ରଜସଂକ୍ରାନ୍ତି ଉପଲକ୍ଷେ ଝଙ୍କଡ଼ ସାରଳାପୀଠରେ ପ୍ରବଳ ଭକ୍ତସମାଗମ

ଝଙ୍କଡ଼ :  ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମାସାରଳା ଙ୍କ ପୀଠରେ ରଜସଂକ୍ରାନ୍ତି ଉପଲକ୍ଷେ ପ୍ରବଳଜନସମାଗମ ପରିଲକ୍ଷିତ ହୋଇଥିଲା l ପତ୍ୟୁଷ ରୁ ମାଆଙ୍କ ପହୁଡ଼ଫିଟା ନୀତି ଅନୁଷ୍ଠିତ ହେବାପରେ ମଙ୍ଗଳଆଳତୀ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଭକ୍ତ ମାନଙ୍କ ଭିଡ଼ଲାଗିରହିଥିଲା l ପରେପରେ ପ୍ରତିଦିନଭଳି ସ୍ଥାନୀୟଭକ୍ତସମାଜ ର ବିଭିନ୍ନବାଦ୍ୟ ସହିତ ଗୀତିଗୋବିନ୍ଦ ଗାନ କରାଯିବାପରେ, ସାରଳା ଵେଦବିଦ୍ୟାପୀଠର ବିଦ୍ୟାର୍ଥୀ ମାନଙ୍କ ଵେଦମନ୍ତ୍ର ଧ୍ୱନିରେ ମନ୍ଦିରବେଢା ପ୍ରକମ୍ପିତ ହୋଇଉଠିଥିଲା l ମାର୍ଜ୍ଜନା ପରେ ଅଭିନଵ ବେଶରେ ମାଆଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପରିବାର ପକ୍ଷରୁ ସେବା ସହାୟତା ପ୍ରଦାନ

କଟକ : ଓଡିଆ ଗଣପର୍ବ ରଜକୁ ଖୁସୀ ଓ ଆନନ୍ଦରେ ସାରା ଓଡିଶାବାସୀ ପାଳନ କରିଥାନ୍ତି l ଭଗବାନଙ୍କ ବିଚାର କାହା ପାଇଁ କଣ କିଏ ଜାଣିଛି ଯିଏ ସର୍ବସ୍ୱ ହରାଇଛି ତା ପାଇଁ ରଜ କଣ ? ଏହିପରି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କରିଲୋପାଟଣା ପଞ୍ଚାୟତର ମଲ୍ଲକୁଦ ଗ୍ରାମର ସୁଷମା ମଲ୍ଲ l ଗତ କିଛି ବର୍ଷ ହେବ ସ୍ୱାମୀ ଆରପାରିକୁ ଚାଲି ଗଲେଣି, ତାଙ୍କର ସନ୍ତାନ ନାହାଁନ୍ତି l […]

ସଂପୂର୍ଣ୍ଣ ପଢନ୍ତୁ

ଚ୍ୟାମିଲ ଓଝାଙ୍କୁ ନ୍ୟାୟନମିଳିବା ପର୍ଯ୍ୟନ୍ତ, ତିର୍ତ୍ତୋଲ ସରପଞ୍ଚସଙ୍ଘ ଆନ୍ଦୋଳନ ଜାରିରଖିବ

ଝଙ୍କଡ଼ : ଆମରାଜ୍ୟରେ ଯେଉଁ ଡବଲଇଞ୍ଜିନ ସରକାର ମହିଳାମାନଙ୍କ ପାଇଁ ସଙ୍ଗରକ୍ଷଣ ବ୍ୟବସ୍ଥା ଉପରେ ଡିଣ୍ଡିମ ପିଟୁଛନ୍ତି l କେନ୍ଦ୍ରାପଡ଼ାଜିଲ୍ଲା ମହାକାଳପଡା ବ୍ଲକ, ତିକ୍ଷୀରି ପଞ୍ଚାୟତ ର ନିର୍ବାଚିତ ସରପଞ୍ଚ ଭଉଣୀ ଚାମେଲୀ ଓଝା ପ୍ରତି ଯେପରି ଭାବରେ ଅମାନୁଷିକ ଅତ୍ୟାଚାର କରାଗଲା, ଏହା କଣ ତାର ଜ୍ୱଳନ୍ତନିଦର୍ଶନ? ବୋଲି ପ୍ରଶ୍ନକରିଛନ୍ତି ତିର୍ତ୍ତୋଲବ୍ଲକ ସରପଞ୍ଚ ସଂଘର ସଭାପତି ତଥା ମୂଳିସିଂହ ପଞ୍ଚାୟତ ର ସରପଞ୍ଚ ସଫି ଆଜାମ l ଏଥିପାଇଁ ତିର୍ତ୍ତୋଲବ୍ଲକ ସରପଞ୍ଚସଙ୍ଘ ର ସମସ୍ତ ସରପଞ୍ଚ […]

ସଂପୂର୍ଣ୍ଣ ପଢନ୍ତୁ

ବେଙ୍ଗାଲୁରୁରେ ସିକିମ ମହିଳାଙ୍କ ଗଳା କାଟିଦେଲା ପ୍ରେମିକ

ବେଙ୍ଗାଲୁରୁ: ସିକିମର ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ତାଙ୍କ ପ୍ରେମିକ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ସିକିମର ୨୨ ବର୍ଷୀୟା ଅତି ହଙ୍ଗମା ସୁବ୍ବା ବୋଲି ଜଣାପଡ଼ିଛି। ସେ ଏକ ସେଲୁନରେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ। ଅଭିଯୁକ୍ତ ଦାର୍ଜିଲିଂର ବାସିନ୍ଦା ପୂର୍ବା ଲେପଚା ଏକ ହୋଟେଲରେ ୱେଟର ଭାବରେ କାର୍ଯ୍ୟ କରୁଥିଲା। ଏହି ଦମ୍ପତି ଏକ ମାସ ପୂର୍ବରୁ ବେଙ୍ଗାଲୁରୁ ଯାଇଥିଲେ। ସେମାନେ ଡୋଡାକାନ୍ନାହଲ୍ଲୀରେ ଏକାଠି ରହୁଥିଲେ। ରବିବାର ସକାଳେ […]

ସଂପୂର୍ଣ୍ଣ ପଢନ୍ତୁ

ଟିଏମସିରେ ବିଭାଜନ ପ୍ରକ୍ରିୟା ତେଜିଲା: ବାଚସ୍ପତିଙ୍କୁ ଭେଟିଲେ ବିଦ୍ରୋହୀ ସାଂସଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳ ମଧ୍ୟରେ ଲାଗି ରହିଥିବା ପ୍ରବଳ ଅସନ୍ତୋଷ ଏବେ ବିଦ୍ରୋହର ରୂପ ନେଇଛି। ଆଜି ଦିଲ୍ଲୀରେ ଟିଏମ୍‌ସିର ବହୁ ସଂଖ୍ୟକ ବିଦ୍ରୋହୀ ସାଂସଦ ଏକାଠି ହୋଇ ମମତା ବାନାର୍ଜୀଙ୍କ ନେତୃତ୍ବ ବିରୋଧରେ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛନ୍ତି। ଏହି କ୍ରମରେ ଆଜି ସନ୍ଧ୍ୟାରେ ସରଗରମ ସ୍ଥିତି ଦେଖିବାକୁ ମିଳିଛି। ବିଦ୍ରୋହୀ ସାଂସଦମାନେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ବାସଭବନରେ ଏକ ରୁଦ୍ଧଦ୍ୱାର ବୈଠକ କରିବା ପରେ ସେଠାରୁ ସିଧାସଳଖ […]

ସଂପୂର୍ଣ୍ଣ ପଢନ୍ତୁ

ସାବଧାନ! ରାଜଧାନୀରେ ’ଗ୍ୟାସ୍‌ ଡେଲିଭେରି ବୟ’ ବେଶରେ ଲୁଟ୍‌

ଭୁବନେଶ୍ବର : ସବୁଠାରୁ ସୁରକ୍ଷିତ କୁହାଯାଉଥିବା ଓ ସର୍ବାଧିକ ପୁଲିସ ଘନତା ଥିବା ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ପୁଣି ଅପରାଧୀଙ୍କ ଅଭିନବ ଅପରାଧ। ବର୍ତ୍ତମାନ ଗ୍ୟାସ୍‌ ସିଲିଣ୍ଡର ଡେଲିଭେରି ବୟ ବେଶ୍‌ରେ ଘରେ ପଶି ଲୁଟ୍‌ କରୁଛନ୍ତି। ଏଭଳି ଏକ ଘଟଣା ନୂଆପଲ୍ଲୀ‌ ଅଞ୍ଚଳରେ ଘଟିଛି। ସୂଚନାନୁସାରେ, ଗ୍ୟାସ୍‌ ଟାଙ୍କି ଡେଲିଭରି କରିବା ଆଳରେ ଘରେ ଏକାକୀ ଥିବା ମହିଳା ଓ ବରିଷ୍ଠ ନାଗରିକଙ୍କୁ ଲୁଟ୍‌ପାଟ୍‌ କରୁଛି। ଦୁଇ ଦିନ ଭିତରେ ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଅଞ୍ଚଳରୁ […]

ସଂପୂର୍ଣ୍ଣ ପଢନ୍ତୁ

ସହରରେ ସରକାର ଯୋଗାଇବେ ’ଭଡ଼ା ଘର’, ମାସିକ ୫ଶହରୁ ୧୫ଶହ ଟଙ୍କା

ଭୁବନେଶ୍ବର  : ରାଜ୍ୟର ସମସ୍ତ ସହରାଞ୍ଚଳରେ ବେଆଇନ ଭାବେ ବସ୍ତି ସଂଖ୍ୟା ବଢ଼ୁଥିବାବେଳେ ଏହା ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରୁଛନ୍ତି। ସମସ୍ତ ସହରାଞ୍ଚଳରେ ପିଏମ୍-ଆବାସ(ସହରାଞ୍ଚଳ) ୨.୦ରେ ଯେଉଁ ଘର ନିର୍ମାଣ କରାଯିବ ସେଥିରୁ ଅଧା ବସ୍ତିବାସିନ୍ଦା ଏବଂ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ବିକ୍ରି ହେବାକୁ ଥିବାବେଳେ ବାକି ଘର ସରକାର ଭଡ଼ାରେ ଲଗାଇବେ। ଏହାର ନୋଡାଲ ସଂସ୍ଥା ଭାବେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ କାର୍ଯ୍ୟ କରିବ। […]

ସଂପୂର୍ଣ୍ଣ ପଢନ୍ତୁ

ଶନିଶ୍ଚର ମନ୍ଦିର ପରିଚାଳନା କମିଟି ବିରୁଦ୍ଧରେ ଅପପ୍ରଚାରକୁ ନିନ୍ଦା

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ମୂଳବସନ୍ତ ପଞ୍ଚାୟତରେ ରହିଛି ଶ୍ରୀ ଶ୍ରୀ ଶନିଶ୍ଚର ମନ୍ଦିର | ପୁଣ୍ୟତୋୟା ବିରୂପା ନଦୀ ତଟରେ ଅବସ୍ଥିତ ଗୁଣୁପୁର ଏକ ପ୍ରସିଦ୍ଧ ଗାଁ’ | ଏହି ଗ୍ରାମର ଆରାଧ୍ୟ ଦେବତା ଶ୍ରୀଶ୍ରୀ ଶନିଶ୍ଚର ଦେବ  | ଭକ୍ତ ମାନଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଉକ୍ତ ଭବ୍ୟ ମନ୍ଦିରକୁ ଦୂର ଦୁରାନ୍ତରୁ ବହୁ ଶ୍ରଦ୍ଧାଳୁ ଆସିଥାଆନ୍ତି  | ମନ୍ଦିର ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର କମିଟି ରହିଛି […]

ସଂପୂର୍ଣ୍ଣ ପଢନ୍ତୁ

ଡିଜି ପଦ ପାଇଁ ଦୁଇ ଓଡ଼ିଆ ଆଇପିଏସ୍

ଭୁବନେଶ୍ବର: ଡିଜି (DG) ପାହ୍ୟା ପାଇଁ କେନ୍ଦ୍ରୀୟ ଏମପ୍ୟାନେଲମେଣ୍ଟରେ ୩୩ ଜଣ IPS ଅଧିକାରୀଙ୍କୁ ମନୋନୀତ କରାଯାଇଛି। କ୍ୟାବିନେଟ ନିଯୁକ୍ତି କମିଟି (ACC) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ଏହି ତାଲିକାରେ ଓଡ଼ିଶା କ୍ୟାଡରର ଦୁଇଜଣ ବରିଷ୍ଠ IPS ଅଧିକାରୀ ସ୍ଥାନ ପାଇଥିବାରୁ ରାଜ୍ୟ ପୁଲିସ ମହଲରେ ଖୁସିର ଲହରୀ ଦେଖାଦେଇଛି। ତାଲିକାର ପ୍ରଥମ ସ୍ଥାନରେ ବରିଷ୍ଠ IPS ଅଧିକାରୀ ଡ଼. ସୁଧାଂଶୁ ଷଡ଼ଙ୍ଗୀ ରହିଛନ୍ତି। ତାଙ୍କୁ ଡିଜି ପଦବୀ ପାଇଁ କେନ୍ଦ୍ରୀୟ ମଞ୍ଜୁରୀ ମିଳିଥିବା […]

ସଂପୂର୍ଣ୍ଣ ପଢନ୍ତୁ

ମହାପ୍ରଭୁଙ୍କ ଦର୍ଶନ କଲେ ରାଜ୍ୟପାଳ

ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଶନିବାର ଦିନ ରାଜ୍ୟର ପ୍ରଥମ ମହିଳା ଡକ୍ଟର ଜୟଶ୍ରୀ କମ୍ଭମପାଟିଙ୍କ ସହ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ମନ୍ଦିରରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍‌ଜେଟିଏ)ର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ ଏବଂ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ।

ସଂପୂର୍ଣ୍ଣ ପଢନ୍ତୁ