ଇକୋ ରେଳପଥ ଶ୍ରମିକ ୟୁନିଅନର ୩୫ଟି ସମସ୍ୟା ନେଇ ଧାରଣା ଓ ମଣ୍ଡଳାଧୀଶଙ୍କୁ ଦାବିପତ୍ର ପ୍ରଦାନ

ଜଟଣୀ,୨୧/୯:  ସ୍ଥାନୀୟ ପୂର୍ବତଟ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ମୁଖ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଅଲଇଣ୍ଡିଆ ରେଲୱେ ମେକ୍ସ ଫେଡେରେସନ, ନୂଆଦିଲ୍ଲୀର ଆହ୍ୱାନ କ୍ରମେ ସର୍ବଭାରତୀୟ ସ୍ତରରେ ଅଷ୍ଟମ ବେତନର ତୁରନ୍ତ ରାଜପତ୍ର ବିଜ୍ଞପ୍ତି ପ୍ରକାଶ ଦାବିରେ ଶୁକ୍ରବାର ଏକ ଧାରଣା, ପ୍ରତିବାଦ ସଭା ଆୟୋଜନ ହୋଇ ଶେଷରେ ମଣ୍ଡଳାଧୀଶଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅଲଇଣ୍ଡିଆ ରେଲପଥ ମେସ୍ଟ ଫେଡେରେସନ ସହ ଅନୁବନ୍ଧିତ ପୂର୍ବତଟ ରେଳପଥ ଶ୍ରମିକ ୟୁନିୟନର ମହାମନ୍ତ୍ରୀ ଶ୍ରୀ ପ୍ରଦୀପ୍ତ କୁମାର ପାଟସାହାଣୀଙ୍କ ନିର୍ଦ୍ଦେଶରେ ୩୫ଟି ସମସ୍ୟା […]

ସଂପୂର୍ଣ୍ଣ ପଢନ୍ତୁ

ବ୍ଲକ୍ ସ୍ତରୀୟ କଳା ସଂସ୍କୃତି ସଂଘର ସମାବେଶ 

ସମ୍ବଲପୁର,୨୧/୯:  ଜିଲ୍ଲା ଯମନକିରା ବ୍ଲକ ର କଳାକାର ମାନଙ୍କ ବିଭିନ୍ନ ସମସ୍ୟା ଓ ପ୍ରାୟ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବର୍ଦ୍ଧିତ କଳାକାର ଭତ୍ତା ଦେବାକୁ  ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓ ରବିନ୍ଦ୍ର ସେଠୀଙ୍କ ଜରିଆ ରେ ବ୍ଲକ୍ ସ୍ତରୀୟ କଳା ସଂସ୍କୃତି ସଂଘ ପକ୍ଷରୁ ଏକ ୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ଗୋକୁଳାନନ୍ଦ ଦାନୀଙ୍କ ନେତୃତ୍ୱରେ ସ୍ଥାନୀୟ ହାଟପଦାରୁ ଶତାଧିକ କୃଷ୍ଣଗୁରୁ, ସମ୍ପର୍ଦା , ଭାଗବତ, ଦଣ୍ଡନାଚ, ରଙ୍ଗୀନ କୀର୍ତ୍ତନ, […]

ସଂପୂର୍ଣ୍ଣ ପଢନ୍ତୁ

ଖୋଲିବ ବନ୍ଦ ପଡ଼ିଥିବା ୭୦ ମଦ ଦୋକାନ

ଭୁବନେଶ୍ୱର, ୨୦/୯: ରାଜ୍ୟରେ ବନ୍ଦ ପଡ଼ିଥିବା ୭୦ଟି ମଦ ଦୋକାନ ଖୋଲିବେ ସରକାର**-ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉତ୍ତର**-ବନ୍ଦ ମଦ ଦୋକାନକୁ ପୁନର୍ବାର ଖୋଲିବାକୁ ବିଭାଗ ତରଫରୁ ଅନୁମତି**-୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବାକୁ ପ୍ରସ୍ତାବ**-ବାଲେଶ୍ୱରରେ ସର୍ବାଧିକ ୧୭ଟି ମଦ ଦୋକାନ ଖୋଲିବେ ସରକାର*

ସଂପୂର୍ଣ୍ଣ ପଢନ୍ତୁ

ମହିଳା ଉଦ୍ୟୋଗୀ ଙ୍କ ପାଇଁ , ଓସିଏଫ୍ ର ଜାତୀୟ ପୁରସ୍କାର ପ୍ରଦାନ

ଝଙ୍କଡ଼, ୨୦/୯: ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ ( 0CF ) ତରଫରୁ ଶିଳ୍ପୋଦ୍ୟୋଗୀ ମହିଳା ମାନଙ୍କ ଉଲ୍ଲେଖନୀୟ ଅବଦାନ କୁ ଦୃଷ୍ଟିରେ ରଖି,ସେମାନଙ୍କ ନିଜ ନିଜର ସଫଳତା , ନବସୃଜନ, ନେତୃତ୍ଵ ଓ ବିକଶିତ ଭାରତ ଗଠନ କ୍ଷେତ୍ରରେ ତାଙ୍କର ଉଦ୍ୟମ କୁ ପ୍ରୋତ୍ସାହିତ କରିବା ସହିତ ମହିଳା ସଶକ୍ତି କରଣ ନିମନ୍ତେ, ଗତ ୧୩ ତାରିଖ ଦିନ ଅପରାହ୍ନରେ , ଭୁବନେଶ୍ୱର ସ୍ଥିତ ନିୟୁ ମାରିଅନ ହୋଟେଲ ରେ ଏକ ଜାତୀୟ ପୁରସ୍କାର ପ୍ରଦାନ ଉତ୍ସବ, […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍

କଟକ,୨୦/୯: ଆସନ୍ତା ୨୭ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୁତି ଭୁଷଣ ଜେନା ଏବଂ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ବ୍ରହ୍ମପୁର ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ବନ୍ଧରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଆଜି ପୂର୍ବାହ୍ନରେ ଡିଜିପି ବ୍ରହ୍ମପୁର […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡି ନେତା ଦିଲ୍ଲୀପ ନାୟକ ଗିରଫ, କଟକରୁ ଟେକିନେଲା ଇଓଡବ୍ଲ୍ୟୁ

କଟକ,୨୦/୯: ବିଜେଡି ନେତା ଦିଲ୍ଲୀପ କୁମାର ନାୟକଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ। ପୁରୀରେ ଏକ ୭ କୋଟି ଟଙ୍କାର ଜମି ଠକେଇ ଘଟଣାରେ ଇଓଡବ୍ଲ୍ୟୁ ତାଙ୍କୁ କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଝାଞ୍ଜିରୀମଙ୍ଗଳା ଅଞ୍ଚଳରୁ ଗିରଫ କରିଛି। ସୂଚନା ଅନୁଯାୟୀ, ପୁରୀର ଜଣେ ବ୍ୟକ୍ତିଙ୍କୁ ଜମି ଯୋଗାଇବାକୁ କହି ଦିଲ୍ଲୀପ ୭ କୋଟି ଟଙ୍କା ଆଣିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜମି ଦେଇ ନଥିଲେ। ଟଙ୍କା ଫେରସ୍ତ ପାଇଁ ପରବର୍ତ୍ତୀ ସମୟରେ ଏକ ଚୁକ୍ତି ବି କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

୪୨ ମୌଜା ବିଦ୍ୟୁତ୍ କାର୍ଯ୍ୟାଳୟ ରେ ପୂଜା ପାଳିତ

କଟକ, ୨୦/୯: ୪୨ମୌଜା ବେଣ୍ଟକାର ବିଦ୍ୟୁତ୍ କାର୍ଯ୍ୟାଳୟରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟା ସମୟରେ କୀର୍ତ୍ତନ କାର୍ଯ୍ୟ ସରିଛି । କର୍ତ୍ତା ରୂପରେ ୪୨ମୌଜା ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଦୀପକ କୁମାର ସାହୁ ପୌରହିତ୍ୟ କରିଥିଲେ। ୪୨ମୌଜା ବିଦ୍ୟୁତ୍ ବିଭାଗର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ନେଲା ବେଳେ ପୁଲିସ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ

ସୋର, ୨୦/୯: ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଅନନ୍ତପୁର ଫାଣ୍ଡି ଅଧିକାରୀ ହୃଷିକେଶ ବିଶ୍ୱାଳଙ୍କୁ ଲାଞ୍ଚ ନେବା ବେଳେ ଗିରଫ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ସୂଚନା ଅନୁସାରେ ଗତ ୧୫ ଦିନ ତଳେ ଜଣେ ଯୁବକ ବାଇକରେ ଅନନ୍ତପୁର ଅଭିମୁଖେ ଆସୁଥିବା ବେଳେ ରାସ୍ତାରେ ଶୋଇଥିବା ଏକ ଷଣ୍ଢକୁ ଧକ୍କା ଦେଇଥିଲେ। ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅନନ୍ତପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକଟିକୁ ଜବତ […]

ସଂପୂର୍ଣ୍ଣ ପଢନ୍ତୁ

ତ୍ରିଶୂଳିଆରେ ହେବ ଦ୍ବିତୀୟ ବ୍ରିଜ୍: ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର, ୨୦/୯: କଟକ- ଭୁବନେଶ୍ବର ଦ୍ବୈତନଗରୀରେ ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଥିବା ସଂପର୍କରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ସୂଚନା ଦେଇଛନ୍ତି। ତ୍ରିଶୂଳିଆରେ ନିର୍ମାଣ ହେବ ଦ୍ୱିତୀୟ ବ୍ରିଜ। ଏହି ପ୍ରକଳ୍ପ ପାଇଁ ୨୯୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ୩୬ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସେ କହିଛନ୍ତି। କଟକ- ଭୁବନେଶ୍ବର ଦ୍ବୈତନଗରୀରେ […]

ସଂପୂର୍ଣ୍ଣ ପଢନ୍ତୁ

ଜମି ଅଧିଗ୍ରହଣ ପାଇଁ ଲାଞ୍ଚ ନେଲା ‌ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡାଟା ଏଣ୍ଟ୍ରି ଅପରେଟର

ବଣାଇଁଗଡ଼,୨୦/୯ ଭିଜିଲାନ୍ସ ହାତରେ ପୁଣି ଜଣେ ସରକାରୀ କର୍ମଚାରୀ ଫସିଛନ୍ତି। ଜମି ଅଧିଗ୍ରହଣ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୭୦୦୦ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଡାଟା ଏଣ୍ଟ୍ରି ଅପରେଟର ପୃଥ୍ବୀରାଜ କାମିଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୁନ୍ଦରଗଡ଼ଜିଲ୍ଲା ବଣାଇରେ ଥିବା ରୁକୁଡ଼ା ଜଳସେଚନ ପ୍ରକଳ୍ପରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ପୃଥ୍ୱୀରାଜ କାମିଲା ଜଣେ ବ୍ୟକ୍ତିଙ୍କର ଜମି ଅଧିଗ୍ରହଣ ସଂପର୍କିତ ମାମଲାର ସମାଧାନ କରିବା ପାଇଁ ୨୦ ହଜାର ଟଙ୍କା […]

ସଂପୂର୍ଣ୍ଣ ପଢନ୍ତୁ