ସୃଷ୍ଟି ହେଲା ଗଭୀର ଅବପାତ

ଦେଶବିଦେଶ ରାଜ୍ୟ
Spread the love

ଭୁବନେଶ୍ବର : ଗଭୀର ଅବପାତରେ ପରିଣତ ହେଲା ସାମୁଦ୍ରିକ ଝଡ଼ ‘ମନ୍ଥା’। ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଏହା ସ୍ଥଳଭାଗ ଆଡକୁ ଗତି କରୁଛି। ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ସମ୍ଭାବନା ରହିଛି। ବର୍ତ୍ତମାନ ଗଭୀର ଅବପାତଟି ଗୋପାଳପୁରଠାରୁ ୯୫୦ କିଲୋମିଟର ଏବଂ କାକିନଡାଠାରୁ ୮୪-୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ସ୍ଥଳଭାଗକୁ ଆସିବା ପୂର୍ବରୁ ଏହା ଭୀଷଣ ରୂପ ଧାରଣ କରିବ। ଆସନ୍ତା ୨୮ ତାରିଖ ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଛି। ବାତ୍ୟା ‘ମନ୍ଥା’ ସ୍ଥଳଭାଗ ଛୁଇଁବା ସମୟରେ ଆନ୍ଧ୍ରରେ ଘଣ୍ଟାପ୍ରତି ୯୦ରୁ ୧୦୦କି.ମି ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟାପ୍ରତି ୧୧୦କି.ମି. ଛୁଇଁପାରେ। ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେଲେ ବି ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଦକ୍ଷିଣ ଓଡ଼ିଶା ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟାପ୍ରତି ୮୦କି.ମି. ପର୍ଯ୍ୟନ୍ତ ରହିପାରେ ବୋଲି ଶନିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସମୁଦ୍ର ଅଶାନ୍ତ କାରଣରୁ ମତ୍ସ୍ୟଜୀବୀ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବନ୍ଦରଗୁଡ଼ିକୁ ୩ନମ୍ବର ବିପଦ ସଙ୍କେତ ଦିଆଯାଇଛି।

Leave a Reply

Your email address will not be published. Required fields are marked *