ଅଭିନବ ୪୨ମୌଜା ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ

ଜିଲା ଖବର ରାଜ୍ୟ
Spread the love

କଟକ ସଦର, ୨୪/୧୦: କଟକ ୪୨ମୌଜା ସ୍ଥିତ ନାରାୟଣୀ ପୂଜା କମିଟି , ବରାଳ, ଠାରେ କାଳୀ ପୂଜା ଅବସରରେ ଅଭିନବ ୪୨ମୌଜା ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା ଏହି ଅବସରରେ ନାରାୟଣୀ ପୂଜା କମିଟି ର ପୂର୍ବତନ ସଭାପତି ତଥା ପୂର୍ବତନ ଜିଲ୍ଲାପରିଷଦ ସ୍ବର୍ଗତ ସୁରେନ୍ଦ୍ର ନାଥ ବେହେରା ଙ୍କୁ ମରଣତୋର ସମ୍ମାନ ରେ ସମ୍ମାନିତ କରାଯିବ ସହିତ ଉକ୍ତ କମିଟି ର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ବେଉରା ଏବଂ ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ବେଉରା ଙ୍କୁ ସମ୍ବର୍ଦ୍ଧନା ଦିଆ ଯିବା ସହିତ ପୂଜା କମିଟି ର କୋସାଦ୍ଧକ୍ଷ ତଥା ସେ ଅଞ୍ଚଳ ର ଜଣାଶୁଣା ବ୍ୟକ୍ତିତ୍ଵ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁ ଙ୍କୁ ସଂଗଠନ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା କାର୍ଯ୍ୟକ୍ରମ ଅବସରରେ (ଅଭିନବ ୪୨ମୌଜା) ସଂଗଠନ ର ସଭାପତି ଶ୍ରୀଯୁକ୍ତ ଅଲେଖ ଭୋଇ,ସମ୍ପାଦକ ଶ୍ରୀଯୁକ୍ତ ସତ୍ୟନାରାୟଣ ଦାଶ ଏବଂ କୋସାଦ୍ଧକ୍ଷ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ମହାପାତ୍ର ଙ୍କ ସହିତ ସଂଗଠନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶେଷରେ ସଂଗଠନ ର ସଭାପତି ଧନ୍ୟବାଦ୍ ଅର୍ପଣ କରିଥିଲେ !

Leave a Reply

Your email address will not be published. Required fields are marked *