ଛତିଶଗଡ଼ରେ ପ୍ରଥମ HMPV ରୋଗୀ, ୩ ବର୍ଷର ଶିଶୁ ସଂକ୍ରମିତ, ଆଇସିୟୁରେ ଭର୍ତ୍ତି

ଛତିଶଗଡ଼ରେ ପ୍ରଥମ HMPV ମାମଲା ସାମ୍ନାକୁ ଆସିଛି । କୋରବା ଜିଲ୍ଲାରେ ତିନି ବର୍ଷର ଏକ ଶିଶୁଠାରେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (HMPV) ଚିହ୍ନଟ ହୋଇଛି । ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ଏହା ହେଉଛି ପ୍ରଥମ ଏଚଏମପିଭି ମାମଲା । ଏ ନେଇ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସମୟ ସମୟରେ ଏହାର ଯାଞ୍ଚ କରୁଛି । ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ କୋରବା ଜିଲ୍ଲାର […]

ସଂପୂର୍ଣ୍ଣ ପଢନ୍ତୁ

ରାଷ୍ଟ୍ରପତିଙ୍କୁ ‘poor lady’ କହି ବିବାଦରେ ସୋନିଆ ଗାନ୍ଧୀ

ସଂସଦର ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ତାଙ୍କୁ ଆକ୍ଷେପ କରି ‘poor lady’ ବୋଲି କହିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ସୋନିଆ ରାଷ୍ଟ୍ରପତିଙ୍କୁ ଅସମ୍ମାନିତ କରିଥିବାରୁ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଦାବି କରିଛନ୍ତି। ଅନ୍ୟପଟେ ସାଂସଦ ତଥା […]

ସଂପୂର୍ଣ୍ଣ ପଢନ୍ତୁ

ଅର୍ଥନୈତିକ ସର୍ଭେ ରିପୋର୍ଟ: ୨୦୨୫-୨୬ରେ ୬.୩ରୁ ୬.୮% ରହିବ ଜିଡିପି

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ ବା ଡିଜିପି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ରହିବା ନେଇ ରିପୋର୍ଟରେ ଆକଳନ କରାଯାଇଛି। ଯାହା ଫଳରେ ଦେଶର ଅଭିବୃଦ୍ଧି ହାର ଧିମା ରହିବ ବୋଲି ଅନୁମାନ କରାଯାଉଛି। କରୋନା ମହାମାରୀ ସମୟରେ ସାରା ବିଶ୍ଵର ଆର୍ଥିକ ଅବସ୍ଥା ଖରାପ ହୋଇଥିବାବେଳେ ଭାରତ ଉପରେ ତାହାର ବିଶେଷ ପ୍ରଭାବ ପଡ଼ି ନ […]

ସଂପୂର୍ଣ୍ଣ ପଢନ୍ତୁ

ଗାନ୍ଧୀଙ୍କ ପୂଣ୍ୟତିଥିରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ମଙ୍ଗଳବାର ଦିନ ରାଜଘାଟରେ ପୁଷ୍ପ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହ ମୋଦୀ ଏକ ଏକ୍ସ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ପୂଜ୍ୟ ବାପୁଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି। ତାଙ୍କ ଆଦର୍ଶ ଆମକୁ ଏକ ବିକଶିତ ଭାରତ ନିର୍ମାଣ କରିବାକୁ ପ୍ରେରଣା ଦିଏ। ମୁଁ ଆମ ଦେଶ ପାଇଁ ସହିଦ ହୋଇଥିବା ସମସ୍ତ ଯବାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେମାନଙ୍କ ସେବା ଏବଂ ବଳିଦାନ ମନରେ ରହିଛି।’’ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ବିଡେନରେ ପବିତ୍ର କୋରାନ ପୋଡ଼ିଥିବା ବ୍ୟକ୍ତିକୁ ଗୁଳିକରି ହତ୍ୟା

ଷ୍ଟକହୋମ୍ : ସ୍ୱିଡେନରେ ସାଲୱାନ ମୋମିକା ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ବ୍ୟକ୍ତି ଜଣକ ୨୦୨୩ରେ ଏକାଧିକ ଥର ଇସଲାମ ଧର୍ମର ପବିତ୍ର ଧର୍ମଗ୍ରନ୍ଥ କୋରାନର ନକଲ ପୋଡ଼ି ଦେଇଥିଲେ। ଧର୍ମପୁସ୍ତକ ପୋଡ଼ିବା ପ୍ରସଙ୍ଗ ଏତେ ମାତ୍ରାରେ ବଢିଯାଇଥିଲା ଯେ ମୁସଲମାନ ଦେଶମାନେ ମଧ୍ୟ ଏହାକୁ ସମାଲୋଚନା କରିଥିଲେ । ରିପୋର୍ଟ ଅନୁଯାୟୀ, ସାଲୱାନ ଇରାକୀ ବଂଶୋଦ୍ଭବ ଖ୍ରୀଷ୍ଟିଆନ ନାଗରିକ ଥିଲେ। ଧର୍ମପୁସ୍ତକ ପୋଡ଼ିବା ମାମଲାରେ ତାଙ୍କୁ କୋର୍ଟରେ ହାଜର […]

ସଂପୂର୍ଣ୍ଣ ପଢନ୍ତୁ

ମେୟର ନିର୍ବାଚନରେ ଭାଜପାର ବାଜିମାତ୍‌

ଚଣ୍ଡିଗଡ଼,୩୦।୧:କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ରେ ମେୟର ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଭାରତୀୟ ଜନତା ପାର୍ଟି ଏହି ନିର୍ବାଚନରେ ବିଜୟୀ ହୋଇଛି। ଭାଜପାର ପ୍ରାର୍ଥୀ ହରପ୍ରୀତ କୌର ବାବଲା ନିର୍ବାଚନରେ ବିଜୟୀ ହୋଇ ଚଣ୍ଡିଗଡ଼ର ମେୟର ହୋଇଛନ୍ତି। ସୂଚନା ଅନୁଯାୟୀ, ମେୟର ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ୧୯ଟି ଭୋଟ ମିଳିଥିଲା। କ୍ରସ ଭୋଟିଂ ଯୋଗୁ ହରପ୍ରୀତ କୌର ବାବଲା ମେୟର ନିର୍ବାଚିତ ହୋଇଛନ୍ତି। ଚଣ୍ଡିଗଡ଼ରେ ମେୟର, ବରିଷ୍ଠ ଡେପୁଟି ମେୟର ଏବଂ ଡେପୁଟି ମେୟର ପଦ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତୀୟ ରେଳବାଇ ଆଣିଲା ନୂଆ ସୁବିଧା, ଟଙ୍କା ନ ଦେଇ ବି ବୁକ୍‌ କରିପାରିବେ ଟ୍ରେନ୍‌ ଟିକେଟ୍‌

ନୂଆଦିଲ୍ଲୀ,୨୯।୧: ଭାରତୀୟ ରେଳବାଇ ଦ୍ୱାରା ନିକଟରେ ଏକ ନୂତନ ସୁବିଧା ଆରମ୍ଭ କରାଯାଇଛି। ଏହି ସୁବିଧାକୁ ‘ବୁକ୍‌ ନାଓ ପେ ଲାଟର୍‌(ଏବେ ବୁକ କରନ୍ତୁ ପରେ ଦିଅନ୍ତୁ)’ ନାମ ଦିଆଯାଇଛି। ଏହି ଗୋଟିଏ ବୈଶିଷ୍ଟ୍ୟ ସାହାଯ୍ୟରେ, ଆପଣ ପ୍ରଥମେ ଟ୍ରେନ୍‌ ଟିକେଟ୍‌ ବୁକ କରିପାରିବେ ଏବଂ ପରେ ଟିକେଟ ପାଇଁ ଦେୟ ଦେଇପାରିବେ। ଲମ୍ବ ଦୃଷ୍ଟିରୁ ଭାରତୀୟ ରେଳ ନେଟୱାର୍କ ବିଶ୍ୱର ଚତୁର୍ଥ ବୃହତ ରେଳ ନେଟୱାର୍କ। ପ୍ରତିଦିନ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ଏହା […]

ସଂପୂର୍ଣ୍ଣ ପଢନ୍ତୁ

ରାହୁଲ ଗାନ୍ଧୀଙ୍କ ସମେତ ୪ ନେତାଙ୍କୁ ପାଣି ବୋତଲ ପଠାଇଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୩୦।୧: ଦିଲ୍ଲୀ ନିର୍ବାଚନକୁ ଅଳ୍ପ ଦିନ ବାକି ଥିବା ବେଳେ ଗତ ଦୁଇ-ତିନି ଦିନ ଧରି ଯମୁନା ପାଣିକୁ ନେଇ ଯୁଦ୍ଧ ଚାଲିଛି। ବିଶେଷକରି ଯମୁନା ଜଳକୁ ନେଇ ଆମ ଆଦମୀ ପାର୍ଟି ଏବଂ ଭାଜପା ନେତାଙ୍କ ମଧ୍ୟରେ ବୟାନବାଜି ଅଧିକ ତୀବ୍ର ହୋଇଛି। ଗୁରୁବାର ଯେତେବେଳେ ଅରବିନ୍ଦ କେଜ୍‌ରିୱାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଖବରଦାତା ସମ୍ମିଳନୀ ପାଇଁ ଆସିଥିଲେ, ସେ ତାଙ୍କ ସହିତ ଚାରୋଟି ବୋତଲ ମଧ୍ୟ ଆଣିଥିଲେ। କେଜ୍‌ରିୱାଲ କହିଛନ୍ତି, ଯମୁନାର ୭ ପିପିଏମ […]

ସଂପୂର୍ଣ୍ଣ ପଢନ୍ତୁ

ଆମେରିକା ବିମାନ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୬୪ରେ ପହଞ୍ଚିଲା

ଓ୍ବାସିଂଟନ : ଆମେରିକାର ଓ୍ବାସିଂଟନ ନିକଟରେ ହୋଇଥିବା ଯାତ୍ରୀବାହୀ ବିମାନ ଓ ସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୬୪ରେ ପହଞ୍ଚିଛି । ଉଭୟ ବିମାନ ଓ ହେଲିକପ୍ଟରରେ ଥିବା ସମସ୍ତ ଯାତ୍ରୀ ଓ ସେନା କର୍ମଚାରୀ ମୃତ୍ୟୁବରଣ କରିଛନ୍ତି । ୱାଶିଂଟନ ଡିସି ଡିସି ଅଗ୍ନିଶମ ଏବଂ ଇଏମଏସ ମୁଖ୍ୟ ଜନ୍ ଡୋନେଲି କହିଛନ୍ତି ଯେ ୱାଶିଂଟନ ଡିସି ଡିସି ଅଗ୍ନିଶମ ଏବଂ ଇଏମଏସ ମୁଖ୍ୟ ଜନ୍ ଡୋନେଲି କହିଛନ୍ତି ଯେ ଆମେରିକୀୟ ଏୟାରଲାଇନ୍ସର ଏକ ବିମାନ […]

ସଂପୂର୍ଣ୍ଣ ପଢନ୍ତୁ

ଆମ ଭୋଟ ସବୁ କୁଆଡେ ଗଲା: ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରର ଏମଏନଏସ ବା ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ନିର୍ବାଚନ ପରେ ନିରବତା ଭାଙ୍ଗିଛନ୍ତି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରିଛନ୍ତି। ନିର୍ବାଚନ ପରେ ମହାରାଷ୍ଟ୍ରରେ ଅନେକ ପ୍ରଶ୍ନ ଉଠିଛି ବୋଲି ସେ କହିଛନ୍ତି। ବିଶେଷକରି ରାଜ୍ୟରେ ନିର୍ବାଚନ ଫଳାଫଳକୁ ନେଇ ଠାକରେ ପ୍ରଶ୍ନ ଉଠାଇଥିଲେ। ବାଲାସାହେବ ଥୋରାଟଙ୍କ ପରାଜୟ ଏବଂ ଅଜିତ ପାୱାରଙ୍କ ଦଳର ଐତିହାସିକ ବିଜୟକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ