ପୁଣି ଜେଲରୁ ବାହାରିଲେ ରାମ ରହିମ, ଦିଲ୍ଲୀ ନିର୍ବାଚନ ପୂର୍ବରୁ ୩୦ ଦିନିଆ ପାରୋଲ

ରୋହତକ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁନାରିଆ ଜେଲରେ ଦଣ୍ଡ ଭୋଗୁଥିବା ସିରସା ଡେରା ମୁଖ୍ୟ ରାମ ରହିମ ନବମ ଥର ପାଇଁ ପାରୋଲରେ ଜେଲରୁ ବାହାରିଛନ୍ତି। ଦିଲ୍ଲୀ ନିର୍ବାଚନ ପୂର୍ବରୁ ରାମ ରହିମଙ୍କୁ ୩୦ ଦିନିଆ ପାରୋଲ ମିଳିଛି। ରାମ ରହିମ ରୋହତକ ଜେଲରୁ ସିରସା ଅଭିମୁଖେ ବାହାରି ଯାଇଛନ୍ତି। ଜେଲ୍ ଯିବା ପରେ ପ୍ରଥମ ଥର ପାଇଁ ରାମ ରହିମ ସିରସାସ୍ଥିତ ଆଶ୍ରମକୁ ଯାଉଛନ୍ତି। ଏହାପୂର୍ବରୁ ଯେତେଥର ରାମ ରହିମଙ୍କୁ ପାରୋଲ ମିଳିଛି, ସେ […]

ସଂପୂର୍ଣ୍ଣ ପଢନ୍ତୁ

ଟେକନଲୋଜୀ ନକଲ କରି ଡିପସିକ୍ ଏଆଇ ତିଆରି କରିଛି ଚୀନ : ମସ୍କ

ନ୍ୟୁୟର୍କ: ଶସ୍ତା ଏଆଇ ଆର-୧ ଆଣି ବିଶ୍ୱର ବଡ଼ ଟେକନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ, ଗୁଗୁଲ, ମେଟା, ଏନଭିଡିଆ ଏବଂ ଓପନ ଏଆଇର ମୁଣ୍ଡ ବ୍ୟଥା ବଢାଇଥିବା ଚାଇନାଷ୍ଟାର୍ଟଅପ୍ ଡିପସିକର ଦାବିକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଏପରିକି ଦୀପସିକ ବିରୋଧରେ ଟେକନଲୋଜୀ ଠକେଇ ଅଭିଯୋଗ ଆସୁଛି। କମ୍ ଖର୍ଚ୍ଚରେ ଓପନ୍ ସୋର୍ସ ଏଆଇ ଯୋଗାଇଦେବା ଦାବି ଏଆଇ କମ୍ୟୁନିଟିରେ ବିବାଦ ପାଲଟିଛି। ଟେସ୍ଲାର ସିଇଓ ଏଲନ୍ ମସ୍କ ମଧ୍ୟ ଏହି ବିବାଦରେ ଡେଇଁ ପଡ଼ିଛନ୍ତି। ସେ […]

ସଂପୂର୍ଣ୍ଣ ପଢନ୍ତୁ

ଟିକ୍‌ଟକ୍‌ କିଣିବ ମାଇକ୍ରୋସଫ୍ଟ !

ଓ୍ବାଶିଂଟନ: ଆମେରିକାରେ ଟିକ୍‌ଟକ୍‌କୁ କିଣିପାରେ ମାଇକ୍ରୋସଫ୍ଟ। ସୋମବାର ଏନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ, ଚାଇନିଜ୍ ଆପ୍ ଟିକ୍‌ଟକ୍‌ର ଆମେରିକୀୟ ବ୍ୟବସାୟକୁ ମାଇକ୍ରୋସଫ୍ଟ କ୍ରୟ କରିପାରେ। ଟ୍ରମ୍ପ କହିଛନ୍ତି, ବର୍ତ୍ତମାନ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ଚାଲିଛି। ଟ୍ରମ୍ପ ଆହୁରି କହିଛନ୍ତି ଯେ, ସେ ଚାହୁଁଛନ୍ତି ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଟିକ୍‌ଟକ୍‌ ପାଇଁ ନିଲାମୀ ଡାକନ୍ତୁ। ଟ୍ରମ୍ପ କହିଛନ୍ତି, ଆହୁରି ଅନେକ କମ୍ପାନୀ ଅଛନ୍ତି, ଯେଉଁମାନେ ଟିକ୍‌ଟକ୍ କିଣିବାକୁ ଚାହୁଁଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ଉତ୍କର୍ଷ ଓଡିଶାରେ ମୋଦି: କହିଲେ,‘ମୋ ଡିଏନଏରେ ଅଛି ଓଡିଶା’

ଭୁବନେଶ୍ବର: ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଦୁଇଦିନିଆ କନକ୍ଲେଭ ଅବସରରେ ଆଜି ପୁଣି ଥରେ ଓଡିଶା ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ମୁଁ ସ୍ବାଧୀନ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ୩୦ ଥର ଓଡିଶା ଆସିସାରିଲେଣି । ମୋ ଡିଏନଏରେ ଓଡିଶା ଅଛି ବୋଲି କହିଲେ ମୋଦି । ୨୦୨୫ରେ ଏହା ମୋର ଦ୍ବିତୀୟ ଓଡ଼ିଶା ଗସ୍ତ । ଏହା ହିଁ […]

ସଂପୂର୍ଣ୍ଣ ପଢନ୍ତୁ

୪୦୦ କୋଟି ବାକି, ୬୦୦ ହସ୍ପିଟାଲ ବନ୍ଦ କରିବେ ଆୟୁଷ୍ମାନ ଭାରତ ସେବା

୪୦୦ କୋଟି ଟଙ୍କା ବକେୟା ଥିବାରୁ ହରିୟାଣାର ୬୦୦ ଘରୋଇ ହସ୍ପିଟାଲ ଫେବୃଆରୀ ୩ ତାରିଖରୁ ଆୟୁଷ୍ମାନ ଭାରତ ସେବା ବନ୍ଦ କରିବେ ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) ଘୋଷଣା କରିଛି। ରାଜ୍ୟ ସରକାରଙ୍କ ଦେୟରେ ବିଳମ୍ବ ଯୋଗୁଁ ହସ୍ପିଟାଲଗୁଡ଼ିକ ସେମାନଙ୍କ କାର୍ଯ୍ୟ ପରିଚାଳନା କରିବା କଷ୍ଟକର ହୋଇପଡ଼ିଛି। ୨୦୧୮ରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତରେ ହରିୟାଣାର ପ୍ରାୟ ୧.୨ କୋଟି ହିତାଧିକାରୀଙ୍କ ପାଇଁ ବାର୍ଷିକ ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା […]

ସଂପୂର୍ଣ୍ଣ ପଢନ୍ତୁ

ବେଆଇନ ବାଂଲାଦେଶୀଙ୍କୁ ଭାରତକୁ ଆସିବାକୁ ଦିଅ : ପିତ୍ରୋଡା

ନୂଆଦିଲ୍ଲୀ : ପୁଣି ଥରେ ନିଜର ବିବାଦୀୟ ବୟାନ ପାଇଁ କଂଗ୍ରେସକୁ ସମସ୍ୟାରେ ପକାଇଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସାମ ପିତ୍ରୋଡା । ସେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଭାରତରେ ଆଶ୍ରୟ ଦେବା ସପକ୍ଷରେ ମତ ଦେଇଛନ୍ତି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ପ୍ରବଳ ଅତ୍ୟାଚାର ହେଉଥିଲେ ବି ସେ ଏପରି ବୟାନ ଦେଇଛନ୍ତି । ସେ କହିଛନ୍ତି “ଯଦି ବାଂଲାଦେଶୀମାନେ ଭାରତକୁ ଆସିବାକୁ ଚାହୁଁଛନ୍ତି, ବେଆଇନ ହେଲେ ମଧ୍ୟ ସେମାନଙ୍କୁ ଆସିବାକୁ ଦିଆଯାଉ ଓ ଭାରତରେ ରହିବାକୁ […]

ସଂପୂର୍ଣ୍ଣ ପଢନ୍ତୁ

ଓ୍ବାକଫ୍ ସଂଶୋଧନ ବିଲକୁ ଜେପିସିର ମଂଜୁରୀ, ଖୁବଶୀଘ୍ର ସଂସଦରେ ଆଗତ ହେବ

ନୂଆଦିଲ୍ଲୀ : ସଂସଦର ଯୁଗ୍ମ କମିଟି (ଜେପିସି) ସୋମବାର ଓ୍ଵାକଫ୍ ବିଲରେ ହୋଇଥିବା ପରିବର୍ତ୍ତନକୁ ଅନୁମୋଦନ କରିଛି। ସୋମବାର ବସିଥିବା ଚୂଡ଼ାନ୍ତ ବୈଠକରେ ସମସ୍ତ ୪୪ଟି ସଂଶୋଧନ ଉପରେ ଆଲୋଚନା ହୋଇଥିବା ଜେପିସି ସଭାପତି ଜଗଦମ୍ବିକା ପାଲ କହିଛନ୍ତି। ସେଥିମଧ୍ୟରୁ ଏନଡିଏ ସାଂସଦଙ୍କ ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବିରୋଧୀ ଦଳ ସଦସ୍ୟମାନେ ମଧ୍ୟ କିଛି ପ୍ରସ୍ତାବ ଦେଇଥିଲେ, କିନ୍ତୁ ମତଦାନ ସମୟରେ ତାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ୱାକଫ୍ (ସଂଶୋଧନ) ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି […]

ସଂପୂର୍ଣ୍ଣ ପଢନ୍ତୁ

କୁମ୍ଭମେଳା ଦେଖି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା: ‌ଶେଷ ହୋଇଗଲା ଗୋଟିଏ ପରିବାର

ନୂଆଦିଲ୍ଲୀ: ଆଗ୍ରା ନିକଟରେ ଏକ ଭୟାବହ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ମିନି ଟ୍ରକ୍ ଭିତରେ ପଶିଯାଇଥିଲା। ଫଳରେ କାର ଭିତରେ ଥିବା ଗୋଟିଏ ପରିବାରର ଚାରିଜଣଙ୍କ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ସୂଚନାଯୋଗ୍ୟ, ସୋମବାର ସକାଳେ ଦିଲ୍ଲୀର ଏକ ପରିବାର ପ୍ରୟାଗରାଜର ମହାକୁମ୍ଭ ମେଳା ଦେଖି ଫେରୁଥିଲେ। ଏହି ସମୟରେ ସେମାନେ ବସିଥିବା କାରଟି ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ୩୧କିମି ମାଇଲ ଷ୍ଟୋନ ନିକଟରେ ଏକ ଭୟାବହ ଦୁର୍ଘଟଣାର […]

ସଂପୂର୍ଣ୍ଣ ପଢନ୍ତୁ

ଚୀନ ବିଦେଶ ମନ୍ତ୍ରୀଙ୍କୁ ଭେଟିଲେ ବିକ୍ରମ ମିସ୍ରି

ବେଜିଂ : ବୈଦେଶିକ ସଚିବ ବିକ୍ରମ ମିସ୍ରି ସୋମବାର ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟିଙ୍କୁ ଭେଟି ଦ୍ୱିପାକ୍ଷିକ ସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବୈଦେଶିକ ମନ୍ତ୍ରୀ ହେବା ବ୍ୟତୀତ ୱାଙ୍ଗ ଶାସକ କମ୍ୟୁନିଷ୍ଟ ପାର୍ଟିର ଶକ୍ତିଶାଳୀ ରାଜନୈତିକ ବ୍ୟୁରୋର ସଦସ୍ୟ ଏବଂ ଭାରତ-ଚୀନ୍ ସୀମା ବ୍ୟବସ୍ଥା ପାଇଁ ଚୀନର ସ୍ୱତନ୍ତ୍ର ପ୍ରତିନିଧି। ଗତ ମାସରେ ସ୍ବତନ୍ତ୍ର ପ୍ରତିନିଧି ବ୍ୟବସ୍ଥା ଅଧୀନରେ ୱାଙ୍ଗ୍ ଓ ଭାରତର ଏନଏସଏ ଅଜିତ ଡୋଭାଲଙ୍କ ମଧ୍ୟରେ ଆଲୋଚନା ପରେ ମିସ୍ରିଙ୍କ ଚୀନ୍ […]

ସଂପୂର୍ଣ୍ଣ ପଢନ୍ତୁ

ଗଙ୍ଗାରେ ବୁଡ଼ ପକାଇଲେ ଦାରିଦ୍ର୍ୟ ହଟିବନି : ଖଡଗେଙ୍କ କଟାକ୍ଷ

ନୂଆଦିଲ୍ଲୀ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋମବାର ମଧ୍ୟପ୍ରଦେଶର ମହୁଠାରେ ‘ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ’ ରାଲିକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ମଲ୍ଲିକାର୍ଜୁନ ଖଡଗେ ବିଜେପି ନେତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଗଙ୍ଗାରେ ବୁଡ଼ ପକାଇଲେ ଦେଶରୁ ଦାରିଦ୍ର୍ୟ ଦୂର ହେବ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ପରିବାର ସହ କୁମ୍ଭ ସ୍ନାନ ପାଇଁ ପ୍ରୟାଗରାଜରେ ପହଞ୍ଚିଥିବା ବେଳେ ତାଙ୍କର ଏଭଳି କଟାକ୍ଷ ଆସିଛି। ଏବେ […]

ସଂପୂର୍ଣ୍ଣ ପଢନ୍ତୁ