ଡିସେମ୍ବର ୧୭ରେ ଓଟିଇଟି

କଟକ ଜିଲା ଖବର ରାଜ୍ୟ
Spread the love

କଟକ, ୧୨/୧୧ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ଡିସେମ୍ବର ୧୭ରେ ଅନୁଷ୍ଠିତ ହେବ। ସେହି ଦିନ ୨ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ପୂର୍ବାହ୍ଣ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପେପର-୧ ପରୀକ୍ଷା ଓ ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବ। ଏଥିନିମନ୍ତେ ଫର୍ମ ପୂରଣ ନଭେମ୍ବର ୧୨ ରୁ ନଭେମ୍ବର ୨୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଦେୟ ଦାଖଲ ପାଇଁ ନଭେମ୍ବର ୨୬ ରାତ୍ର ୧୧.୪୫ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ବୋର୍ଡ ୱେବସାଇଟ୍‌‌ www.bseodisha.ac.in ରେ ଅନ୍‌‌ଲାଇନ ଜରିଆରେ ୨୪ ଘଣ୍ଟିଆ ଖୋଲାଯାଇଛି। ଫର୍ମପୂରଣ ଅବଧି ପୁନର୍ବାର ବର୍ଦ୍ଧିତ କରାଯିବ ନାହିଁ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ପ୍ରବେଶପତ୍ର (ଆଡମିଟ୍‌ କାର୍ଡ) ଡିସେମ୍ବର ୧୦ ତାରିଖରୁ ଅନ୍‌‌ଲାଇନ୍‌‌ରେ ଉପଲବ୍ଧ ହେବ। ଯେଉଁ ପରୀକ୍ଷାର୍ଥୀଙ୍କ ତଥ୍ୟ ମିଥ୍ୟା ବା ଭୁଲ ଜଣାପଡ଼ିଲେ ତାଙ୍କ ଅାବେଦନ ଅଗ୍ରାହ୍ୟ କରାଯିବା ସହ ତାଙ୍କ ବିରୋଧରେ ଅାଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ପରୀକ୍ଷାର୍ଥୀଙ୍କ ଦ୍ୱାରା ଅନ୍‌‌ଲାଇନ ଜରିଅାରେ ପ୍ରଦାନ କରାଯାଇଥିବା ବ୍ୟକ୍ତିଗତ ତଥ୍ୟ, ଠିକଣା, ଜାତି ଓ ପରୀକ୍ଷା ବିଷୟ ପରବର୍ତ୍ତୀ ସମୟରେ ବଦଳା ଯାଇପାରିବ ନାହିଁ। ତେଣୁ ପରୀକ୍ଷାର୍ଥୀମାନେ ଫର୍ମ ପୂରଣ ସମୟରେ ସମସ୍ତ ଦିଗ ପ୍ରତି ସଜାଗ ରହିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଅାଯାଇଛି।

Leave a Reply

Your email address will not be published. Required fields are marked *