Rah Mal

ପହଲଗାମ ଆକ୍ରମଣକୁ ନେଇ କଂଗ୍ରେସ ନେତାଙ୍କ ବୟାନବାଜୀକୁ ନେଇ ରାହୁଲ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଥିବାର ପରିବେଶ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘୋଷଣା କରିଛନ୍ତି ଯେ ଆତଙ୍କବାଦୀମାନଙ୍କୁ କଳ୍ପନା ବାହାରେ ଦଣ୍ଡ ଦିଆଯିବ। ଏହି ସମୟରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଅନ୍ୟ କେତେକ କଂଗ୍ରେସ ନେତା ପହଲଗାମ ଆକ୍ରମଣ ଉପରେ ମନଇଚ୍ଛା ବିବୃତ୍ତି ଜାରି କରିଛନ୍ତି। ବିଜେପି ଏହି ବୟାନର ଜବାବ ଦେଇ କଂଗ୍ରେସ ନେତାମାନଙ୍କୁ ନିଶାନ-ଏ-ପାକିସ୍ତାନ ଦିଆଯାଉ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ
6jo9ayw2jpf3le3clgo4

ପହଲଗାମ ଘଟଣାକୁ ଆଳ କରି ରାଜ୍ୟମାନ୍ୟତା ମାଗିବୁ ନାହିଁ : ଓମର

ଶ୍ରୀନଗର: ପହଲଗାମରେ ନିର୍ଦ୍ଦୋଷ ହିନ୍ଦୁଙ୍କ ହତ୍ୟାକାଣ୍ଡ ଉପରେ ସୋମବାର ୨୮ ଏପ୍ରିଲ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀର ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକି ଏକ ନିନ୍ଦା ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ଏହି ନିର୍ମମ ହତ୍ୟାକାଣ୍ଡ ଉପରେ ତାଙ୍କର ଶୋକ ପ୍ରକାଶ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ପହଲଗାମ ଘଟଣାକୁ ଆଳ କରି ରାଜ୍ୟମାନ୍ୟତା ମାଗିବୁ ନାହିଁ । ନିନ୍ଦା ପ୍ରସ୍ତାବ ଉପରେ […]

ସଂପୂର୍ଣ୍ଣ ପଢନ୍ତୁ
Rew

୬୩ ହଜାର କୋଟିର ୨୬ଟି ରାଫେଲ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ବାୟୁସେନା ପରେ ନୌସେନାରେ  ରାଫେଲ ସାମିଲ ହେବ, ଯାହା ନୌସେନାର ଶକ୍ତି ବୃଦ୍ଧିରେ ସହାୟକ ହେବ। ରାଫେଲ କ୍ରୟ ନେଇ ଫ୍ରାନ୍ସ ସହ ଭାରତ ଚୁକ୍ତି ସ୍ବାକ୍ଷରିତ କରିବ । ଭାରତ ୨୬ଟି ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ କିଣିବା ପାଇଁ ଆଜି ଫ୍ରାନ୍ସ ସହ ୬୩ ହଜାର କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷରିତ କରିବ। ସେଥିମଧ୍ୟରୁ ୨୨ଟି ସିଙ୍ଗିଲ ସିଟର ଏବଂ ୪ଟି ଟ୍ୱିନ ସିଟର ରାଫେଲ ଥିବା ବୋଲି ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରାଳୟ […]

ସଂପୂର୍ଣ୍ଣ ପଢନ୍ତୁ
Shashi Tharoor

ରକ୍ତ ବୋହିଲେ ପାକିସ୍ତାନ ଅଧିକ ରକ୍ତାକ୍ତ ହେବ: ଶଶି ଥରୁର

ନୂଆଦିଲ୍ଲୀ: ରକ୍ତ ବୋହିଲେ ପାକିସ୍ତାନ ଅଧିକ ରକ୍ତାକ୍ତ ହେବ। କଂଗ୍ରେସ ନେତା ଶଶି ଥରୁର, ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋଙ୍କୁ ଏଭଳି କହିଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣରେ ୨୮ ଜଣ ନିରୀହ ନାଗରିକଙ୍କ ପ୍ରାଣହାନି ପରେ ଭାରତରୁ ପାକିସ୍ତାନକୁ ଯାଉଥିବା ସିନ୍ଧୁ ନଦୀ ଜଳକୁ ଭାରତ ସରକାର ବନ୍ଦ କରି ଦେଇଛନ୍ତି। ଏହା ପରେ ପ୍ରତିକ୍ରିୟାଶୀଳ ହୋଇଛି ପାକିସ୍ତାନ। ଶନିବାର ଏହାକୁ ବିରୋଧ କରି ବିଲାୱଲ କହିଥିଲେ ଯେ, “ମୁଁ […]

ସଂପୂର୍ଣ୍ଣ ପଢନ୍ତୁ
Owaisi

ପାକିସ୍ତାନର ବଜେଟ୍ ଆମ ସାମରିକ ବଜେଟଠୁ ବି କମ୍: ଅସଦୁଦ୍ଦିନ ଓୱେସି

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଏହାକୁ ନେଇ ସାରା ଦେଶରେ କ୍ରୋଧ ରହିଛି। ଏବେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ସେ କହିଛନ୍ତି ଯେ, ପାକିସ୍ତାନ ଆଇଏସଆଇଏସ ପରି କାମ କରିଛି। ପାକିସ୍ତାନ ଭାରତଠାରୁ ଅଧା ଶତାବ୍ଦୀ ପଛରେ ଅଛି। ସେମାନଙ୍କ ଦେଶର ବଜେଟ୍ ଆମ ସାମରିକ ବଜେଟ୍ ସହିତ ସମାନ ନୁହେଁ। […]

ସଂପୂର୍ଣ୍ଣ ପଢନ୍ତୁ
Afds

ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସ, ଘନଘନ କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି

ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ଭାରତୀୟ ନୌସେନା ନିଜର ଯୁଦ୍ଧାଭ୍ୟାସ ଚଳାଇଛି। ନୌସେନାର ଜାହାଜ, କ୍ଷେପଣାସ୍ତ୍ର ଏବଂ ଓ୍ବିପନ ସିଷ୍ଟମଗୁଡ଼ିକୁ ପରୀକ୍ଷଣ କରାଯାଉଛି। ଆରବ ସାଗରରେ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି ରହିଛି। ନୌସେନା ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଏହି ଯୁଦ୍ଧାଭ୍ୟାସର କିଛି ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଯୁଦ୍ଧ ଜାହାଜଗୁଡ଼ିକରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଉଥିବା ଦେଖିବାକୁ ମିଳିଛି। ଭାରତୀୟ ନୌସେନା ଦେଶର […]

ସଂପୂର୍ଣ୍ଣ ପଢନ୍ତୁ
Purnam Sahu 750x430

ଭାରତୀୟ ଯବାନଙ୍କୁ ହସ୍ତାନ୍ତର ପାଇଁ ମନା କଲା ପାକିସ୍ତାନ

ଭୁଲବଶତଃ ପାକିସ୍ତାନ ସୀମାରେ ପ୍ରବେଶ କରିଥିବା ବିଏସଏଫ ଯବାନ ପୁର୍ନମ ସାହୁଙ୍କୁ ବନ୍ଦୀ ରଖିଛି ପାକିସ୍ତାନ। ଭାରତକୁ ହସ୍ତାନ୍ତର କରିବାକୁ ପାକ୍ ରେଞ୍ଜର୍ସ ମନା କରିଦେଇଛନ୍ତି। ପଞ୍ଜାବର ଫେରୋଜପୁର ଅଞ୍ଚଳରେ ବାଟ ଭୁଲିଯାଇଥିବା କିଛି କୃଷକଙ୍କୁ ବାଟ ଦେଖାଇ ନେଉଥିବାବେଳେ ପୁର୍ନମ ପାକ୍‌ ସୀମା ଭିତରକୁ ପଶିଯାଇଥିଲେ। ପାକିସ୍ତାନୀ ସୈନ୍ୟମାନେ ତାଙ୍କୁ ଗିରଫ କରିଥିଲେ। ଏହା ପରେ ବିଏସଏଫ ପକ୍ଷରୁ ପାକ୍ ରେଞ୍ଜର୍ସଙ୍କ ସହିତ ଅନେକ ଥର ଯୋଗା​‌ଯୋଗ କରାଯିବା ସହ ବୈଠକ ପାଇଁ କୁହାଯାଇଥିଲେ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Ad

ପାକିସ୍ତାନୀ ରାଜନେତାଙ୍କୁ ଜୋରଦାର ଟାର୍ଗେଟ କଲେ ଅଦନାନ ସାମି

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ଏବେ ବି ମର୍ମାହତ। ଏହି ଖବର ଶୁଣିବା ପରେ ବଲିଉଡ ଗାୟକ ଅଦନାନ ସାମି ମଧ୍ୟ ଗଭୀର ଭାବରେ ମର୍ମାହତ ହୋଇଥିଲେ। ଏହି ସମୟରେ, ସେ ପାକିସ୍ତାନୀ ରାଜନେତା ଏବଂ ପୂର୍ବତନ ମନ୍ତ୍ରୀ ଫୱାଦ ଅହମ୍ମଦ ହୁସେନ ଚୌଧୁରୀଙ୍କୁ ଟାର୍ଗେଟ କରି ତାଙ୍କୁ କଡ଼ା ସମାଲୋଚନା କରିଥିବା ଦେଖାଯାଇଥିଲା। ଜାଣନ୍ତୁ ପୂରା ମାମଲା କ’ଣ? ପ୍ରକୃତରେ, ସମ୍ପ୍ରତି ଏକ୍ସରେ ଜଣେ ଭାରତୀୟ ସାମ୍ବାଦିକ […]

ସଂପୂର୍ଣ୍ଣ ପଢନ୍ତୁ
V3mv27orh4vpxyqtz522

ସପା ସାଂସଦ ରାମଜୀଲାଲଙ୍କ ଉପରେ କରଣୀ ସେନାର ଆକ୍ରମଣ

ଲକ୍ଷ୍ନୌ : ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ରାମଜୀ ଲାଲ ସୁମନ ରବିବାର ଆଗ୍ରାରୁ ବୁଲନ୍ଦସହର ଯାଉଥିବା ବେଳେ ଆଲିଗଡ଼ରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ଗୋଭନା ଟୋଲ୍ ପ୍ଲାଜା ନିକଟରେ କରଣୀ ସେନା ସହିତ ଜଡିତ ଲୋକମାନେ କରିଥିଲେ। ଆକ୍ରମଣ ବେଳେ ପଥର ମାଡ଼ରେ କନଭଇରେ ଥିବା ଅନେକ ଗାଡ଼ିର ଝରକା ଭାଙ୍ଗି ଯାଇଥିଲା, ଯେତେବେଳେ କିଛି ଗାଡ଼ି ପରସ୍ପର ସହିତ ଧକ୍କା ମଧ୍ୟ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ରାମଜୀ ଲାଲ […]

ସଂପୂର୍ଣ୍ଣ ପଢନ୍ତୁ
Fhmijn8mmez2bgu6ghy6

ରୁଷୀୟ ଜେନେରାଲଙ୍କୁ ହତ୍ୟା କରିଥିବା ୟୁକ୍ରେନର ଏଜେଣ୍ଟ ଗିରଫ

ମସ୍କୋ: ମସ୍କୋରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ରୁଷକୁ ବଡ଼ ସଫଳତା ମିଳିଛି। ମସ୍କୋ ବାହାରେ ଏକ କାର୍ ବୋମା ବିସ୍ଫୋରଣରେ ଜଣେ ରୁଷ ଜେନେରାଲଙ୍କୁ ହତ୍ୟା କରିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରୁଷିଆର ଗୁଇନ୍ଦା ସେବା ଏ ବିଷୟରେ ସୂଚନା ଦେଇଛି। ମସ୍କୋ କହିଛି ଯେ ବିସ୍ଫୋରଣ ପଛରେ ୟୁକ୍ରେନର ହାତ ଅଛି। ଏହି ବିସ୍ଫୋରଣରେ ବରିଷ୍ଠ ରୁଷ ଜେନେରାଲ ୟାରୋସ୍ଲାଭ ମୋସକାଲିକ୍ ପ୍ରାଣ ହରାଇଥିଲେ। ୟାରୋସ୍ଲାଭ ସେନାର ଜେନେରାଲ ଷ୍ଟାଫଙ୍କ ମୁଖ୍ୟ ଅପରେସନାଲ୍ […]

ସଂପୂର୍ଣ୍ଣ ପଢନ୍ତୁ