୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ବର୍ଗତ ବିଶ୍ୱାଳଙ୍କ ବହୁମୁଖୀ ପ୍ରତିଭା ଓ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ l ନଗେନ୍ଦ୍ରଙ୍କ ବାପା ଓ ଜେଜେ […]

ସଂପୂର୍ଣ୍ଣ ପଢନ୍ତୁ

ରସିକିଆ କଲେଜ ଅଧ୍ୟକ୍ଷଗିରଫ

ବୋଲଗଡ, ୧୦/୧୨: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ପରମାନନ୍ଦ ମହାବିଦ୍ୟାଳୟରେ। କିଛି ମାସ ତଳେ ରସାୟନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ ଯୁବତୀଙ୍କ ଫୋନକୁ ଉକ୍ତ କଲେଜର ଅଧ୍ୟକ୍ଷଙ୍କ ମେସେଜ ବର୍ତ୍ତମାନ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବତୀ ଜଣଙ୍କ ମାନସିକ ସ୍ତରରେ ଆଘାତ ପାଇ ନିଜ ବାପା ମା ଙ୍କୁ ଜଣାଇବା ପରେ ବାପା ବୋଲଗଡ଼ ଥାନାରେ […]

ସଂପୂର୍ଣ୍ଣ ପଢନ୍ତୁ

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର, ୧୦/୧୨: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧ୍ୟକ୍ଷ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ବିଜିପୁର, ପାଇକରାପୁର ଏବଂ ସହଜପୁରରେ ସହର ପରିକଳ୍ପନା ଯୋଜନା (ଟିପି ସ୍କିମ) ନମ୍ବର ୧, ୨ ଏବଂ ୩ ପରିଦର୍ଶନ କରିଛନ୍ତି। ସେ ଆଗାମୀ ନୂତନ ସହର (ନିଉ ସିଟି) ପ୍ରକଳ୍ପର ସ୍ଥାନ ମଧ୍ୟ ପରିଦର୍ଶନ କରିବା ସହ ଉଭୟ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି।ତାଙ୍କ ଗସ୍ତ ସମୟରେ, ଡ଼ା ମହାପାତ୍ର ଗ୍ରେଟର […]

ସଂପୂର୍ଣ୍ଣ ପଢନ୍ତୁ

୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନ

ଭୁବନେଶ୍ୱର, ୯/୧୨: ରାଜ୍ୟରେ ଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥର ଉନ୍ନତିକରଣ ଏବଂ ପ୍ରସ୍ତାବିତ ନୂତନ ପ୍ରକଳ୍ପକୁ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ମିଳିଛି । ନୂଆଦିଲ୍ଲୀ ଗସ୍ତରେ ଥିବା ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି କେନ୍ଦ୍ର ମନ୍ତ୍ରୀ, ସଡ଼କ ପରିବହନ ଓ ରାଜମାର୍ଗ ଶ୍ରୀ ନିତିନ ଗଡ଼କରିଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ରାଜ୍ୟରେ ଥିବା ବିଭିନ୍ନ ରାସ୍ତା ପ୍ରକଳ୍ପ ବିଷୟରେ […]

ସଂପୂର୍ଣ୍ଣ ପଢନ୍ତୁ

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍‌ଘାଟିତ

ଭୁବନେଶ୍ୱର/କଟକ, ୧୦/୧୨: ଆଜି କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତ ହୋଇଯାଇଅଛି। ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ କରିଥିଲେ। ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ରାଜେଶ ପ୍ରଭାକର ପାଟିଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ କ୍ରୀଡା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡ଼.ୟେଦୁଲା ବିଜୟ, […]

ସଂପୂର୍ଣ୍ଣ ପଢନ୍ତୁ

୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ

ଭୁବନେଶ୍ୱର, ୯/୧୨: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଦିବା ୨ ଘଟିକାରୁ ରାତ୍ର ୯ ଘଟିକା ଏବଂ ଶନିବାର ଓ ରବିବାର ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଆୟୋଜିତ ହେଉଛି ପୁସ୍ତକ ମହୋତ୍ସବ। ଚଳିତ ବର୍ଷ ୫୫୦ଟି ଷ୍ଟଲ ରହିଥିବା ବେଳେ ପୁସ୍ତକ ମହୋତ୍ସବରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଭାଗ ନେଇଛନ୍ତି। ପୁସ୍ତକ […]

ସଂପୂର୍ଣ୍ଣ ପଢନ୍ତୁ