କଟକ,୧୦/୧୨: ରିଖ ଦିନ ୧୧ଟା ସମୟରେ ବେଣ୍ଟକାର ଏରଞ୍ଚ ଗ୍ରାମରେ ଥିବା ଗୋପବନ୍ଧୁ ପୌଢ଼ ନିବାସରେ *୪୨ ମୌଜା ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ପ୍ରସ୍ତୁତି ବୈଠକ ସାଥୀ ପ୍ରଫୁଲ୍ଲ କୁମାର ମହାପାତ୍ର ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା ।* କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ଅର୍ଥ ଆଇନ-୨୦୨୫ର ଚତୁର୍ଥ ପରିଛେଦକୁ ସଂଶୋଧନ ମଧ୍ୟ ଦେଇ ଭାବିଷ୍ୟତରେ ଆଉ ପେନସନ ଅଭିବୃଦ୍ଧି ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ନିୟମ କରିଛନ୍ତି । ସରକାରଙ୍କ ଏହି ପେନସନର ବିରୋଧୀ ସଂଶୋଧନକୁ ଅବିଳମ୍ବେ ପ୍ରତ୍ୟାହାର ଦାବୀକରି *ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଂଘର ଆହ୍ୱାନ କ୍ରମେ ଓ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ* ର ନିଷ୍ପତ୍ତି ଅନୁଯାୟୀ ୧୭ ଡିସେମ୍ବର ରାଜଭବନ ଅଭିଯାନ ସଂଗଠିତ ହେଉଛି । ପେନସନର ଭଉଣୀ ଓ ଭାଇ ମାନଙ୍କ ସ୍ୱାର୍ଥରେ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ରେ ୪୨ମୌଜା ଅଞ୍ଚଳରୁ ଶତାଧିକ ପେନସନର ଯୋଗ ଦେବାକୁ ସମ୍ପାଦକ ଶରତ ଚନ୍ଦ୍ର ପରିଡାଙ୍କ ପକ୍ଷରୁ ଆଗତ ପ୍ରସ୍ତାବକୁ କରତାଳି ଦେଇ ସମର୍ଥନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମହାସଂଘର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦାସ, କାର୍ଯ୍ୟକାରୀ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ଦାସ, ମହାସଚିବ ଗୋକୁଳାନନ୍ଦ ବେହେରା ଓ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଇଂ.ମନମୋହନ ପତି ଯୋଗ ଦେଇ ପେନସନର ମାନଙ୍କ ପାଇଁ ଆସୁଥିବା ଘୋର ବିପଦକୁ ସାମନା କରିବାପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ୪୨ ମୌଜା ଶାଖା ସଂଘର ପେନସନର ସର୍ବଶ୍ରୀ ଶ୍ୟାମ ସୁନ୍ଦର ପରିଡା, ସୁବୋଧ ଚନ୍ଦ୍ର ରାଉତ, ରବୀନ୍ଦ୍ର ନାଥ ଦାସ, ସୁକଦେବ ବେହେରା, ବୀର କିଶୋର ଦାସ, ନିତ୍ୟାନନ୍ଦ ସାହୁ, ପୂର୍ଣ ଚନ୍ଦ୍ର ଦାସ ବିମଳ କିଶୋର ମହାନ୍ତି, ଅଭିଲାଷ ସ୍ଵାଇଁ, ସାଗର କାନୁନଗୋ, ରମେଶ ଚନ୍ଦ୍ର ପତି, ବାସୁଦେବ ସ୍ଵାଇଁ, ବିକାଶ ରଞ୍ଜନ ନାୟକ, ଶ୍ରୀମତୀ ଶୋଭାବତୀ ସାମଲ ଆଦି ନେତୃତ୍ୱ ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
