ବେଦାନ୍ତ ନିବେଶ କରିବ ଲକ୍ଷେ କୋଟି

ଭୁବନେଶ୍ଵର, ୨୩/୧୦: ଆଜି ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ କେତେକ ନୂଆ ଶିଳ୍ପ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରୁ ଜଣାଯାଇଛି ଯେ, ଆଗାମୀ ଦିନରେ ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ । ଏହାଦ୍ୱାରା ରାଜ୍ୟରେ ୧ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ […]

ସଂପୂର୍ଣ୍ଣ ପଢନ୍ତୁ

ଝାରପଡା ଜେଲରୁ ବାହାରିଲେ ଅମରେଶ ଜେନା

ଭୁବନେଶ୍ଵର, ୨୩/୧୦: ଭୁବନେଶ୍ଵର ଝାରପଡା ଜେଲରୁ ବାହାରିଲେ ଅମରେଶ ଜେନା। ହାଇକୋର୍ଟରୁ ଜାମିନ୍ ମିଳିବା ପରେ ଜେଲରୁ ବାହାରିଛନ୍ତି। ଦୁଷ୍କର୍ମ ମାମଲାରେ ଗିରଫ ହୋଇ ସେ ଜେଲ ଯାଇଥିଲେ। ଜେଲରୁ ବାହାରିବା ପରେ ତାଙ୍କ ସମର୍ଥକମାନେ ତାଙ୍କୁ ପାଛୋଟି ନେଇଛନ୍ତି। ଅମରେଶ କହିଛନ୍ତି ସାମଜିକ ଓ ରାଜନୈତିକ ହତ୍ୟା ପାଇଁ ଷଡଯନ୍ତ୍ର ହୋଇଥିଲା। ନ୍ୟାୟାଳୟ ଉପରେ ମୋର ପୁରା ଭରସା ଅଛି ମୁଁ ନ୍ୟାୟ ପାଇବି ବୋଲି କହିଛନ୍ତି ଅମରେଶ।

ସଂପୂର୍ଣ୍ଣ ପଢନ୍ତୁ

ହୋଟେଲରୁ ୩୦ଜଣଙ୍କୁ ଉଠାଇ ନେଲା ପୁଲିସ

କଟକ, ୨୩/୧୦: ସକାଳୁ ସକାଳୁ କଟକ ଶିଖରପୁର ଅଞ୍ଚଳରେ ଥିବା ଏକ ହୋଟେଲରେ ପୁଲିସର ଚଢାଉ । ଏନେଇ ହୋଟେଲ ଭିତରେ ଥିବା କିଛି ସନ୍ଦିଗ୍ଦ ଲୋକଙ୍କୁ ପଚରା ଉଚୁରା କରୁଛି ପୁଲିସ । ମିଳିଥିବା ସୂଚନା ଅନୁସାରେ ବାହାର ରାଜ୍ୟରୁ ୩୦ଜଣ ସନ୍ଦିଗ୍ଧ ହୋଟେଲରେ ଏକାଧିକ ରୁମ୍ ନେଇ ରହିଥିଲେ । କ୍ରିପ୍ଟୋ କରେନ୍ସି ନେଇ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି ।ସମସ୍ତ ଅଟକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡିଛି। କାହିଁକି ଏଠାକୁ ଆସିଥିଲେ, ଏତେ […]

ସଂପୂର୍ଣ୍ଣ ପଢନ୍ତୁ

ବରାଳ ରେ ମା ଶ୍ୟାମାକାଳୀ ପୂଜା

କଟକ ସଦର, ୨୩/୧୦: ୪୨ମୈ।ଜା ଅନ୍ତର୍ଗତ ବରାଳ ଗ୍ରାମରେ ମା ନାରାୟଣୀ କାଳୀପୂଜା କମିଟି ଓ ଗ୍ରାମବାସୀଙ୍କ ସାହାଯ୍ୟ ତଥା ପ୍ରଶାସନର ପୁର୍ଣ୍ଣ ସହଯୋଗରେ ମା ନାରାୟଣୀଙ୍କର ଚଣ୍ଡୀପାଠ ଓ ମା ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ଏକ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହେଉଅଛି । ଏହି ଚଳିତ ବର୍ଷରେ ମାଆଙ୍କ ପୂଜାରେ ବିଶେଷ ଆକର୍ଷଣ ହେଉଛି ଜଣେ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ ମାଆଙ୍କର ନୂତନ କରି ଲାଗିଥିବା ରୈ।ପ୍ୟମୁକୁଟ । ଚଳିତ ମାସ ତା ୧୯ରିଖ ଠାରୁ ଆରମ୍ଭ […]

ସଂପୂର୍ଣ୍ଣ ପଢନ୍ତୁ

ପାଇକା ନଦୀରେ ବୁଡ଼ି ୨ବାଳକ ମୃତ ଜଣେ ନିଖୋଜ

ଝଙ୍କଡ଼, ୨୩/୧୦: ସାଙ୍ଗ ମାନଙ୍କ ସହିତ ନଦୀରେ ଗାଧେଇବା , କାଳହେଲା,ପାଇକl ନଦୀପାଣି ର ପ୍ରଖର ସୁଅରେ ନିଖୋଜ ହୋଇଗଲେ ତିନି ସାଙ୍ଗ ! ସେମାନଙ୍କ ମଧ୍ୟରୁ ଦୁଇଜଣ ମୃତ ଅବସ୍ଥାରେ ଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳୁନି ।ଏହି ଅଭାବନୀୟ ଘଟଣା ଘଟିଛି ତିର୍ତ୍ତୋଲ ବ୍ଲକ, କ୍ରୀଷ୍ଣାନନ୍ଦପୁର ପଞ୍ଚାୟତ ଅଧିନ ପାଇକାକୁଳ ବସ୍ତିର, ସାଇଫେନ ନିକଟବର୍ତ୍ତୀ, ବାଲିଉଠାଘାଟ ନିକଟରେ। ନଈ କୁ ତିନିସାଙ୍ଗ ଗାଧେଇବାକୁ ଯାଇଥିଲା ବେଳେ, ଜଣ ଜଣ କରି ତିନି ଜଣ […]

ସଂପୂର୍ଣ୍ଣ ପଢନ୍ତୁ

ଏସ୍‌ଆଇ ନିଯୁକ୍ତି ସ୍କାମ୍‌: CBI ତଦନ୍ତ ପାଇଁ ସୁପାରିସ

ଭୁବନେଶ୍ୱର,୨୩/୧୦: ଏସ୍‌ଆଇ ନିଯୁକ୍ତି ସ୍କାମ୍‌ର CBI ତଦନ୍ତ ପାଇଁ ସୁପାରିସ । ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଦୁର୍ନୀତିର ଚେର ଆନ୍ଧ୍ର ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସମ୍ପୂର୍ଣ୍ଣ ପର୍ଦ୍ଦାଫାଶ ପାଇଁ ଶେଷରେ CBI ତଦନ୍ତ ସୁପାରିସ ହୋଇଛି। ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ […]

ସଂପୂର୍ଣ୍ଣ ପଢନ୍ତୁ

ଶବରୀମାଳା ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶବରୀମାଳା, ୨୩/୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିରରେ ପ୍ରବେଶ କରି ଇତିହାସ ରଚିଛନ୍ତି। ୬୭ ବର୍ଷୀୟ ରାଷ୍ଟ୍ରପତି ମୁର୍ମୁ ଏହା ଦ୍ୱାରା ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଏହି ପବିତ୍ର ତୀର୍ଥସ୍ଥଳରେ ପ୍ରାର୍ଥନା କରିଛନ୍ତି। କେରଳକୁ ୪ ଦିନିଆ ଗସ୍ତରେ ଥିବା ରାଷ୍ଟ୍ରପତି ମୁର୍ମୁ ଆଜି ପାରମ୍ପରିକ ଭାବେ ଭଗବାନ ଆୟାପ୍ପାଙ୍କୁ ପୂଜା କରିଥିଲେ। ପଶ୍ଚିମଘାଟରେ ଅବସ୍ଥିତ ଶବରୀମାଳା ଭଗବାନ ଆୟାପ୍ପାଙ୍କ ପ୍ରମୁଖ ତୀର୍ଥସ୍ଥଳ। ଏହି ମନ୍ଦିରରେ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରାର୍ଥତ୍ପତ୍ର ଯାଞ୍ଚ ଶେଷ: ୧୪ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ବଳବତ୍ତର, ୫ ନାକଚ

ନୂଆପଡ଼ା,୨୩/୧୦: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଉପଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ପ୍ରାର୍ଥିତ୍ୱ ନାକଚ ହୋଇଥିବା ପ୍ରାର୍ଥୀମାନେ ହେଲେ ବହୁଜନ ସମାଜ ପାର୍ଟିର ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳରୁ ସୀତାରାମ ବେହେରା ଏବଂ ୩ ଜଣ ସ୍ବାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା, କମଲ କୁମାର ଛତ୍ରିଆ ଏବଂ ଭୁଜବଳ ଆଡ଼ବଙ୍ଗ। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ […]

ସଂପୂର୍ଣ୍ଣ ପଢନ୍ତୁ

ବିଲକୁ ଯାଉଥିବା ବେଳେ ଉପରେ ପଡ଼ିଲା ଶୁଖିଲା ଗଛର ଗଣ୍ଡି, ଚାଲିଗଲା ଜୀବନ…

ମୋହାନା, ୨୩/୧୦: ମନୁଷ୍ୟ ଜୀବନ ପାଣି ଫୋଟକା ଭଳି, ମୃତ୍ୟୁ କେମିତି ଆସିବ କେହି ଆକଳନ କରିପାରିବେ ନାହିଁ l ସେଭଳି ଏକ ଦୁଃଖଦ ଘଟଣା କ୍ରମରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଲେ ଗଜପତି ଜିଲା ରା. ଉଦୟଗିରି ବ୍ଲକ ସ୍ଥିତ ରାମଗିରି ଗ୍ରାମ ପାତ୍ରସାହିର ସୁମନ ପାଇକ( ୧୯)।ସୂଚନା ମୁତାବକ, ବୁଧବାର ସକାଳ ୧୧ଟା ସମୟ ରେ ୫ ଜଣ ସାଙ୍ଗ ବାଟମାଙ୍ଗଳା ନିକଟରେ ଥିବା ବିଲକୁ ଯାଉଥିଲେ। ଏହି ସମୟରେ ମନ୍ଦିର […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ ସାମୁଦ୍ରିକ ସପ୍ତାହରେ ୧.୫ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷର କରିବ ପାରାଦୀପ ବନ୍ଦର

ନୂଆଦିଲ୍ଲୀ, ୨୨/୧୦: ମୁମ୍ବାଇରେ ହେବାକୁ ଥିବା ଭାରତ ସାମୁଦ୍ରିକ ସପ୍ତାହରେ ପାରାଦୀପ ବନ୍ଦର ୧.୫ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷର କରିବ। ଜାହାଜ ନିର୍ମାଣ ଓ ମରାମତି, ବନ୍ଦର ଆଧୁନିକୀକରଣ, ସ୍ମାର୍ଟ ବନ୍ଦର ପଦକ୍ଷେପ, ବ୍ୟବସାୟ ବିକାଶ ଏବଂ ସବୁଜ ହାଇଡ୍ରୋଜେନ୍ ପ୍ରକଳ୍ପ ଭଳି ବିବିଧ କ୍ଷେତ୍ର ପାଇଁ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହେବ ବୋଲି ଜଣାପଡିଛି । ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଚଳିତ ମାସ ୨୭ରୁ ୩୧ […]

ସଂପୂର୍ଣ୍ଣ ପଢନ୍ତୁ