8f8a8d61 1e7a 4598 Aa46 F8c24e508ccf

ଜଗନ୍ନାଥ ମହୋତ୍ସବରେ ଝଙ୍କଡ଼ ମାଟିର ସୁଯୋଗ୍ୟ ସନ୍ତାନ ଦେବସ୍ନାନ ଦାସ ସମ୍ବର୍ଦ୍ଧିତ

ରାଜ୍ୟ
Spread the love

ଜଗତସିଂହପୁର/ ଝଙ୍କଡ଼ :  ବାଣୀକ୍ଷେତ୍ର ଝଙ୍କଡ଼ ମାଟିର ସୁଯୋଗ୍ୟ ସନ୍ତାନ, ବରିଷ୍ଠ ଆଇନଜୀବି, ଝଙ୍କଡ଼ ମହୋତ୍ସବ କମିଟିର ମୁଖ୍ୟଉପଦେଷ୍ଟା ତଥା ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଙ୍ଗଠନ ସମ୍ପାଦକ ଓ ଉପସଭାପତି  ସର୍ବୋପରି ମାଆ ସାରଳାଙ୍କର ବରପୁତ୍ର ଦେବସ୍ନାନ ଦାସ ଙ୍କୁ ଝଙ୍କଦ ସାରଳା ପୀଠରେ ଅନୁଷ୍ଠିତ ହୋଇଥିବା ଶ୍ରୀ ଜଗନ୍ନାଥ ମହୋତ୍ସବର ଉଦଘାଟନୀ ଉତ୍ସବରେ, ଉଦଘାଟକ ତଥା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ଵାରା ମହାପ୍ରଭୂ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ, ମାନପତ୍ର ଓ ଦିବ୍ୟ ଆଶିର୍ବାଦ ପ୍ରଦାନ କରାଯାଇ ଥିଲା।

ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ।ଆଇନଜୀବୀ ଶ୍ରୀ ଦାସ ଙ୍କୁ ଏହି ଯଥାର୍ଥ ସମ୍ମାନ ପ୍ରଦାନ କରାଯାଇଥିଵାରୁ, ଝଙ୍କଡ଼ ମହୋତ୍ସବ କମିଟି ର ଅଧ୍ୟକ୍ଷ ଅମରେଶ ରାଉତରାୟ, କାର୍ଯ୍ୟକାରୀ ସଭାପତି ରମାକାନ୍ତ ରାଉଳ , ସମ୍ପାଦକ ତ୍ରିଲୋଚନ ରାଉଳ , କୋଷାଧ୍ୟକ୍ଷ ବିଶ୍ୱରଂଜନ ରାଉଳ, ଜଗନ୍ନାଥ ମହୋତ୍ସବ କମିଟି ର ସମ୍ପାଦକ କ୍ଷୀରୋଦ କୁମାର ରାଉଳ, ବରିଷ୍ଠ ସେବାୟତ ବିଷ୍ଣୁ ଚରଣ ରାଉଳ, ଆଇନଜୀବି ଅମରଜ୍ୟୋତି ସାହୁ, କନକ ପୁର ସରପଞ୍ଚ ରେବତୀ ମହାନ୍ତି, ସମାଜସେବୀ ଅଶୋକ କୁମାର ମହାନ୍ତି ଙ୍କ ସମେତ ସାରଳା ମନ୍ଦିର ପ୍ରଶାସନର ପଦାଧିକାରୀ, ମାଆଙ୍କ ସମସ୍ତ ପଣ୍ଡା ସେବକ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ତାଙ୍କର ଏହି ସମ୍ବର୍ଦ୍ଧନା କୁ ବିପୁଳ ସ୍ଵାଗତ କରିବା ସହିତ, ଠାକୁର ରାଜା ଗଜପତି ମହାରାଜ ଦିବ୍ୟସିଂହ ଦେବ ଙ୍କୁ କୃତଜ୍ଞତା ଜ୍ଞାପନ କରିଅଛନ୍ତି ।

ସୂଚନା ଯୋଗ୍ୟ ଆଇନଜୀବି ଶ୍ରୀ ଦାସ ସାରଳା ମନ୍ଦିରର ପରିଚାଳନା ସମିତି ର ସଦସ୍ୟ ଥିବା ବେଳେ , ମନ୍ଦିରର ବହୁ ଉନ୍ନୟନମୂଳକ କାର୍ଯ୍ୟ କରି ଥିବାରୁ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ, ତାଙ୍କର ଅବଦାନକୁ ଆଜି ପର୍ଯ୍ୟନ୍ତ ମନେରଖିଛନ୍ତି  । ବିଶେଷ କରି ଏଠାରେ ଆଦିକବି ଶୂଦ୍ରମୁନି ସାରଳା ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳନ କରିବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିବାରୁ, ବାସ୍ତବରେ ସେ ମାଆ ସାରଳା ଙ୍କର ବରପୁତ୍ର ବୋଲି ସାଧାରଣରେ ଚର୍ଚ୍ଚା ହୋଇଥାଏ ।

Leave a Reply

Your email address will not be published. Required fields are marked *