ଭୁବନେଶ୍ବର: ଆଜି (ଶୁକ୍ରବାର) ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ ସ୍ତରରେ ଏକ ଗୁରତ୍ବପୂର୍ଣ୍ଣ ଅଦଳବଦଳ ହୋଇଛି। ଏକକାଳୀନ ୬ ଜଣ ବରିଷ୍ଠ ଅଧିକାରୀଙ୍କ ବିଭାଗ ବଦଳିଛି।
ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି (୩୦୫୧୮/୨୦୨୬) ଅନୁସାରେ, ୨୦୦୩ ବ୍ୟାଚ୍ର ଆଇପିଏସ୍ ହିମାଂଶୁ ଲାଲ୍ଙ୍କୁ ଭୁବନେଶ୍ବର ବଦଳି କରାଯାଇଛି। ଏହାସହ ତାଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଓ ଏସ୍ଟିଏଫ୍ର ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ୨୦୦୪ ବ୍ୟାଚ୍ର ଆଇପିଏସ୍ ସତ୍ୟବ୍ରତ ଭୋଇଙ୍କୁ ଆଇଜି ଗୁଇନ୍ଦା ଭାବେ ଦାୟିତ୍ବ ଦିଆଯାଇଛି। ବର୍ତ୍ତମାନ ସେ ଏନ୍ସିଆର୍ ତାଳଚେର ଓ ପିଟିସି ଅନଗୋଳର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଛନ୍ତି।
୨୦୦୫ ବ୍ୟାଚ୍ର ଆଇପିଏସ୍ ଜୟ ନାରାୟଣ ପଙ୍କଜଙ୍କୁ ଆଇଜି ଗୁଇନ୍ଦାରୁ ଆଇଜି ଦକ୍ଷିଣାଞ୍ଚଳ ରେଞ୍ଜ୍, ବ୍ରହ୍ମପୁର ବଦଳି କରାଯାଇଛି। ଆଇଜି ବ୍ରହ୍ମପୁର ଭାବେ କାର୍ଯ୍ୟକରୁଥିବା ୨୦୦୭ ବ୍ୟାଚ୍ର ନୀତି ଶେଖରଙ୍କୁ୍ ଆଇଜି ପୁଲିସ (ଏସ୍ପି ମୁଖ୍ୟାଳୟ)କୁ ବଦଳି କରାଯାଇଛି। ୨୦୦୯ ବ୍ୟାଚ୍ର ଚରଣ ସିଂହ ମୀନାଙ୍କୁ ଡିଆଇଜି ପୁଲିସ (ଉତ୍ତରାଞ୍ଚଳ) ସମ୍ବଲପୁର ବଦଳି କରାଯାଇଛି। କେନ୍ଦ୍ରୀୟ ଡେପୁଟେସନ୍ରୁ ଫେରିଥିବା ୨୦୧୦ର ଆଇପିଏସ୍ ଆଶିଷ କୁମାର ସିଂହଙ୍କୁ ତାଳଚେର ଏନ୍ସିଆର୍ (ଉତ୍ତର କେନ୍ଦ୍ରୀୟ ରେଞ୍ଜ୍)ର ଡିଆଇଜି ଓ ଅନୁଗୋଳ ପିଟିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।
