ବିଧାନସଭା ଆଗରେ ବିକ୍ଷୋଭ କରିବ ଶ୍ରମିକ ସଙ୍ଗଠନ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ବର, ୧୨/୧୧: ରାଜ୍ୟ କ୍ୟାବିନେଟ‌୍‌ ନିଷ୍ପତ୍ତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଆସନ୍ତା ଡିସେମ୍ବର ୩ରୁ ୫ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବ। ଶ୍ରମିକଙ୍କୁ ଦୈନିକ ୧୦ ଘଣ୍ଟା କାର୍ଯ୍ୟ ଓ ରାତିରେ ମହିଳାଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବା ଆଦେଶକୁ ତୁରନ୍ତ ବାତିଲ୍‌ କରିବା ଦାବିରେ ଏହି ବିକ୍ଷୋଭ କରାଯିବ।ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କାର୍ଯ୍ୟାଳୟରେ ଆଇଏନ୍‌ଟିୟୁସି ନେତା ଡ. ରାମଚନ୍ଦ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ୮ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଶ୍ରମମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦିଆଯିବ ଏବଂ ବିଭିନ୍ନ ରାଜନୈତିକ ଦଳ ଓ କୃଷକ ସଂଗଠନର ନେତା ଏହି ଧାରଣାରେ ସାମିଲ ହେବେ।ବୈଠକରେ ଆଇଏନ୍‌ଟିୟୁସି ନେତା ମଦନ ମୋହନ ଧଳ, ଏଆଇଟିୟୁସି ନେତା ବିଜୟ ଜେନା, ଏଚ୍‌ଏମ୍‌ଏସ୍‌ ନେତା ସତ୍ୟ ତ୍ରିପାଠୀ, ସିଆଇଟିୟୁ ନେତା ବିଷ୍ଣୁ ମହାନ୍ତି, ସନ୍ତୋଷ ଦାସ, ଏଆଇୟୁଟିୟୁସି ନେତା ଜୟସେନ ମେହେର, ଏଆଇସିସିଟିୟୁ ନେତା ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଟିୟୁସିସି ନେତା ଜ୍ୟୋତିରଞ୍ଜନ ମହାପାତ୍ର, ଏଲପିଏଫ୍‌ ନେତା ମାୟାଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *