ବାଲେଶ୍ଵର ଓ ଗଞ୍ଜାମରେ ସରକାରୀ ଛୁଟି ବାତିଲ୍‌

ବାଲେଶ୍ଵର, ୨୫/୧୦: ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ଵର ଏବଂ ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ କର୍ମଚାରୀ ମାନଙ୍କର ଛୁଟି ବାତିଲ ହୋଇଛି। ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି, ସୋମନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଅଧିକାରୀ ମାନଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦେଶ ରହିଛି।୨୮ ଓ ୨୯ ତାରିଖରେ ଦକ୍ଷିଣ ଓଡିଶାକୁ ରେଡ଼ ଆଲର୍ଟ ଜାରି କରାଯାଇଛି । ପବନକୁ ନେଇ […]

ସଂପୂର୍ଣ୍ଣ ପଢନ୍ତୁ

ସିଧାସଳଖ ନିଯୁକ୍ତ ହେବେ ୪୨୧୯ କନଷ୍ଟେବଳ: ଗୃହବିଭାଗ

ଭୁବନେଶ୍ବର, ୨୫/୧୦: ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନଷ୍ଟେବଳ ପଦ ପୂରଣ ହେବ। ଆବଶ୍ୟକ ନିୟମାବଳୀ ପାଳନ କରି ୪୨୧୯ ପୁଲିସ କନଷ୍ଟେବଳ ସିଧାସଳଖ ନିଯୁକ୍ତ ହେବେ। ରାଜ୍ୟ ପୁଲିସ ମୁଖ୍ୟାଳୟର ପ୍ରସ୍ତାବକୁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ପୁଲିସ ମହାନିର୍ଦେଶକଙ୍କୁ ଅବଗତ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ଏସ୍‌ଓପି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ଗୃହ ବିଭାଗ ଉପ ସଚିବ ତରୁଣ କୁମାର ପଣ୍ଡା ଚିଠିରେ ଉଲ୍ଲେଖ କରିଛନ୍ତି, ଓଡ଼ିଶା […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ର ସାହିତ୍ୟ ଅକାଦେମିର ଅନୁବାଦ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ, ଓଡିଶାରୁ ପାଇଲେ ୩

ଭୁବନେଶ୍ବର, ୨୫/୧୦: କେନ୍ଦ୍ର ସାହିତ୍ୟ ଅକାଦେମିର ଅନୁବାଦ ପୁରସ୍କାର ପ୍ରଦାନ ସମାରୋହ ଆଜି କୋଲକାତାସ୍ଥିତ ଜାତୀୟ ଗ୍ରନ୍ଥାଗାରସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଭାଷା ଭବନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଅକାଦେମିର ସଭାପତି ମାଧବ କୌଶିକ ଏଥିରେ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବରେ ପ୍ରଫେସର ସୁକାନ୍ତ ଚୌଧୁରୀ ଯୋଗ ଦେଇ କହିଥିଲେ, ଭାଷା ଓ ସାହିତ୍ୟର ସମୃଦ୍ଧିରେ ଅନୁବାଦର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ଭାଷା ସହ ଆଉ ଗୋଟିଏ ଭାଷା ମଧ୍ୟରେ ଏକ ସେତୁ […]

ସଂପୂର୍ଣ୍ଣ ପଢନ୍ତୁ

କଳାମଣ୍ଡଳ’ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ଵର, ୨୪/୧୦: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନରେ ଭୁବନେଶ୍ୱରରେ ନିର୍ମାଣାଧୀନ ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହିତ କେନ୍ଦୁଝର ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି।ସୂଚନାଯୋଗ୍ୟ, ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ୯.୮୫ ଏକର ଜମି ଉପରେ ୧୭୩ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ସର୍ବବୃହତ ଏହି ପ୍ରେକ୍ଷାଳୟ ଇଡ୍‌କୋ ପକ୍ଷରୁ ନିର୍ମାଣ କରାଯାଉଛି। ୨୦୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ ସହିତ […]

ସଂପୂର୍ଣ୍ଣ ପଢନ୍ତୁ

ନଭେମ୍ବର ୫ରୁ ୧୪ ପର୍ଯ୍ୟନ୍ତ କୁଆଖାଇ ନଦୀପଠାରେ ହେବ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ

ଭୁବନେଶ୍ୱର, ୨୪/୧୦: ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ନଭେମ୍ବର ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି।ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟି ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ କୁଆଖାଇ ନଦୀପଠାରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବର ବିଭିନ୍ନ ରୂପରେଖ ସଂପର୍କରେ ଆଲୋଚନା କରି […]

ସଂପୂର୍ଣ୍ଣ ପଢନ୍ତୁ

ମାନବ ଚୋରା ଚାଲାଣ ସମ୍ପର୍କିତ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଘାଟିତ

.ଭୁବନେଶ୍ୱର, ୨୪/୧୦: ପୁଲିସ ଭବନ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ “ମାନବ ଚୋରା ଚାଲାଣ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ”କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସାମ୍ପ୍ରତିକ ପରିସ୍ଥିତିରେ ମାନବ ଚାଲାଣ କେବଳ ଓଡିଶା ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ବିଷୟ ବୋଲି ଡିଜିପି କହିଛନ୍ତି । ନ୍ୟାୟପାଳିକା, ପୁଲିସ, ମହିଳା ଓ ଶିଶୁ ସୁରକ୍ଷା ୟୁନିଟ୍, ଶ୍ରମ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, […]

ସଂପୂର୍ଣ୍ଣ ପଢନ୍ତୁ

ମିଳିତ ଜାତିସଂଘ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର, ୨୪/୧୦: ୧୯୯୫ ମସିହାରେ ଜାତିସଂଘ ଚାର୍ଟର କାର୍ଯ୍ୟକାରୀ ହେବାର ବାର୍ଷିକୀକୁ ମନେ ପକାଇବା ପାଇଁ ପ୍ରତି ବର୍ଷ ଅକ୍ଟୋବର ୨୪ତାରିଖକୁ ଜାତିସଂଘ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ମିଳିତ ଜାତିସଂଘ ଦିବସ ଅବସରରେ ଆମେ ବିଶ୍ୱର ଶାନ୍ତି, ଏକତା ଏବଂ ସାମୁହିକ ସହଭାଗିତା ପାଇଁ ମିଳିତ ଜାତିସଂଘର ୮୦ବର୍ଷର ଉଦ୍ୟମ ଓ ପ୍ରୟାସକୁ […]

ସଂପୂର୍ଣ୍ଣ ପଢନ୍ତୁ

ଆସୁଛି ବାତ୍ୟା: ମନ୍ତ୍ରୀ କହିଲେ ଆମେ ପ୍ରସ୍ତୁତ ଅଛୁ

ଭୁବନେଶ୍ୱର ୨୪/୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ । ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ଆମେ ସବୁବେଳେ ପ୍ରସ୍ତୁତ ରହିଛୁ । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇସାରିଛି । ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା […]

ସଂପୂର୍ଣ୍ଣ ପଢନ୍ତୁ

ସମ୍ଭାବ୍ୟ ବାତ୍ୟା: ୨୭ରୁ ୨୯ପ୍ରବଳ ବର୍ଷା

ଭୁବନେଶ୍ୱର, ୨୪/୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । ଆନ୍ଧ୍ର ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ । ବାତ୍ୟା ଯୋଗୁ ୨୭ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ । ପ୍ରାୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୬ରୁ ୨୯ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।୨୭ ତାରିଖରେ କେନ୍ଦ୍ରାପଡା, କଟକ, ପୁରୀ, ଖୋର୍ଦ୍ଧା, […]

ସଂପୂର୍ଣ୍ଣ ପଢନ୍ତୁ

ସଫଳତାର ସହ ଆଗକୁ ବଢୁଛି ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ

ଭୁବନେଶ୍ଵର, ୨୩/୧୦: ରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ -୨୦୨୫ ବେଶ୍ ସଫଳତାର ସହ ଆଗକୁ ବଢ଼ୁଛି। ଗତ ଅକ୍ଟୋବର ୧୮, ୨୦୨୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏଥିରେ ୧୬ଟି ସାଇବର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା।ଏହି ଅଭିଯାନ ଓଡ଼ିଶାର ସମସ୍ତ ୩୪ଟି ପୁଲିସ୍‌ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି। […]

ସଂପୂର୍ଣ୍ଣ ପଢନ୍ତୁ