ପାଇକା ନଦୀରେ ବୁଡ଼ି ୨ବାଳକ ମୃତ ଜଣେ ନିଖୋଜ

ଅପରାଧ ଜଗତସିଂହପୁର ଜିଲା ଖବର ରାଜ୍ୟ
Spread the love

ଝଙ୍କଡ଼, ୨୩/୧୦: ସାଙ୍ଗ ମାନଙ୍କ ସହିତ ନଦୀରେ ଗାଧେଇବା , କାଳହେଲା,ପାଇକl ନଦୀପାଣି ର ପ୍ରଖର ସୁଅରେ ନିଖୋଜ ହୋଇଗଲେ ତିନି ସାଙ୍ଗ ! ସେମାନଙ୍କ ମଧ୍ୟରୁ ଦୁଇଜଣ ମୃତ ଅବସ୍ଥାରେ ଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳୁନି ।ଏହି ଅଭାବନୀୟ ଘଟଣା ଘଟିଛି ତିର୍ତ୍ତୋଲ ବ୍ଲକ, କ୍ରୀଷ୍ଣାନନ୍ଦପୁର ପଞ୍ଚାୟତ ଅଧିନ ପାଇକାକୁଳ ବସ୍ତିର, ସାଇଫେନ ନିକଟବର୍ତ୍ତୀ, ବାଲିଉଠାଘାଟ ନିକଟରେ। ନଈ କୁ ତିନିସାଙ୍ଗ ଗାଧେଇବାକୁ ଯାଇଥିଲା ବେଳେ, ଜଣ ଜଣ କରି ତିନି ଜଣ ଛାତ୍ର, ନଦୀରେ ବୁଡ଼ିଯାଇଥିଲେ । ଖବର ଅନୁଯାଇ କାଲୁ ମଲ୍ଲିକ ଙ୍କ ପୁଅ ସୌରଭ ମଲ୍ଲିକ (୧୮) ଆଇ ଟି ଆଇ ରେ ପାଠ ପଢୁଥିବା ବେଳେ , ନରି ବେହେରାଙ୍କ ପୁଅ ଶିଶିର ବେହେରା (୧୪ ) ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ସେହିପରି ଅକ୍ଷୟ ମଲ୍ଲିକ ଙ୍କ ପୁଅ ଅମନ୍ କୁମାର ମଲ୍ଲିକ (୧୫ ) ସରସ୍ୱତୀ ଶିଶୁ ମନ୍ଦିରରେ ୧୦ମ ଶ୍ରେଣୀରେ ପାଠ ପଢୁଥିଲେ । ମାତ୍ର ଏହି ତିନି ସାଙ୍ଗ, ପାଇକl ନଦୀ ରେ ଗାଧେଇବା ବେଳେ, ନଦୀଜଳରେ ବୁଡ଼ି ଯାଇଥିଲେ। ଖବର ପାଇ ସେମାନଙ୍କ ପରିବାର ଲୋକ ମାନଙ୍କ ସହିତ ସ୍ଥାନୀୟ ପୋଲିସ ଓ ଅଗ୍ନୀଶମ ବାହିନୀ ର ଅଧିକାରୀ ଓ ଗ୍ରାମବାସୀ ମାନଙ୍କ ଦ୍ବାରା ଦୁଇଜଣ ଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଖବର ଲେଖା ସରିବା ପର୍ଯ୍ୟନ୍ତ ଆଉ ଜଣଙ୍କର ପତ୍ତା ମିଳିନାହିଁ। ଉଦ୍ଧାର କରାଯାଇଥିବା ଦୁଇ ଛାତ୍ର ଙ୍କୁ ନିକଟସ୍ଥ ରଘୁନାଥ ପୁର ମେଡିକାଲ କୁ ନିଆ ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖ ଦାୟକ ଓ ହୃଦୟ ବିଦାରକ ଘଟଣା ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *