Pm Modi

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ । ଆପ ଓ କଂଗ୍ରେସକୁ ପଛରେ ପକାଇଲା ବିଜେପି। ବିଜୟ ମୁକୁଟ ପିନ୍ଧିବା ପରେ ବିଜେପି ଶିବିରରେ ଉତ୍ସବର ମାହଲୋ। ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି। ଦିଲ୍ଲୀ ବିଜୟକୁ ନେଇ ବିଜୟ ଉତ୍ସବ ପାଳିବାକୁ ପହଞ୍ଚିଲେ ମୋଦି । କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଆପ୍‌କୁ କଲେ କଡ଼ା ଟାର୍ଗେଟ୍‌ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ କରି କହିଲେ, ଶେଷରେ […]

ସଂପୂର୍ଣ୍ଣ ପଢନ୍ତୁ
Kumbh

ମାଘ ପୂର୍ଣ୍ଣିମା ଓ ମହାଶିବରାତ୍ରୀରେ ହେବନି ଅମୃତ ସ୍ନାନ

ନୂଆଦିଲ୍ଲୀ : ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳା ଆସନ୍ତା ୨୬ ତାରିଖ ମହାଶିବରାତ୍ରୀ ଅବସରରେ ସମାପ୍ତ ହେବ । ମହାକୁମ୍ଭରେ ଆଉ ୨ଟି ସ୍ନାନ ରହିଛି, ତାହା ହେଉଛି ମାଘ ପୂର୍ଣ୍ଣିମା ଓ ମହାଶିବରାତ୍ରୀ । କିନ୍ତୁ ଏହି ଦୁଇଦିନ ଅମୃତ ସ୍ନାନ ହେବ ନାହିଁ । ଏହି କାରଣରୁ ଏବେଠାରୁ ନାଗାସାଧୁମାନେ ବାରାଣାସୀ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ତେବେ ମାଘ ପୂର୍ଣ୍ଣିମା ଓ ମହାଶିବରାତ୍ରୀରେ କାହିଁକି ହେବନି ଅମୃତ ସ୍ନାନ ?  ମହାକୁମ୍ଭ ମେଳା […]

ସଂପୂର୍ଣ୍ଣ ପଢନ୍ତୁ
N8b3nq9hnj0etdsupvla

ଭାବୁକ ହୋଇପଡିଲେ ଆନ୍ନା, ବହୁତ ବୁଝାଇଲି, ହେଲେ ସେ ମାନିଲେନି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଆମ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜରିୱାଲଙ୍କ ପରାଜୟରେ ସାମାଜିକ କର୍ମୀ ଆନ୍ନା ହଜାରେ ଭାବପ୍ରବଣ ହୋଇପଡିଛନ୍ତି । ଆନ୍ନା ହଜାରେ ଭାବପ୍ରବଣ ହୋଇ କହିଛନ୍ତି ଯେ ସେ କେଜରିୱାଲଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ସମାଜ ବିଷୟରେ ଚିନ୍ତା ନକରି ରାଜନୀତିରେ ପ୍ରବେଶ କରିଥିଲେ। ସେ କହିଲେ, “ମୁଁ ତାଙ୍କଠାରୁ ବହୁତ ଆଶା କରିଥିଲି। ମୁଁ ତାଙ୍କୁ ବହୁତ ଭଲପାଉଥିଲି, କିନ୍ତୁ ସେ ଚାଲିଗଲେ।” ସାମାଜିକ କର୍ମୀ […]

ସଂପୂର୍ଣ୍ଣ ପଢନ୍ତୁ
Pmmodi

ଦିନରାତି କାମ କରୁଥିବା ବିଜେପି କର୍ମକର୍ତ୍ତା ପାଇଁ ଗର୍ବିତ, ଦିଲ୍ଲୀର ସାମଗ୍ରିକ ବିକାଶ କରିବୁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପିକୁ ବହୁମତ ମିଳିଛି। ଦିଲ୍ଲୀ ବିଜୟ ପରେ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିକାଶ ଜିତିଲା, ସୁଶାସନ ଜିତିଲା। ଦିନରାତି କାମ କରୁଥିବା ବିଜେପି କର୍ମକର୍ତ୍ତା ପାଇଁ ଗର୍ବିତ। ଦିଲ୍ଲୀର ସାମଗ୍ରିକ ବିକାଶ କରିବୁ, ଜୀବନଧାରଣ ମାନ ଉଚ୍ଚ କରିବୁ। ଲୋକଙ୍କ ଶକ୍ତି ସର୍ବୋପରି ଶ୍ରେଷ୍ଠ ଶକ୍ତି। ବିକଶିତ ଭାରତ ଗଠନରେ ଦିଲ୍ଲୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ‘ଏକ୍ସ’ରେ […]

ସଂପୂର୍ଣ୍ଣ ପଢନ୍ତୁ
Kumar

ଦିଲ୍ଲୀ ଏବେ କେଜ୍ରିୱାଲଙ୍କଠାରୁ ମୁକ୍ତ: କୁମାର ବିଶ୍ବାସ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଅରବିନ୍ଦ କେଜ୍ରିୱାଲଙ୍କ ଅନେକ ପୁରୁଣା ସହଯୋଗୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରସିଦ୍ଧ ହିନ୍ଦୀ କବି ଡକ୍ଟର କୁମାର ବିଶ୍ୱାସ ମଧ୍ୟ ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିକୁ ବିଜୟ ପାଇଁ ଅଭିନନ୍ଦନ। ମୁଁ ଆଶା କରୁଛି ବିଜେପି ଦିଲ୍ଲୀ ଭୋଟରଙ୍କ ଆଶା ଏବଂ ସେମାନଙ୍କ ଆକାଂକ୍ଷା ପୂରଣ କରିବ। ସେ ଆହୁରି କହିଛନ୍ତି, ‘ଯେତେବେଳେ ଆମେ ଜଙ୍ଗପୁରାରୁ […]

ସଂପୂର୍ଣ୍ଣ ପଢନ୍ତୁ
Bjp Won

୪୮ ଆସନ ସହିତ ଦିଲ୍ଲୀ ଦଖଲ କଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ଦଖଲ କରିଛି ବିଜେପି। ବହୁବର୍ଷର ପ୍ରତୀକ୍ଷା ପରେ ଦିଲ୍ଲୀରେ ବିଜେପି ସରକାର ଗଢ଼ିବା ଏକପ୍ରକାର ସ୍ଥିର ହୋଇଛି। ଚଳିତ ବିଧାନସଭା ନିର୍ବାଚନରେ ଗେରୁଆ ଦଳକୁ ସ୍ପଷ୍ଟ ବହୁମତ ମିଳିବା ନିଶ୍ଚିତ ହୋଇଛି। ଶନିବାର ଭୋଟ ଗଣତି ଜାରି ରହିଥିବାବେଳେ ଅପରାହ୍ନ ୨ଟା ସୁଦ୍ଧା ମୋଟ ୭୦ ଆସନ ମଧ୍ୟରୁ ବିଜେପି ୪୮ ଆସନରେ ଆଗୁଆ ରହିଛି। ବିଗତ ୧୦ ବର୍ଷ ଧରି କ୍ଷମତାରେ ରହିଆସିଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍‌)କୁ ୨୨ ଆସନରେ ଅଟକିବାକୁ […]

ସଂପୂର୍ଣ୍ଣ ପଢନ୍ତୁ
Cong

ଦିଲ୍ଲୀରେ ଖାତା ଖୋଲି ପାରିଲାନି କଂଗ୍ରେସ

ନୂଆଦିଲ୍ଲୀ: ଯେଉଁ ସମୟ, ଯେଉଁ ଫଳାଫଳ, ଯେଉଁ ମୁହୂର୍ତ୍ତକୁ ସମସ୍ତଙ୍କର ଅପେକ୍ଷା ଥିଲା ସେହି ମୁହୂର୍ତ୍ତ ଏବେ ଆସି ସାରିଛି । ଲଗାତାର ଝାଡୁ ମାରି ଦିଲ୍ଲୀରେ ସବୁ ଦଳକୁ ସଫା କରିଦେଉଥିବା ଆପ୍ ଚିତପତାଙ୍ଗ ମାରିଛି । ଆଉ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ଫୁଲ ଫୁଟିଛି । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦିଲ୍ଲୀରେ ଏକଜିଟ୍ ପୋଲ୍ ଏକଜାଟ୍ ପୋଲରେ ପରିଣତ ହୋଇଛି । ବିଜେପି ଏବେ ବହୁମତ ଠାରୁ ବହୁତ […]

ସଂପୂର୍ଣ୍ଣ ପଢନ୍ତୁ
Atishi

ଆପ୍‌ ସମ୍ମାନ ରଖିଲେ ଆତିଶୀ, ୩ ହଜାର ଭୋଟରେ ଜିତିଲେ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ। କାଲକାଜି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଆତିଶୀ ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେପି ପ୍ରାର୍ଥୀ ରମୋ ବିଧୁରିଙ୍କୁ ପରାଜିତ କରିଛନ୍ତି। ଆପ୍‌ର ବହୁ ହେଭିୱେଟ ନେତା ଚଳିତ ନିର୍ବାଚନରେ ପରାଜୟ ବରଣ କରିଥିବାବେଳେ ଆତିଶୀଙ୍କ ବିଜୟ ଆପ୍‌ର ସମ୍ମାନ ରକ୍ଷା କରିବାରେ ସହାୟକ ହୋଇଛି। ଆତିଶୀ ୩ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଚଳିତ ଥର ଆପ୍‌ ସରକାର ଗଢ଼ିବା ଆଶା ଶୂନ୍ୟ ହୋଇଥିବାବେଳେ […]

ସଂପୂର୍ଣ୍ଣ ପଢନ୍ତୁ
Krjsis

ହାରିଲେ କେଜ୍ରିୱାଲ ଓ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ୍)କୁ ଶକ୍ତ ଝଟକା ଲାଗିଛି। ଗୋଟିଏ ପଟେ ବିଜେପି ବିପୁଳ ବିଜୟ ହାସଲ କରିବା ଏକପ୍ରକାର ସ୍ପଷ୍ଟ ହୋଇଥିବାବେଳେ ଅନ୍ୟପଟେ ଆପ୍‌ର ଟାଣୁଆ ନେତାମାନଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ଖୋଦ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ପରାଜିତ ହୋଇଛନ୍ତି। ନୂଆଦିଲ୍ଲୀ ଆସନରୁ ଲଢ଼ୁଥିବା କେଜ୍ରିୱାଲ ବିଜେପି ପ୍ରାର୍ଥୀ ପରବେଶ ସାହିବ ସିଂହଙ୍କଠାରୁ ହାରିଯାଇଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ବିଜେପି ପ୍ରାର୍ଥୀ ପରବିନ୍ଦର ସିଂହ […]

ସଂପୂର୍ଣ୍ଣ ପଢନ୍ତୁ
Accident 750x430

ମହାକୁମ୍ଭ ଯାଉଥିବା କାରକୁ ଧକ୍କା ଦେଲା ବସ, ୮ ଯାତ୍ରୀ ମୃତ

ମହାକୁମ୍ଭ ଯାଉଥିବା ଏକ କାରକୁ ବସ ଧକ୍କା ଦେବାରୁ କାରରେ ଥିବା ସମସ୍ତ ୮ ଯାତ୍ରୀ ପ୍ରାଣ ହରାଇଛନ୍ତି। ରାଜସ୍ଥାନର ଜୟପୁର ନିକଟ ଡୁଡୁ ସହରର ମୋଖମପୁରା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଡିଏସପି ଦୀପକ ଖଣ୍ଡେଲଓ୍ବାଲଙ୍କ ସୂଚନା ଅନୁସାରେ, ଜୟପୁର-ଆଜମେର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ବସଟି ଯାଉଥିବାବେଳେ ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇ ଏକ କାରକୁ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ସମସ୍ତ ୮ ଯାତ୍ରୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ