ପଉସ ସାହିତ୍ୟ ଆସର ରେ ଆରମ୍ଭ ର ଲୋକାର୍ପଣ ଉତ୍ସବ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼ ୧୦/୧୨: ଝଙ୍କଡ଼ ସାହିତ୍ୟ ସଂସଦ ର ଉପସଭାପତି ତଥା ପ୍ରାଧ୍ୟାପିକା ଡଃ ବିଷ୍ନୁପ୍ରିୟା ଦାସ ଙ୍କ କବିତା ସଂକଳନ ” ଆରମ୍ଭ ” ର ଲୋକାର୍ପଣ ଉତ୍ସବ ଗତ ବୁଧବାର ଦିନ ତିର୍ତ୍ତୋଲ ନେହେରୁ କଲୋନୀ ସ୍ଥିତ ପ୍ରାଣକୃଷ୍ଣ ନିବାସ ରେ, ବହୁ ବିଶିଷ୍ଟ ସାରସ୍ୱତ ସାଧକ ମାନଙ୍କ ସମାବେଶ ରେ ଅନୁଷ୍ଠିତ ହୋଇଯାଇଛି l ସେବାନିବୃତ ବ୍ୟାଙ୍କ ଅଧିକାରୀ ଗୌରାଙ୍ଗ ଚରଣ ଦାସ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ପଉସ ସାହିତ୍ୟ ଆସର 2025 କୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ଵଭାରତୀ ଶାନ୍ତିନିକେତନ ର ପ୍ରାକ୍ତନ ପ୍ରଫେସର ଡଃ ବୈଷ୍ଣବ ଚରଣ ସାମଲ ଉଦଘାଟନ କରିଥିଲେ l ଝଙ୍କଡ଼ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ ସଂସଦ ର ସଭାପତି ଶିକ୍ଷାବିତ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବାବେଳେ ପଣ୍ଡିତ ବାସବ ନନ୍ଦ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ଝଙ୍କଡ଼ରତ୍ନ କବି ଗୋଲକ ବିହାରୀ ପଲାଇ ସ୍ୱାଗତ ଭାଷଣ ଦେଇଥିଲେ l ଅଧ୍ୟାପକ ବାଗ୍ମୀ ଉମାକାନ୍ତ ନାୟକ, ପ୍ରାଧ୍ୟାପକ ଡଃ ନାରାୟଣ ପ୍ରସାଦ ଦାଶ ଓ ଗାୟକ ଗୌରବ ରଜନୀକାନ୍ତ ପୃଷ୍ଟି ସମ୍ମାନିତ ଅତିଥିଭାବେ ମଞ୍ଚମଣ୍ଡନ କରିଥିଲେ l ମୁଖ୍ୟବକ୍ତା ପ୍ରାଧ୍ୟାପିକା ଡଃ ପ୍ରତିଭା ମହାରଥୀ ପ୍ରମ୍ମୁଖ ପୌଷ ମାସରେ ଏହି ପଉସ ସାହିତ୍ୟ ଆସର ର ମହତ୍ତ୍ୱ ଓ ବିଶେଶ୍ୱତ ବିଷୟରେ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିବା ସହିତ ଲୋକାର୍ପିତ କବିତା ସଂକଳନ ଆରମ୍ଭ ର ସମୀକ୍ଷା କରି ଲେଖିକା ଡଃ ଦାସ ଙ୍କ ସାରସ୍ୱତସାଧନା ର ଉଚ୍ଚ ପ୍ରଶଂସା କରିଥିଲେ l ପ୍ରଥମ ଅଧିବେଶନ କବିତା ପାଠୋତ୍ସବ ପଣ୍ଡିତ ବାସବ ନନ୍ଦ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବାଲିଘର ର ପ୍ରତିଷ୍ଠାତା କୈଳାଶ ଚନ୍ଦ୍ର ସ୍ୱାଇଁ ମୁଖ୍ୟଅତିଥି, ନବକାକଳୀ ର ସମ୍ପାଦକ ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ ମୁଖ୍ୟବକ୍ତା ଓ ପଣ୍ଡିତ ନାଗୁଚରଣ ଦେବତା, ହେମନ୍ତ କୁମାର ନାୟକ ଓ କୈଳାଶ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇଥିବା ବେଳେ ଦିଗାମ୍ବର ରାଉତ, ସବିତା ନାୟକ ଓ ପ୍ରତିଭା ମିଶ୍ର ପାଠୋତ୍ସବ ର ସଂଯୋଜନା କରିଥିଲେ l ଏଥିରେ ଝୁଲରାମ ଦାସ, ଅଶୋକ କୁମାର ଲେଙ୍କା, ପ୍ରଶାନ୍ତ କୁମାର ଦାସ, ନିତ୍ୟାନନ୍ଦ ନାୟକ, ଗୋଲାପରାଣୀ ସାହୁ, ରଞ୍ଜିତା ସାହୁ, ନଗେନ୍ଦ୍ର ନାଥ ସ୍ୱାଇଁ, ବିଶ୍ୱନାଥ ମହାପାତ୍ର, ପାୟଲ ମଣ୍ଡଳ, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, ପଦ୍ମାବତୀ ମିଶ୍ର, ଆଶିଷ ପରିଜା, ପ୍ରଭାତ ପରିଜା, ପରମାନନ୍ଦ ମିଶ୍ର ଓ ଅଧ୍ୟାପିକା ଜୟନ୍ତୀ ମେକାପ ପ୍ରମ୍ମୁଖ ବହୁ କବି କବୟିତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ l ଏହି ଅବସରରେ ସମାଜରେ ବିଭିନ୍ନକ୍ଷେତ୍ରରେ ଦକ୍ଷତା ଓ ପାରଦର୍ଶିତା ପାଇଁ ଅହଲ୍ୟା ଦାସ, ମଧୁସ୍ମିତା ଦାସ, ଚନ୍ଦନ କୁମାର ଦାସ, କାଞ୍ଚନବାଳା ସ୍ୱାଇଁ ଓ ଶିକ୍ଷୟିତ୍ରୀ ମମତା ବିଶ୍ୱାଳ ପ୍ରମ୍ମୁଖ ଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ମା ସାରଳା ଙ୍କ ଅଙ୍ଗବସ୍ତ୍ର ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *