ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବିଜେପି କର୍ମୀଙ୍କ ପଥରମାଡ଼ ଅଭିଯୋଗ ଆଣିଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ନିର୍ବାଚନୀ ଦଙ୍ଗା ତୀବ୍ର ହେବାରେ ଲାଗିଛି। ଶନିବାର ଆମ୍ ଆଦମୀ ପାର୍ଟି ନୂଆଦିଲ୍ଲୀ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ସମର୍ଥକମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆଣିଛି। ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ତାଙ୍କ ଉପରକୁ ପଥର ମାଡ଼ କରାଯାଇଥିବା ଆପ୍ ଦାବି କରିଛି। ଅନ୍ୟପକ୍ଷରେ ବିଜେପି ନେତା ପ୍ରବେଶ ବର୍ମା ଦାବି କରିଛନ୍ତି ଯେ ତାଙ୍କ ସମର୍ଥକଙ୍କୁ କେଜ୍ରିଓ୍ବାଲଙ୍କ କାର୍ ଧକ୍କା ଦେଇଥିଲା। ଏହା […]

ସଂପୂର୍ଣ୍ଣ ପଢନ୍ତୁ

ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା: ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ, ସୋମବାର ଦଣ୍ଡ ଶୁଣାଣି

କୋଲକାତା : କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ ହୋଇଛି। ସିଆଲଦାହର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ସୋମବାର ତାର ଦଣ୍ଡ ଶୁଣାଣି କରିବେ କୋର୍ଟ। କୋର୍ଟଙ୍କ ଏହି ରାୟ ଆସିବା ବେଳେ ମୃତ ଟ୍ରେନି ଡାକ୍ତରଙ୍କ ବାପା ସେଠାରେ ଉପସ୍ଥିତ ଥିଲେ। ସେ କାନ୍ଦି ଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଚାମ୍ପିୟନ୍ସ ଟ୍ରଫି ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଦଳ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଦଳ। ଶୁବମନ ଗିଲଙ୍କୁ ଉପ-ଅଧିନାୟକ କରାଯାଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ସ୍କ୍ୱାଡ୍‌ରେ ସ୍ଥାନ ପାଇଛନ୍ତି। ୨୦୨୩ ଦିନିକିଆ ବିଶ୍ୱକପ୍ ଖେଳିଥିବା ଅଧିକାଂଶ ଖେଳାଳିଙ୍କୁ ଚାମ୍ପିୟନ୍ସ ଟ୍ରଫି ପାଇଁ ଦଳରେ ସାମିଲ କରାଯାଇଛି। ସେମାନଙ୍କ ସହିତ ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର ଓ ଯଶସ୍ୱୀ ଜୈସୱାଲ ମଧ୍ୟ ଟିମ୍‌ରେ ଅଛନ୍ତି। ଉଭୟ ଋଷଭ ପନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଏଲନ ମସ୍କ ବାହାର କଲେ ନିଯୁକ୍ତି: କହିଲେ, ‘ଡିଗ୍ରୀ ଦରକାର ନାହିଁ, ବାସ୍ ଏତିକି କାମ ଆସୁଥିବା ଦରକାର’

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସର ମାଲିକ ଏଲନ ମସ୍କ ଏଥର ନିଜ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚାରେ ଅଛନ୍ତି । ମସ୍କ ଏକ୍ସରେ ଭିନ୍ନ ଢଙ୍ଗରେ ନିଯୁକ୍ତି ପାଇଁ ପୋଷ୍ଟ କରିଛନ୍ତି । ମସ୍କ ପୋଷ୍ଟରେ ଲେଖିଛନ୍ତି କି ‘ଆପଣ କେଉଁଯାଏଁ ପଢିଛନ୍ତି ଆମର ଦରକାର ନାହିଁ । ଆପଣ ସ୍କୁଲରେ ପଢିଛନ୍ତି କି ନାହିଁ ଆବଶ୍ୟକ ନାହିଁ । ଯଦି ଆପଣ କେବଳ ହାର୍ଡକୋର ସଫ୍ଟଓ୍ବେୟାର ଇଞ୍ଜିନିୟର ତେବେ ଆମକୁ ସମ୍ପର୍କ କରନ୍ତୁ […]

ସଂପୂର୍ଣ୍ଣ ପଢନ୍ତୁ

ରୁଷ ସେନାରେ ଯୋଗଦେଇଥିବା ୧୮ ଭାରତୀୟଙ୍କ ମଧ୍ୟରୁ ୧୬ ନିଖୋଜ

ରୁଷ ସେନାରେ ଯୋଗଦେଇଥିବା ୧୮ ଭାରତୀୟଙ୍କ ମଧ୍ୟରୁ ୧୬ ଜଣ ନିଖୋଜ ଅଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧରେ କେରଳର ଜଣେ ଯବାନ ପ୍ରାଣ ହରାଇବା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି। କେରଳର ମୃତ ଯବାନଙ୍କ ମରଶରୀରକୁ ଭାରତ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ରୁଷ ସେନାରେ ୧୨୬ ଜଣ ଯବାନ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ୯୬ ଜଣଙ୍କୁ ଫେରାଇ ଅଣାଯାଇଛି। ବର୍ତ୍ତମାନ ସୁଦ୍ଧା ୧୮ […]

ସଂପୂର୍ଣ୍ଣ ପଢନ୍ତୁ

ସୈଫ୍‌ଙ୍କୁ ଛୁରାମାଡ; ସନ୍ଦିଗ୍ଧ ଯୁବକ ଗିରଫ

ମୁମ୍ବାଇ : ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ କରିଥିବା ଘଟଣାରେ ସନ୍ଦିଗ୍ଧ ଯୁବକକୁ ଜାନୁଆରୀ ୧୭ ଅର୍ଥାତ୍‌ ଶୁକ୍ରବାର ଦିନ ଗିରଫ କରାଯାଇଛି। ମୁମ୍ବାଇ ପୁଲିସ୍‌ର ସ୍ପେଶାଲ ଟିମ୍‌ ଯୁବକକୁ ଗିରଫ କରିଛି। ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ସୈଫ୍‌ଙ୍କୁ ଅଭିଯୁକ୍ତ ଛୁରାମାଡ କରି ଫେରାର ହୋଇଯାଇଥିଲା। ଆକ୍ରମଣ ପରେ ବାନ୍ଦ୍ରା ଷ୍ଟେସନରେ ଆକ୍ରମଣକାରୀ ଯୁବକକୁ ପୁଲିସ ଦେଖିଥିଲା ବୋଲି ଖବର ସାମ୍ନାକୁ ଆସିଥିଲା। ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଉପରେ ବିଳମ୍ବିତ ରାତିରେ […]

ସଂପୂର୍ଣ୍ଣ ପଢନ୍ତୁ

୨୦ରେ ଶପଥ ନେବେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ୪ବର୍ଷିଆ କାର୍ଯ୍ୟକାଳ ବୁଧବାର ଶେଷ ହୋଇଛି। ଆସନ୍ତା ୨୦ ତାରିଖରେ ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବେ। କାର୍ଯ୍ୟକାଳ ଶେଷ ପରେ ବାଇଡେନ ହ୍ବାଇଟ୍ ହାଉସରେ ଦେଇଥିବା  ବିଦାୟକାଳୀନ ଭାଷଣରେ କହିଛନ୍ତି ଯେ ତାଙ୍କ ପ୍ରଶାସନର ସୁଫଳ ଆଗାମୀ ଦିନରେ ଆମେରିକାବାସୀ ଦେଖିବାକୁ ପାଇବେ। ସୁଶାସନର ଯେଉଁ ମଞ୍ଜି ତାଙ୍କ ସରକାର ବିପଣନ କରିଯାଇଛନ୍ତି ତାହା ବିକଶିତ ହୋଇ ଆଗାମୀ ଦଶନ୍ଧି ଧରି ପ୍ରସ୍ଫୁଟିତ […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପି ଘୋଷଣା କଲା ସଂକଳ୍ପ ପତ୍ର

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜେପି ତା’ର ନିର୍ବାଚନୀ ଇସ୍ତାହାର ବା ସଙ୍କଳ୍ପ ପତ୍ର ଘୋଷଣା କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏହି ସଙ୍କଳ୍ପ ପତ୍ର ଜାରି କରିଛନ୍ତି। ଏଥିରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ପାଇଁ ଦଳ ପୂରା ହାତ ଖୋଲି ଦେଇଛି। ବିଜେପି ତା’ର ସଙ୍କଳ୍ପ ପତ୍ରରେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦେବ ବୋଲି ଘୋଷଣା କରିଛି। ମହିଳା […]

ସଂପୂର୍ଣ୍ଣ ପଢନ୍ତୁ

ଅସ୍ତ୍ରବିରତି ଆଲୋଚନା ମଧ୍ୟରେ ଗାଜା ଉପରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ

ତେଲ ଅଭିବ: ଅସ୍ତ୍ରବିରତି ଚୁକ୍ତି ପାଇଁ ଚାଲିଥିବା ଆଲୋଚନା ମଧ୍ୟରେ ବି ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି । ଗତ ଦୁଇଦିନରେ ଇସ୍ରାଏଲ ଆକ୍ରମଣରେ ଅତି କମରେ ୭୨ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁବାର ଦାବି କରିଛି। ପୂର୍ବ ସଂଘର୍ଷରେ ଅସ୍ତ୍ରବିରତି ଲାଗୁ ହେବାର ଶେଷ ଘଣ୍ଟା ପୂର୍ବରୁ ଉଭୟ ପକ୍ଷ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିଥିଲେ। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି […]

ସଂପୂର୍ଣ୍ଣ ପଢନ୍ତୁ

୧୨ ମାଓବାଦୀ ନିପାତ

ସୁକମା : ଛତିଶଗଡରେ ସୁରକ୍ଷାବଳ ଏନକାଉଣ୍ଟରରେ ୧୨ ମାଓବାଦୀ ନିପାତ ହୋଇଛନ୍ତି । ମାଓ ଦମନ ନେଇ ବିଜାପୁର ଓ ସୁକମା ଜିଲାରେ ବଡ ଧରଣର ଏନକାଉଣ୍ଟର ହୋଇଛି । ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ତରଫରୁ ଆକ୍ରମଣ ହେବା ପରେ ସୁରକ୍ଷାବଳ ତରଫରୁ ପାଲଟା ଜବାବ ଦିଆଯାଇଥିଲା । ଏଥିରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ଗୁଳି ବିନିମୟ ଜାରି ଥିବା ସୂଚନା ମିଳିଛି ।

ସଂପୂର୍ଣ୍ଣ ପଢନ୍ତୁ