ଶନିଶ୍ଚର ମନ୍ଦିର ପରିଚାଳନା କମିଟି ବିରୁଦ୍ଧରେ ଅପପ୍ରଚାରକୁ ନିନ୍ଦା

ରାଜ୍ୟ
Spread the love

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ମୂଳବସନ୍ତ ପଞ୍ଚାୟତରେ ରହିଛି ଶ୍ରୀ ଶ୍ରୀ ଶନିଶ୍ଚର ମନ୍ଦିର | ପୁଣ୍ୟତୋୟା ବିରୂପା ନଦୀ ତଟରେ ଅବସ୍ଥିତ ଗୁଣୁପୁର ଏକ ପ୍ରସିଦ୍ଧ ଗାଁ’ | ଏହି ଗ୍ରାମର ଆରାଧ୍ୟ ଦେବତା ଶ୍ରୀଶ୍ରୀ ଶନିଶ୍ଚର ଦେବ  | ଭକ୍ତ ମାନଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଉକ୍ତ ଭବ୍ୟ ମନ୍ଦିରକୁ ଦୂର ଦୁରାନ୍ତରୁ ବହୁ ଶ୍ରଦ୍ଧାଳୁ ଆସିଥାଆନ୍ତି  | ମନ୍ଦିର ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର କମିଟି ରହିଛି l କମିଟି ପକ୍ଷରୁ ଶନି ଯାତ୍ରା ବହୁ ଜାଗ ଯମକରେ ପାଳନ ହୋଇଥାଏ | ମନ୍ଦିର ପରିବେଶ ବେଶ ମନଲୋଭା |

ପରିଚାଳନା କମିଟି ମନ୍ଦିର ପରିବେଶକୁ ସ୍ୱଚ୍ଛ ରଖିବା ସହିତ ଏବର୍ଷ ବ୍ୟାପକ ବୃକ୍ଷ ରୋପଣ କରିଥିବା ଦେଖିବାକୁ ମିଳିଥିଲା | ନଦୀ ଘାଟକୁ ପାହାଚ ନିର୍ମାଣ କାର୍ଯ୍ୟ ହାତକୁ ନେଇ କମିଟି ପ୍ରଶଂସିତ ହୋଇଛି | ଏସବୁ ସତ୍ୱେ ଜନୈକ ଖଳ ପ୍ରକୃତିର ବ୍ୟକ୍ତି ମନ୍ଦିର ପରିଚାଳନା କମିଟିର ସଭାପତି, ପୂଜକ ଏବଂ ଅନ୍ୟ ସଦସ୍ୟ ମାନଙ୍କ ସହିତ ଦୁର୍ବ୍ୟବହାର ଘଟଣାକୁ ନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି  | ପରିଚାଳନା କମିଟି ବିରୁଦ୍ଧରେ ନାନାଦି ଅପପ୍ରଚାର କରି, ପ୍ରଭୁ ଶନିଶ୍ଚର ମନ୍ଦିର ଉନ୍ନତିରେ ବାଧକ ସାଜିଥିବା ବ୍ୟକ୍ତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଛି  | ଯୁବକ ଜଣକ ନାନା ବିଶୃଙ୍ଖଳା ଆଚରଣ ପାଇଁ କମିଟିରୁ ବହିସ୍କୃତ ହୋଇଥିବା ବେଳେ, ସେ ନିଜକୁ ନସୁଧାରିଲେ ଆଗାମୀ ଦିନରେ କମିଟି ତାଙ୍କ ବିରୁଦ୍ଧରେ ଜିଲ୍ଲାପାଳ ଏବଂ ପୋଲିସ ମୁଖିଆଙ୍କୁ ଭେଟି ଦାବିପତ୍ର ଦେବାକୁ ଚେତାବନୀ ଦେଇଛନ୍ତି  |

Leave a Reply

Your email address will not be published. Required fields are marked *