ଶତାୟୁ ସୁରେନ୍ଦ୍ର ନାଥ ମହାନ୍ତିଙ୍କ ଏକାଦଶାହରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ରାଜ୍ୟ
Spread the love

ମାହାଙ୍ଗା : ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶଙ୍ଖପୁର ଗ୍ରାମର ବିଶିଷ୍ଟ ଧର୍ମପ୍ରାଣ ବ୍ୟକ୍ତି ତଥା ଶତାୟୁ ସୁରେନ୍ଦ୍ର ନାଥ ମହାନ୍ତିଙ୍କ ଏକାଦଶାହ ତିଥିରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ, ସୁରେନ୍ଦ୍ରଙ୍କ ପତ୍ନୀ ପ୍ରମିଳା ମହାନ୍ତିଙ୍କର ହୃଦଘାତରେ ପରଲୋକ ଘଟିବାର ମାତ୍ର ୧୩ ଦିନ ପରେ ସୁରେନ୍ଦ୍ରଙ୍କର ମଧ୍ୟ ଦେହାନ୍ତ ହୋଇଥିଲା। ଅଳ୍ପ ଦିନ ବ୍ୟବଧାନରେ ଉଭୟ ପତି-ପତ୍ନୀଙ୍କ ବିୟୋଗ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦାୟକ ହୋଇଥିବା ବେଳେ ସମଗ୍ର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଏହି ସ୍ମୃତି ସଭାରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ଗୁଣଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଟ କିଶୋର ପଣ୍ଡା, ଅଲେଖ ଚନ୍ଦ୍ର ଦାସ, ରାମଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ମହାନ୍ତି, କିଶୋର ଚନ୍ଦ୍ର ଦାଶ, ରମାକାନ୍ତ ପଣ୍ଡା, ମହେନ୍ଦ୍ର ମହାନ୍ତି, ଅଖିଳେଶ ମହାନ୍ତି, କାମିନୀକାନ୍ତ ମହାନ୍ତି, ପ୍ରତାପ କିଶୋର ନାୟକ, ମାଗୁଣି ଚରଣ ସାମଲ, ବିଜୟ କୁମାର ଦାସ, ଭାରତ ଭୂଷଣ ଦାସ, ଗଣେଶ ବିହାରୀ, ରଂଜିତ ଦାସ, ନିତ୍ୟାନନ୍ଦ ବେହେରା, ସୁମନ୍ତ ବିହାରୀ, ସୁଶାନ୍ତ ମହାନ୍ତି, ସୁଧାଂଶୁ ମହାନ୍ତି, ପରମାନନ୍ଦ ମହାନ୍ତି ଏବଂ ଭାଗ୍ୟଧର ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *