କମିଶନରେଟ ପୋଲିସର ଦୁଇ ଅଫିସରଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର: ଅଭିନନ୍ଦନ ଜଣାଇଲେ ସିପି ଏସ୍. ଦେବଦତ୍ତ ସିଂ

ରାଜ୍ୟ
Spread the love

ଭୁବନେଶ୍ୱର: କମିଶନରେଟ ପୋଲିସ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। କାର୍ଯ୍ୟକ୍ଷେତ୍ରରେ ନିଷ୍ଠା ଓ ଉତ୍କୃଷ୍ଟ ସେବା ପାଇଁ କମିଶନରେଟ ପୋଲିସର ଦୁଇ ଜଣ ଅଧିକାରୀଙ୍କୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ପଦକ ପାଇଁ ମନୋନୀତ କରାଯାଇଛି। ଏହି ସଫଳତା ପାଇଁ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ଉଭୟ ଅଧିକାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
OAPS ସପ୍ତମ ବଟାଲିଅନରେ କାର୍ଯ୍ୟରତ ପ୍ରଫୁଲ୍ଲ କୁମାର ସିଂହଙ୍କୁ ତାଙ୍କର ‘ବିଶିଷ୍ଟ ସେବା’ (Distinguished Service) ପାଇଁ ଏହି ସମ୍ମାନଜନକ ପଦକ ପ୍ରଦାନ କରାଯିବ। ବାରଙ୍ଗ ଥାନାର ଏଏସ୍‌ଆଇ (ASI) ନିଗମାନନ୍ଦ ମହାପାତ୍ରଙ୍କୁ ତାଙ୍କର ‘ପ୍ରଶଂସନୀୟ ସେବା’ (Meritorious Service) ପାଇଁ ରାଷ୍ଟ୍ରପତି ପୁରସ୍କାର ନିମନ୍ତେ ଚୟନ କରାଯାଇଛି।
ଉଭୟ କର୍ତ୍ତବ୍ୟରତ ଅଫିସରଙ୍କ ସଫଳତାକୁ ନେଇ ଗର୍ବପ୍ରକାଶ କରିଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ। ସେ କହିଛନ୍ତି ଯେ, ଦେଶ ଓ ସମାଜ ପ୍ରତି ଏହି ଦୁଇ ଅଧିକାରୀଙ୍କ ଅକ୍ଳାନ୍ତ ପରିଶ୍ରମ, ଅସାଧାରଣ ନେତୃତ୍ୱ ଏବଂ ନିଷ୍ଠାପର ସେବା ସମଗ୍ର ପୋଲିସ ବାହିନୀ ପାଇଁ ପ୍ରେରଣାର ଉତ୍ସ ସାଜିବ।

Leave a Reply

Your email address will not be published. Required fields are marked *