ଝଙ୍କଡ଼ ସାରଳା ପୀଠରେ ବାବା ଗୋରେଖନାଥଙ୍କ ୧୮ତମ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୦୨/୦୨: ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ ଅନ୍ତର୍ଗତ କନକପୁର ସାରଳାହାଟ ପାର୍ଶ୍ୱରେ ଅବସ୍ଥିତ ବାବା ଗୋରେଖନାଥଙ୍କ ୧୮ତମ ପ୍ରତିଷ୍ଠା ମହୋତ୍ସବ ବିପୁଳ ଭକ୍ତ ସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସ୍ୱପ୍ନାଦେଶ ଅନୁଯାୟୀ ଆଜକୁ ୧୮ ବର୍ଷ ତଳେ ପ୍ରତିଷ୍ଠିତ ଏହି ପୀଠରେ ବାବାଙ୍କ ପୂଜାାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଥିଲା।

ଗତ ସୋମବାର ଏହି ଉପଲକ୍ଷେ ବିଭିନ୍ନ ଧାର୍ମିକ ରୀତିନୀତି ସମ୍ପନ୍ନ ହୋଇଥିଲା। ରୁଦ୍ରାଭିଷେକ, ଷୋଡଶଉପଚାର ପୂଜା ଓ ଯଜ୍ଞରେ ଆହୁତି ପ୍ରଦାନ ସହିତ ଘଣ୍ଟ, କାହାଳି, ଖୋଳ ଓ କରତାଳର ତାଳେ ତାଳେ ହରିବୋଲ ଏବଂ ହୁଳହୁଳି ଧ୍ୱନିରେ ବାବାଙ୍କ ବିଜେସ୍ଥଳୀ ପ୍ରକମ୍ପିତ ହୋଇଉଠିଥିଲା।

ଏହି ପୂଜା କାର୍ଯ୍ୟକ୍ରମରେ ନିତ୍ୟସେବକ ନାରାୟଣ ଭଟ୍ଟ ଓ ସେବିକା ପ୍ରଭାତୀ ଭଟ୍ଟ କର୍ତ୍ତା-କର୍ତ୍ତୀ ଭାବେ ଅଂଶଗ୍ରହଣ କରିଥିବା ବେଳେ, ଆଚାର୍ଯ୍ୟ ଶୁକଦେବ ଦାଶ ଓ ପ୍ରଦୀପ୍ତ ଦାଶ ଯଜ୍ଞ ଓ ପୂଜାର୍ଚ୍ଚନା ସମ୍ପାଦନ କରିଥିଲେ।

ସମସ୍ତ କାର୍ଯ୍ୟକ୍ରମକୁ ନୃସିଂହ ଭଟ୍ଟ, ପରେଶ ଭଟ୍ଟ, ଚନ୍ଦନ ସ୍ୱାଇଁ, ପ୍ରଭାତ ରାଉଳ, ପ୍ରଳୟ ରାଉଳ, ରଶ୍ମିରଂଜନ କୁଅଁର, ଗିରିଜା ଶଙ୍କର ରାଉଳ, ରାକେଶ ସ୍ୱାଇଁ, ଅଜୟ ହାତୀ, ରଶ୍ମିରଂଜନ ସାହୁ, ପ୍ରଭୁପ୍ରସାଦ ଭଟ୍ଟ, ଅନନ୍ୟା ଭଟ୍ଟ ଓ ଅନ୍ନପୂର୍ଣ୍ଣା ଭଟ୍ଟଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀମାନେ ସକ୍ରିୟ ସହଯୋଗ କରି ପରିଚାଳନା କରିଥିଲେ। ଏହି ମହୋତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ଯୋଗଦେଇ ବାବାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

Leave a Reply

Your email address will not be published. Required fields are marked *