ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୫’ ଉଦ୍‌ଘାଟିତ

ଭୁବନେଶ୍ୱର, ୧୨/୧୧: ଶିଶୁମାନେ ହେଉଛନ୍ତି ଭବିଷ୍ୟତ। ଆମର ଆଶା। ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଏବଂ ମାର୍ଗଦର୍ଶନ ଆମର ସର୍ବୋଚ୍ଚ ପ୍ରାଥମିକତା ହେବା ଆବଶ୍ୟକ ବୋଲି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲଠାରେ ଆୟୋଜିତ ତିନିଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭା‌ବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ ପ୍ରାକ୍‌ ପ୍ରାଥମିକ ଶିକ୍ଷାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଗୋଟିଏ ଦିନ ବଢିଲା ବାଲିଯାତ୍ରା

କଟକ, ୧୨/୧୧: ଆଜି ସରିଥାନ୍ତା, ହେଲେ ଆଉ ଗୋଟିଏ ଦିନ ବଢିଲା। କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ହୋଇଛି। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହାଦ୍ବାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତାକାଲି ଅର୍ଥାତ୍ ୧୩ ତାରିଖ ଦିନ ଉଦ୍‌ଯାପିତ ହେବ। ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀ ମାନଙ୍କ କାରବାରକୁ ନଜରରେ ରଖି […]

ସଂପୂର୍ଣ୍ଣ ପଢନ୍ତୁ

ଶଙ୍କର ପୃଷ୍ଟି କେୟାର ଟେକର ଗିରଫ

ଭୁବନେଶ୍ବର, ୧୨/୧୧: ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟିର କେୟାର ଟେକର ଗିରଫ ହୋଇଛି। ଅଭିଯୁକ୍ତ ସାଗର କୁମାର ଗୌଡକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଦୀଘା ମଡ୍ୟୁଲର ଦାୟିତ୍ଵରେ ସାଗର ଥିବା ସୂଚନା ମିଳିଛି। ସାଗର ଜରିଆ ରେ ଏଜେଣ୍ଟ ଙ୍କ ସହ ଲିଙ୍କ ରେ ଆସୁଥିଲା ଶଙ୍କର । ସେପଟେ ଓଡ଼ିଶା ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା କରାଯିବ। ଏଥିପାଇଁ କେନ୍ଦ୍ର ସରକାର […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରାକ୍ଟର ଚଢ଼ାଇ ୨ ଜଣଙ୍କୁ ମାରିଦେଲେ ଟ୍ରାକ୍ଟର ଚୋର

ଧର୍ମଗଡ଼, ୧୨/୧୧: ନିଜ ଚୋରି ଟ୍ରାକ୍ଟର ଟ୍ରଲିକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଦୁଇଜଣ ଗାଡ଼ି ମାଲିକଙ୍କୁ ଚୋରମାନେ ଟ୍ରାକ୍ଟର ଚଢ଼ାଇ ମାରିଦେବା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ଧର୍ମଗଡ଼ ଥାନା ମେରଘରା ଗାଁର ହରିଶଙ୍କର ଭଏସାଲ (୪୩) ଓ ସତ୍ୟମ ଭଏସାଲ (୨୩। କଳାହାଣ୍ଡିଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ମେରଘରା ଗାଁର ଲାଲୁ ଭଏସାଲ ତାଙ୍କ ଟ୍ରାକ୍ଟର ଟ୍ରଲି (ଓଡି୦୮କ୍ୟୁ-୯୭୫୩)କୁ ନିଜ ଘରେ ରଖିଥିଲେ। ସୋମବାର ରାତିରେ କିଛି ଚୋର ଏକ ଟ୍ରାକ୍ଟର […]

ସଂପୂର୍ଣ୍ଣ ପଢନ୍ତୁ

କେନାଲକୁ ଡେଇଁ ଯୁବତୀ ନିଖୋଜ

ଜଗତସିଂହପୁର, ୧୨/୧୧: ପୋଲ ଉପରୁ କେନାଲକୁ ଡେଇଁ ଯୁବତୀ ନିଖୋଜ। ଏଭଳି ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ଥାନା ବାଲିପାଟଣା ନିକଟ ତାଳଦଣ୍ଡା କେନାଲ ନିକଟରେ। ଜଣେ ଯୁବତୀ କେନାଲରୁ ଡେଇଁ ନିଖୋଜ ହୋଇଯାଇଛନ୍ତି। ଯୁବତୀ ଜଣକ ବାଲିପାଟଣା ଗାଁର ବୋଲି ଜଣାପଡିଛି। ତେବେ କେନାଲକୁ ଡେଇଁବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ଖବର ପାଇ ଅଗ୍ନିଶମବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।

ସଂପୂର୍ଣ୍ଣ ପଢନ୍ତୁ

ଡିସେମ୍ବର ୧୭ରେ ଓଟିଇଟି

କଟକ, ୧୨/୧୧ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ଡିସେମ୍ବର ୧୭ରେ ଅନୁଷ୍ଠିତ ହେବ। ସେହି ଦିନ ୨ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ପୂର୍ବାହ୍ଣ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପେପର-୧ ପରୀକ୍ଷା ଓ ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବ। ଏଥିନିମନ୍ତେ ଫର୍ମ ପୂରଣ ନଭେମ୍ବର ୧୨ ରୁ ନଭେମ୍ବର ୨୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଦେୟ ଦାଖଲ ପାଇଁ ନଭେମ୍ବର ୨୬ […]

ସଂପୂର୍ଣ୍ଣ ପଢନ୍ତୁ

ବିଧାନସଭା ଆଗରେ ବିକ୍ଷୋଭ କରିବ ଶ୍ରମିକ ସଙ୍ଗଠନ

ଭୁବନେଶ୍ବର, ୧୨/୧୧: ରାଜ୍ୟ କ୍ୟାବିନେଟ‌୍‌ ନିଷ୍ପତ୍ତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଆସନ୍ତା ଡିସେମ୍ବର ୩ରୁ ୫ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବ। ଶ୍ରମିକଙ୍କୁ ଦୈନିକ ୧୦ ଘଣ୍ଟା କାର୍ଯ୍ୟ ଓ ରାତିରେ ମହିଳାଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବା ଆଦେଶକୁ ତୁରନ୍ତ ବାତିଲ୍‌ କରିବା ଦାବିରେ ଏହି ବିକ୍ଷୋଭ କରାଯିବ।ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କାର୍ଯ୍ୟାଳୟରେ ଆଇଏନ୍‌ଟିୟୁସି ନେତା ଡ. ରାମଚନ୍ଦ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ୮ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଏହି […]

ସଂପୂର୍ଣ୍ଣ ପଢନ୍ତୁ

ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼: ୩ ଗୁରୁତର

ନୟାଗଡ଼, ୧୨/୧୧: ନୟାଗଡ ଜିଲ୍ଲା ଟାଉନ ଥାନା ସୋଲପଟା ଗାଁରେ ଅଭାବନୀୟ ଘଟଣା ଘଟିଛି। ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼ ହୋଇଛି। ଏହି ଘଟଣାରେ ୩ ଜଣ ଗ୍ରାମବାସୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଏହି ଘଟଣାରେ ଗ୍ରାମବାସୀମାନେ ଜଣଙ୍କୁ କାବୁ କରି ପୁଲିସର ଜିମା ଦେଇଛନ୍ତି।ସୂଚନା ଅନୁଯାୟୀ, ଗାଁରେ ରାସ୍ତା କାମ ଚାଲୁଥିବାରୁ ୨ ଜଣ ଯୁବକ ସିମେଣ୍ଟ ଜଗିଥିଲେ । ଗତକାଲି ରାତିରେ ୪ ଜଣ ଦୁର୍ବୁତ୍ତ ଦୁଇଟି ବାଇକରେ […]

ସଂପୂର୍ଣ୍ଣ ପଢନ୍ତୁ

ହାଇକୋର୍ଟରେ ଅବଦୁଲ ରହେମାନର ଜାମିନ ଆବେଦନ ଖାରଜ 

କଟକ ସଦର, ୧୧/୧୧: ଆତଙ୍କୀ କାର୍ଯ୍ୟକଳାପ ରେ ସମ୍ପୃକ୍ତି ଅଭିଯୋଗ ରେ କଟକ ସାଲେପୁର ପଶ୍ଚିମକଛ ରୁ ୨୦୧୫ ମସିହା ଡିସେମ୍ବର ରୁ ଗିରଫ ହୋଇ ୧୦ ବର୍ଷ ହେଲା ଜେଲରେ ଥିବା ଅବଦୁଲ ରହେମାନ ର ଜାମିନ ଆବେଦନ କୁ ଆଜି ମଙ୍ଗଳବାର ଦିନ ହାଇକୋର୍ଟ ଖାରଜ କରିଥିବା ଜଣାପଡିଛି। ଅଲକାଏଦା ଲିଙ୍କ୍ ରେ ଥିବା ଅବଦୁଲ ରହେମାନ କୁ ଦିଲ୍ଲୀ ପୋଲିସ ଗିରଫ କରି ଜେଲ ପଠାଇଥିବା ଘଟଣା ସେତେବେଳେ ଭୟର ବାତାବରଣ ସୃଷ୍ଟି […]

ସଂପୂର୍ଣ୍ଣ ପଢନ୍ତୁ

କଟକର ଐତିହାସିକ ବାଲିଯାତ୍ରା ଅବସରରେ ଜାତୀୟ ବୋଟ୍ ରେସ୍, ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ

କଟକ, ୧୧/୧୧: କଟକ ର ଐତିହାସିକ ବାଲିଯାତ୍ରା ଅବସରରେ ପ୍ରଥମ ଥର ପାଇଁ ମହାନଦୀ ରେ ଆଜି ମଙ୍ଗଳବାର ପୂର୍ବାହ୍ନ ରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜାତୀୟ ବୋଟ୍ ରେସ୍ ଓ ଫ୍ଲାଏ ବୋଟ୍ ସୋ କାର୍ଯ୍ୟକ୍ରମ।ଏହାକୁ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ୧୦ ଟି ରାଜ୍ୟର ପୁରୁଷ ଟିମ୍ ଓ ୫ ଟି ରାଜ୍ୟର ମହିଳା ଟିମ୍ ଅଂଶଗ୍ରହଣ କରୁଥିବା ଜଣାପଡିଛି। ଏହି ସୋ ଦେଖିବାକୁ ମହାନଦୀ […]

ସଂପୂର୍ଣ୍ଣ ପଢନ୍ତୁ