ନୟାଗଡ଼ ଜିଲା କାରାଗାରରେ ଗୋଷ୍ଠୀ ସଂଘର୍ଷ

ନୟାଗଡ, ୨୭/୧୦: ନୟାଗଡ ଜିଲ୍ଲା କାରାଗାରରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜେଲ୍ ଅଧିକ୍ଷକଙ୍କ ସହ ଜେଲ୍‌ କର୍ମଚାରୀ ଓ କଏଦୀ ଆହତ ହୋଇଥିବା ସୂଚନା ମିଳିଛି। କଏଦୀଙ୍କ ମଧ୍ୟରେ ସଂଘର୍ଷ ଅଟକାଇବାକୁ ଚେଷ୍ଟା କରିଥିଲେ ଜେଲ୍‌ ଅଧିକ୍ଷକ ଓ କର୍ମଚାରୀ । ସଂଘର୍ଷ ଅଟକାଇବା ସମୟରେ ଜେଲ୍‌ ଅଧିକ୍ଷକଙ୍କ ସହ ୪ ଓ୍ବାଡର୍‌ ଆହତ ହୋଇଛନ୍ତି । ସଂଘର୍ଷରେ ୫ଜଣ କଏଦୀ ମଧ୍ୟ ଆହତ ହୋଇଛନ୍ତି । ଘଟଣାକୁ ନେଇ ସଦର […]

ସଂପୂର୍ଣ୍ଣ ପଢନ୍ତୁ

୪ ଲକ୍ଷ ଟଙ୍କାର ଜାଲ ନୋଟ୍‌ ଜବତ

ବିନିକା, ୨୬/୧୦: ସୁବର୍ଣ୍ଣପୁରଜିଲ୍ଲା ବିନିକା ଅଞ୍ଚଳରେ ଜାଲ୍‌ ନୋଟ୍‌ ରାକେଟ୍‌ ସକ୍ରିୟ ଦେଖାଯାଇଛି। ଏନେଇ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବଡ଼ ଖୁଲାସା କରିଛନ୍ତି। ଜାଲ ନୋଟ୍‌ କାରବାରରେ ଲିପ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିନିକା ପୁଲିସକୁ ଏକ ବଡ଼ ସଫଳତା ମିଳି ପାରିଛି। ବିନିକା ଥାନାରେ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି। ଶ୍ରୀ ନାୟକ ଆହୁରି କହିଛନ୍ତି ଯେ, ଏହି ଜାଲ୍‌ […]

ସଂପୂର୍ଣ୍ଣ ପଢନ୍ତୁ

ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬/୧୦: ମୁମ୍ବାଇରେ ଅକ୍ଟୋବର ୨୭ ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ମେରିଟାଇମ୍ ସପ୍ତାହ ୨୦୨୫ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି ମୁମ୍ବାଇ ଗସ୍ତ କରୁଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦଘାଟନୀ ଅଧିବେଶନରେ ସମ୍ମାନିତ ଅତିଥି ଭାବରେ ଯୋଗଦେବେ । ଏବଂ ପରେ ଅପରାହ୍ନରେ ଓଡ଼ିଶା ସ୍ୱତନ୍ତ୍ର ଅଧିବେଶନରେ ଯୋଗଦେବେ। ଯାହା ରାଜ୍ୟର ବନ୍ଦର-ନେତୃତ୍ୱାଧୀନ ନିବେଶ ସୁଯୋଗ ଏବଂ ଏହାର ବନ୍ଦର ମାଧ୍ୟମରେ […]

ସଂପୂର୍ଣ୍ଣ ପଢନ୍ତୁ

ସୃଷ୍ଟି ହେଲା ଗଭୀର ଅବପାତ

ଭୁବନେଶ୍ବର : ଗଭୀର ଅବପାତରେ ପରିଣତ ହେଲା ସାମୁଦ୍ରିକ ଝଡ଼ ‘ମନ୍ଥା’। ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଏହା ସ୍ଥଳଭାଗ ଆଡକୁ ଗତି କରୁଛି। ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ସମ୍ଭାବନା ରହିଛି। ବର୍ତ୍ତମାନ ଗଭୀର ଅବପାତଟି ଗୋପାଳପୁରଠାରୁ ୯୫୦ କିଲୋମିଟର ଏବଂ କାକିନଡାଠାରୁ ୮୪-୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ସ୍ଥଳଭାଗକୁ ଆସିବା ପୂର୍ବରୁ ଏହା ଭୀଷଣ ରୂପ ଧାରଣ କରିବ। ଆସନ୍ତା ୨୮ ତାରିଖ ସନ୍ଧ୍ୟା କିମ୍ବା […]

ସଂପୂର୍ଣ୍ଣ ପଢନ୍ତୁ

ଭୁଜାଲି ଦେଖାଇ ଲୁଟିନେଲେ ୫ ଲକ୍ଷ ଟଙ୍କାର ଗହଣା

ସୋର, ୨୬/୧୦: ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ରାହାଜାନୀ ଭଳି ଅପରାଧିକ ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଅନନ୍ତପୁର ପଞ୍ଚାୟତ ବେଲପୁରବସ୍ତିରେ ସେକ ଏଲାଉଦ୍ଦିନ ଘରେ ନ ଥିବାବେଳେ କିଛି ଡକାୟତ ତାଙ୍କ ଘରେ ପଶି ତାଙ୍କ ପତ୍ନୀ ଆମିନା ବିବିଙ୍କୁ ଭୁଜାଲି ​‌ଦେଖାଇ ଆକ୍ରମଣ କରିଥିଲେ। ଏବଂ ତାଙ୍କଠାରୁ ୩ଟି ସୁନାହାର, କାନଫୁଲ, କିଛି ରୂପା ଗହଣା ଏବଂ ନଗଦ ୬୫ ହଜାର ଟଙ୍କା ଲୁଟ କରି ଫେରାର […]

ସଂପୂର୍ଣ୍ଣ ପଢନ୍ତୁ

‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୨୬/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ବାଦିଷ୍ଟ। କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ। ଚାକିରି ଛାଡ଼ି କଫି ଚାଷରେ ଅନେକ ଲୋକ ମନ ବଳାଉଛନ୍ତି। କଫି ଚାଷରେ ମହିଳାଙ୍କ ସହଭାଗିତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆଜିର ସମୟରେ କୋରାପୁଟ କଫିରୁ ବହୁ ଲାଭ ମିଳୁଛି।ସେହିପରି ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଛଟ୍‌ ପର୍ବର ଶୁଭେଚ୍ଛା ଜଣାଇଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ମିଛ ଚାକିରି ନାଁରେ ଠକେଇର ଶିକାର ହେଲେ ମହିଳା

ଭଟଲି ୨୬/୧୦: ଝାଡୁଦାର ଚାକିରି ଦେବା ନାଁରେ ଗରିବ ଅନୁସୂଚିତ ଜାତି ବର୍ଗର ଲୋକଙ୍କଠୁ ଟଙ୍କା ଠକେଇ ଘଟଣାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ପଶ୍ଚିମ ଓଡ଼ିଶାର ୪ଟି ଜିଲ୍ଲାରେ ଏହି ଠକେଇ ହୋଇଥିବା ଜଣାପଡ଼ିଥିବାବେଳେ ତଦନ୍ତକୁ ତ୍ୱରାନ୍ୱିତ କରିଛି ବରଗଡ଼ ଜିଲ୍ଲା ପୁଲିସ। ବରଗଡ଼ ଜିଲ୍ଲାରେ ଏହି ଠକେଇ ଗାଁଗାଁକୁ ବ୍ୟାପିଛି। ଭେଡ଼େନ ପୁଲିସ ଏହି ମାମଲାରେ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୂର୍ବରୁ ବୁର୍ଲା […]

ସଂପୂର୍ଣ୍ଣ ପଢନ୍ତୁ

ମହାକାଳପଡ଼ାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

ମହାକାଳପଡ଼ା, ୨୬/୧୦: ମହାକାଳପଡ଼ା ବ୍ଲକ୍‌ ସୁନୀତି ପଞ୍ଚାୟତରେ ଆଜି ଦୁର୍ବୃତ୍ତଙ୍କ ଆତଙ୍କରାଜକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ୍‌ ଆରୋହୀଙ୍କ ସମେତ ଜଣେ ମହିଳାଙ୍କୁ ମାଡ଼ ମାରିଛନ୍ତି। ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିଛନ୍ତି। ଏହି ଘଟଣାର ପ୍ରତିବାଦରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିବା ସହ ୫ ଘଣ୍ଟା ଧରି ପୁଲିସକୁ ଅଟକ ରଖିଛନ୍ତି। ସୂଚନା ଅନୁଯାୟୀ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୧୨ଟାରେ ବେଣାକନ୍ଦା ଗ୍ରାମର ଦୁଇଜଣ ଯୁବକ ଏକ […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ

ଜୟପୁର, ୨୬/୧୦: ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ହରିଶ୍ଚନ୍ଦ୍ର ମହାପାତ୍ର । ଭରତ ନାୟକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଭରତ ୪୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ଭରତ ନାୟକଙ୍କ ଶ୍ବଶୁର ସେଟେଲମେଣ୍ଟ ଅଫିସରେ କାମ କରୁଥିଲେ । ତାଙ୍କ ପେନସନ ବାବଦକୁ ଏରିୟର ବିଲ୍ କରାଇ ଦେବାକୁ ୮୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ହରିଶ୍ଚନ୍ଦ୍ର। ଭରତ ନାୟକ ପୂର୍ବରୁ ୪୦ ହଜାର […]

ସଂପୂର୍ଣ୍ଣ ପଢନ୍ତୁ

କ୍ୟାବିନେଟ ବୈଠକ: ୪ ବିଭାଗର ୫ ପ୍ରସ୍ତାବକୁ ଅନୁମୋଦନ

ଭୂବନେଶ୍ଵର, ୨୬/୧୦: ରାଜ୍ୟ କ୍ୟାବିନେଟର ୨୯ ତମ ବୈଠକ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। କ୍ୟାବିନେଟ ବୈଠକରେ ମୋଟ ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲl।ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଗୋଟିଏ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଗୋଟିଏ, ବାଣିଜ୍ୟ […]

ସଂପୂର୍ଣ୍ଣ ପଢନ୍ତୁ