ନାରୀ ଅସୁରକ୍ଷିତ ଥିବା ବେଳେ ‘କନ୍ୟା ବିବାହ ଯୋଜନା’ର ଅର୍ଥ କ’ଣ? ସରକାରଙ୍କୁ ବିଜେଡିର ପ୍ରଶ୍ନ

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ନାବାଳିକାମାନେ ଅସୁରକ୍ଷିତ ଥିବା ବେଳେ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’କୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ ବିଜୁ ଜନତା ଦଳ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଥିବା ବେଳେ, ପଡ଼ୋଶୀ କନ୍ଧମାଳ ଜିଲ୍ଲାରୁ ଆସିଥିବା ନାବାଳିକା ଦୁଷ୍କର୍ମ ଉଦ୍ୟମ ଭଳି ଲଜ୍ୟାଜନକ ଘଟଣାକୁ ନେଇ ବିଜେଡି ତୀବ୍ର ସମାଲୋଚନା କରିଛି। ସରକାର ପ୍ରଥମେ କନ୍ୟାମାନଙ୍କୁ ସୁରକ୍ଷାର ଗ୍ୟାରେଣ୍ଟି ଦିଅନ୍ତୁ, ତା’ ପରେ ଯୋଜନା […]

ସଂପୂର୍ଣ୍ଣ ପଢନ୍ତୁ

ମା’ ବିରଜା ମନ୍ଦିରରେ ମହାମହିମ

ଭୁବନେଶ୍ୱର: ୬-ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଆଜି ହେଉଛି ଦ୍ୱିତୀୟ ଦିନ। ଏହି ଗସ୍ତ କାଳରେ ମହାମହିମ ରାଜ୍ୟର ବିଭିନ୍ନ ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ବେଳେ ଆଜି ତାଙ୍କର କାର୍ଯ୍ୟସୂଚୀ ବେଶ ବ୍ୟସ୍ତବହୁଳ ରହିଛି। ମା’ ବିରଜାଙ୍କ ପୀଠରେ ପୂଜାର୍ଚ୍ଚନା: ଆଜି ଦ୍ୱିତୀୟ ଦିନର ପ୍ରାରମ୍ଭରେ ମହାମହିମ ରାଷ୍ଟ୍ରପତି ଯାଜପୁର ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠ ପରିଦର୍ଶନ କରିଛନ୍ତି। ସେଠାରେ ସେ ମା’ଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାର ଅଗ୍ରାଧିକାର କ୍ଷେତ୍ରର ଋଣ ସମ୍ଭାବନା ୩.୧୫ ଲକ୍ଷ କୋଟି ଆକଳନ

ଭୁବନେଶ୍ୱର: ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଆଜି ରାଜ୍ୟ କ୍ରେଡିଟ ସେମିନାର ୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି। ୨୦୨୬-୨୭ ଆର୍ଥିକ ବର୍ଷରେ ଓଡ଼ିଶା ପାଇଁ ୩.୧୫ ଲକ୍ଷ କୋଟି ଟଙ୍କାର ଅଗ୍ରାଧିକାର କ୍ଷେତ୍ର ଋଣ ସମ୍ଭାବନା ରହିଛି ବୋଲି ଆକଳନ କରାଯାଇଛି। ମୋଟ ଆକଳନ ମଧ୍ୟରୁ ଏମ୍ଏସ୍ଏମ୍ଇର ସର୍ବାଧିକ ଅଂଶ ୧.୫୨ ଲକ୍ଷ କୋଟି ଟଙ୍କା ଥିବାବେଳେ କୃଷି କ୍ଷେତ୍ରରେ ୧.୧୪ ଲକ୍ଷ କୋଟି ଟଙ୍କା ରହିଛି। ଅବଶିଷ୍ଟ ଅଂଶ ଗୃହ, ଶିକ୍ଷା, […]

ସଂପୂର୍ଣ୍ଣ ପଢନ୍ତୁ

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ :  ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ।ଆଜି ପୁରୀରେ ରାତ୍ରି ଯାପନ କରିବା  ନେଇ ସୂଚନା ରହିଛି। ବୁଧବାର ସକାଳ ୭ଟା ସମୟରେ ପୁରୀର ବାଲିସାହି ଶ୍ଵେତଗଙ୍ଗା ଠାରେ ପିଣ୍ତ ଦାନ କରିବାର କାର୍ଯ୍ୟକ୍ରମ ରହିଛି। ପିଣ୍ତଦାନ କରିବା ପରେ ୭ଟା ୪୦ ମିନିଟ୍ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ଶ୍ରୀମନ୍ଦିର ପ୍ରବେଶ କରିବା ସମୟରେ ସିଂହଦ୍ଵାର ଠାରେ ଗଜପତି ମହାରାଜ ସ୍ଵାଗତ କରିବାର ରହିଛି। ତାହା ସହ ଗର୍ଭଗୃହ ଭିତରକୁ ଯାଇ […]

ସଂପୂର୍ଣ୍ଣ ପଢନ୍ତୁ

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା ଶୁଭାରମ୍ଭ

ଭୁବନେଶ୍ୱର :‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା ଶୁଭାରମ୍ଭ ହୋଇଛି।। ଆଜି ଗଞ୍ଜାମ ତାରାତାରିଣୀ ପୀଠରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ୨ ଶହ ବର-କନ୍ୟାଙ୍କ ସାମୁହିକ ବିବାହ କରାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଶୁଭାରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମହିଳା ମାନଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ। କନ୍ୟା ବିବାହରେ ଯେପରି କୌଣସି ସମସ୍ୟା ହୋଇରହିବନି, ଏହି ଯୋଜନା ତାହାର […]

ସଂପୂର୍ଣ୍ଣ ପଢନ୍ତୁ

୫୩ ଲକ୍ଷ ୪୭ ହଜାର ୩୧୫ କୋଟି ଟଙ୍କାର ବଜେଟ୍

ନୂଆଦିଲ୍ଲୀ :  ରେକର୍ଡ ୯ମ ଥର ପାଇଁ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ(Budget) ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ସେ ୨୦୪୭ ବିକଶିକ ଭାରତ ଉପରେ ଫୋକସ କରିଥିବା ବେଳେ ମୋଟ ୫୩,୪୭,୩୧୫ କୋଟି ଟଙ୍କାର ବଜେଟକୁ ସାର୍ବଜନୀନ କରିଛନ୍ତି। ରେଳ ଠାରୁ ଆରମ୍ଭ କରି ପ୍ରତିରକ୍ଷା ଓ ଶିକ୍ଷା ବିଭାଗକୁ ମିଳିଛି ସବୁଠାରୁ ଅଧିକ ପାଣ୍ଠି। ସେହିପରି ଗ୍ରାମୀଣ ବିକାଶ ଓ ରୋଜଗାର ଉପରେ ମଧ୍ୟ ବଜେଟରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ […]

ସଂପୂର୍ଣ୍ଣ ପଢନ୍ତୁ

ଶତାୟୁ ସୁରେନ୍ଦ୍ର ନାଥ ମହାନ୍ତିଙ୍କ ଏକାଦଶାହରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ମାହାଙ୍ଗା : ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶଙ୍ଖପୁର ଗ୍ରାମର ବିଶିଷ୍ଟ ଧର୍ମପ୍ରାଣ ବ୍ୟକ୍ତି ତଥା ଶତାୟୁ ସୁରେନ୍ଦ୍ର ନାଥ ମହାନ୍ତିଙ୍କ ଏକାଦଶାହ ତିଥିରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ସୁରେନ୍ଦ୍ରଙ୍କ ପତ୍ନୀ ପ୍ରମିଳା ମହାନ୍ତିଙ୍କର ହୃଦଘାତରେ ପରଲୋକ ଘଟିବାର ମାତ୍ର ୧୩ ଦିନ ପରେ ସୁରେନ୍ଦ୍ରଙ୍କର ମଧ୍ୟ ଦେହାନ୍ତ ହୋଇଥିଲା। ଅଳ୍ପ ଦିନ ବ୍ୟବଧାନରେ ଉଭୟ ପତି-ପତ୍ନୀଙ୍କ ବିୟୋଗ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦାୟକ ହୋଇଥିବା ବେଳେ ସମଗ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ କାର୍ଯ୍ୟାଳୟ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାରାଦୀପ: ପାରାଦୀପ ସ୍ଥିତ ଜେଏସଡବ୍ଲୁ (JSW) ଉତ୍କଳ ଷ୍ଟିଲ କାର୍ଯ୍ୟାଳୟ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜେଏସଡବ୍ଲୁ ଗ୍ରୁପର ବରିଷ୍ଠ ଅଧିକାରୀ କିନଶୁକ ରୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ରୟ ନିଜ ଅଭିଭାଷଣରେ ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠରେ ବାବା ଗୋରେଖନାଥଙ୍କ ୧୮ତମ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

ଝଙ୍କଡ଼, ୦୨/୦୨: ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ ଅନ୍ତର୍ଗତ କନକପୁର ସାରଳାହାଟ ପାର୍ଶ୍ୱରେ ଅବସ୍ଥିତ ବାବା ଗୋରେଖନାଥଙ୍କ ୧୮ତମ ପ୍ରତିଷ୍ଠା ମହୋତ୍ସବ ବିପୁଳ ଭକ୍ତ ସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସ୍ୱପ୍ନାଦେଶ ଅନୁଯାୟୀ ଆଜକୁ ୧୮ ବର୍ଷ ତଳେ ପ୍ରତିଷ୍ଠିତ ଏହି ପୀଠରେ ବାବାଙ୍କ ପୂଜାାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଥିଲା। ଗତ ସୋମବାର ଏହି ଉପଲକ୍ଷେ ବିଭିନ୍ନ ଧାର୍ମିକ ରୀତିନୀତି ସମ୍ପନ୍ନ ହୋଇଥିଲା। ରୁଦ୍ରାଭିଷେକ, ଷୋଡଶଉପଚାର ପୂଜା ଓ ଯଜ୍ଞରେ ଆହୁତି ପ୍ରଦାନ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ମାର୍ଟ ମିଟର ଓ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ବିରୋଧରେ ଉପଭୋକ୍ତା ସଂଘର ପ୍ରତିବାଦ

ସାଲେପୁର : ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାରର ମନମାନି ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ (OERC) ଜନବିରୋଧୀ ନୀତି ବିରୋଧରେ ସାଲେପୁରରେ ପ୍ରତିବାଦର ସ୍ୱର ତେଜିଛି। ୮ ଦଫା ଦାବିକୁ ନେଇ ଆଜି ସାଲେପୁର ବିଦ୍ୟୁତ ଡିଭିଜନ ଅଫିସ ସମ୍ମୁଖରେ ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଗଗନବିହାରୀ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଶହ ଶହ ଉପଭୋକ୍ତା ସାମିଲ ହୋଇ ବିଦ୍ୟୁତ ବିଭାଗର କାର୍ଯ୍ୟକଳାପକୁ […]

ସଂପୂର୍ଣ୍ଣ ପଢନ୍ତୁ