କଟକ ସଦର, ୨୩/୧୦: ୪୨ମୈ।ଜା ଅନ୍ତର୍ଗତ ବରାଳ ଗ୍ରାମରେ ମା ନାରାୟଣୀ କାଳୀପୂଜା କମିଟି ଓ ଗ୍ରାମବାସୀଙ୍କ ସାହାଯ୍ୟ ତଥା ପ୍ରଶାସନର ପୁର୍ଣ୍ଣ ସହଯୋଗରେ ମା ନାରାୟଣୀଙ୍କର ଚଣ୍ଡୀପାଠ ଓ ମା ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ଏକ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହେଉଅଛି । ଏହି ଚଳିତ ବର୍ଷରେ ମାଆଙ୍କ ପୂଜାରେ ବିଶେଷ ଆକର୍ଷଣ ହେଉଛି ଜଣେ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ ମାଆଙ୍କର ନୂତନ କରି ଲାଗିଥିବା ରୈ।ପ୍ୟମୁକୁଟ । ଚଳିତ ମାସ ତା ୧୯ରିଖ ଠାରୁ ଆରମ୍ଭ ହୋଇଥିବା ମାଆଙ୍କ ପୂଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ତା୨୨ରିଖରେ ଭଜନ ସଂଧ୍ୟା, ତା୨୩ରିଖରେ ଡାନ୍ସ ଡାନ୍ସ, ତା୨୪/୨୫ରିଖରେ ଦୁଇ ରାତ୍ରଡ୍ରାମା ହୋଇ ଶେଷରେ ତା୨୬ରିଖରେ ମାଆଙ୍କର ଭଷାଣୀ ଉତ୍ସବ ଶବ୍ଦ ପ୍ରଦ୍ୟୁଷଣକୁ ଧ୍ୟାନ ଦେଇ ନିଶାମୁକ୍ତ ଭାବରେ କରିବା ପାଇଁ କମିଟିରେ ନିଷ୍ପତ୍ତି ହୋଇଅଛି ।
