ନିଯୁକ୍ତି ମେଳା ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ଦୁର୍ନୀତିଖୋର ସୁଧୁରିଯାଅ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ବର, ୩୧/୧୨: ଆମ ସରକାର ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳ ନୀତି’ ଆପଣାଇଛନ୍ତି। ତେଣୁ କାର୍ଯ୍ୟର ପ୍ରଥମ ଦିନରୁ ହିଁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିଷ୍ଠାର ସହ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରନ୍ତୁ ବୋଲି ରେଳ ପ୍ରେକ୍ଷାଳୟରେ ଆଜି ଆୟୋଜିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ସରକାରଙ୍କ ୧୧ଟି ବିଭାଗର ୧,୫୪୩ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ‘ସୁଶାସନ’ର ତିନିଟି ମନ୍ତ୍ର ଦେଇ କହିଲେ, କର୍ମ କ୍ଷେତ୍ରରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଅଭିଯୋଗର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଆମ ସରକାର କ୍ଷମତାକୁ ଆସିବା ପରେ ଭିଜିଲାନ୍ସ ଚଢ଼ା‌ଉ ଜୋରସୋରରେ ଚାଲିଛି। ଚଢ଼ାଉ ବେଳେ ଅନେକ ଅଧିକାରୀଙ୍କ ଘରୁ ପ୍ଲଟ୍‌, ଫ୍ଲାଟ୍‌, କୋଠା, ସୁନାରୁପା ସହ ନଗଦ ଅର୍ଥରାଶି ବାହାରୁଛି। ଆଜି ଜଣେ ଅତିରିକ୍ତ ତହସିଲଦାର ନିଜ ଘରେ ୭୫ ଲକ୍ଷ ଟଙ୍କା ସାଇତି ରଖିଥିବା ବେଳେ ଧରାପଡ଼ିଛନ୍ତି। କିନ୍ତୁ ଆମେ ଏଠି ସୁଶାସନ କଥା କହୁଛୁ। ଆପଣ ଯେଉଁମାନେ ଆଜି ନିଯୁକ୍ତିପତ୍ର ପାଇଛନ୍ତି, ସେମାନଙ୍କ କ୍ଷେତ୍ରରେ ଆଗକୁ ଯେମିତି ଏପ୍ରକାର ଚିତ୍ର ଟିଭି ଓ ଲୋକଙ୍କ ସାମନାକୁ ନ ଆସୁ।

Leave a Reply

Your email address will not be published. Required fields are marked *