ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କଳା କଂଗ୍ରେସ

ଅନୁଗୋଳ ରାଜ୍ୟ
Spread the love

ଅନୁଗୋଳ : ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ଅନୁଗୋଳରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଛି କଂଗ୍ରେସ। ଅନୁଗୋଳ ଜିଲ୍ଲା ମହୋତ୍ସବରେ ଅତିଥି ଭାବେ ଯୋଗଦେବାକୁ ଯାଉଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ କଳା ପତାକା ପ୍ରଦର୍ଶନ କରିଛି।

ଅନୁଗୋଳର ଜିଲ୍ଲା ମହୋତ୍ସବ ଉତ୍ସବ ଆରମ୍ଭ ହେଉଥିବା ବେଳେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବା ପାଇଁ ପହଞ୍ଚିଥିଲେ। ହେଲିକେପ୍ଟର ଯୋଗେ ସ୍ଥାନୀୟ ଜିନ୍ଦଲ ଏୟାର ଷ୍ଟ୍ରିପରେ ଓଲ୍ହାଇବା ପରେ ସ୍ୱତନ୍ତ୍ର କାର୍କେଟରେ ସର୍କିଟ ହାଉସକୁ ଆସିଥିଲେ। ସେଠାରୁ ସଭାଘରକୁ ନାରୀ ଶକ୍ତି ବନ୍ଦନମ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଉଥିଲେ। ରାସ୍ତାରେ ତାଙ୍କୁ ଜିଲା କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା।

Leave a Reply

Your email address will not be published. Required fields are marked *