ଜେଏସଡବ୍ଲୁ ଉତ୍କଳ ଷ୍ଟିଲ କାର୍ଯ୍ୟାଳୟ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଜଗତସିଂହପୁର ରାଜ୍ୟ
Spread the love

ପାରାଦୀପ: ପାରାଦୀପ ସ୍ଥିତ ଜେଏସଡବ୍ଲୁ (JSW) ଉତ୍କଳ ଷ୍ଟିଲ କାର୍ଯ୍ୟାଳୟ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜେଏସଡବ୍ଲୁ ଗ୍ରୁପର ବରିଷ୍ଠ ଅଧିକାରୀ କିନଶୁକ ରୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଶ୍ରୀ ରୟ ନିଜ ଅଭିଭାଷଣରେ ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭାରତବର୍ଷର ସମୃଦ୍ଧ ଐତିହ୍ୟ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ଉତ୍କର୍ଷତା ଆଜି ଦେଶକୁ ଅନେକ ସଫଳତା ଆଣିଦେଇଛି ବୋଲି ସେ ପ୍ରକାଶ କରିଥିଲେ। ଏଥିସହିତ ଜେଏସଡବ୍ଲୁ କମ୍ପାନୀର ଆଭିମୁଖ୍ୟ ଓ ଏହାର କ୍ରମାଗତ ଅଭିବୃଦ୍ଧି ସମ୍ପର୍କରେ ସେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମରେ କମ୍ପାନୀର ସୁରକ୍ଷା ବିଭାଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁରକ୍ଷାକର୍ମୀ ଏବଂ ପ୍ରକଳ୍ପ ଅଞ୍ଚଳରେ ନିଷ୍ଠାର ସହ କାର୍ଯ୍ୟ କରୁଥିବା କ୍ଷେତ୍ର କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ପରେ ସୁରକ୍ଷା କର୍ମଚାରୀମାନଙ୍କ ପକ୍ଷରୁ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି ଉତ୍ସବରେ ପ୍ରୋଜେକ୍ଟ ହେଡ୍ ରାକେଶ କୁମାର ଓଝା, ଏଚ୍.ଆର. ଏବଂ ଆଡମିନ୍ ହେଡ୍ ହେମ ପାଣ୍ଡେଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *