ଥମୁନି ନିଆଁ, OSCAR ଯାଏ ପହଞ୍ଚିଲା

ଜଳୁଛି ଜଙ୍ଗଲ। ନିଆଁ ଆଁରେ ପୋଡି ପାଉଶଁ ହୋଇଗଲାଣି ଘର ଦ୍ୱାର। ଦିନକୁ ଦିନ ଏହା କମିବା ବଦଳରେ ଆହୁରି ବିକରାଳ ରୂପ ଧରି ଆଗକୁ ବଢ଼ି ଚାଲିଛି। ଆମେରିକାର ଲସ୍‌ ଏଞ୍ଜଲିସ୍‌ରେ ଲାଗିଥିବା ଏହି ଭୟଙ୍କର ନିଆଁ ଏବେ ଓସ୍କାର ୨୦୨୫ ଯାଏଁ ପହଞ୍ଚିଗଲାଣି। ଏକାଡେମୀ ଆଓ୍ୱାର୍ଡ ମାର୍ଚ୍ଚ ୨ (ଭାରତରେ ମାର୍ଚ୍ଚ ୩) ତାରିଖରେ ଲସ୍‌ ଏଞ୍ଜଲିସ୍‌ ସ୍ଥିତ ଡଲବି ଥିଏଟରରେ ଅନୁଷ୍ଠିତ ହେବ। କିନ୍ତୁ ବର୍ତ୍ତମାନ ଏହାର ନମିନେସନରେ ବିଳମ୍ବ ହେବା ନେଇ […]

ସଂପୂର୍ଣ୍ଣ ପଢନ୍ତୁ

LoC ନିକଟରେ ବିସ୍ଫୋରଣ, ୬ ଯବାନ ଆହତ

ସୀମା ନିକଟରେ ହେଲା ବିସ୍ଫୋରଣ। ଜମ୍ମୁ-କଶ୍ମୀରର ରଜୌରୀ ସ୍ଥିତ ନୌସେରା ସେକ୍ଟରରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ଏଲ୍‌ଓସି ନିକଟ ନୌସେରା ନିକଟରେ ବିସ୍ଫୋରଣ ହୋଇଥିବା କୁହାଯାଉଛି। ଅଧିକାରୀଙ୍କ ସୂଚନା ମୁତାବକ, ଭାରତୀୟ ସେନାର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ନୌସେରା ସେକ୍ଟରର ଖାମ୍ବା ଦୁର୍ଗ ନିକଟରେ ସକାଳ ୧୦ଟା ୪୫ ସମୟରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା। ଜଣେ ସୈନିକ ହଠାତ୍ ଲ୍ୟାଣ୍ଡମାଇନ୍ ଉପରେ ଭୁଲ୍‌ରେ ଚଢ଼ି ଯିବାରୁ […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀ ନିର୍ବାଚନ: ନାମାଙ୍କନ ଦାଖଲ କଲେ ଆତିଶୀ

ନାମାଙ୍କନ ଦାଖଲ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ଦିଲ୍ଲୀର କାଲକାଜୀ ବିଧାନସଭା ଆସନରୁ ସେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ଆସନରୁ ଗତଥର ମଧ୍ୟ ସେ ଜିତିଥିଲେ। କାଲକାଜୀ ଆସନରେ ସେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରମେଶ ବିଧୁରୀ ଏବଂ କଂଗ୍ରେସ ପ୍ରାର୍ଥୀ ଅଲକା ଲାମ୍ବାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ପରେ ଆତିଶୀ କହିଛନ୍ତି, ‘ଆଜି ମକର ସଂକ୍ରାନ୍ତିଙ୍କ ଶୁଭ ଅବସରରେ ମୁଁ କାଲକାଜୀ ବିଧାନସଭା ଆସନରୁ ମୋର ନାମାଙ୍କନ ଦାଖଲ କରିଛି। […]

ସଂପୂର୍ଣ୍ଣ ପଢନ୍ତୁ

‘ମୁଁ ଦେଶ ବଞ୍ଚାଇବାକୁ ଲଢ଼ୁଛି, କିନ୍ତୁ ରାହୁଲ ଦଳ ପାଇଁ’

‘ମୁଁ ଦେଶ ବଞ୍ଚାଇବାକୁ ଲଢ଼ୁଛି। କିନ୍ତୁ ରାହୁଲ ଗାନ୍ଧି କଂଗ୍ରେସ ଦଳକୁ ବଞ୍ଚାଇବା ପାଇଁ ଲଢ଼ୁଛନ୍ତି।’ ଆଜି ଏଭଳି କିଛି କହି କଂଗ୍ରେସ ଉପରେ ବର୍ଷିଛନ୍ତି ଅମ୍‌ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସୋମବାର ଦିନ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ମୁଖିଆ ଆରବିନ୍ଦ କେଜ୍ରିୱାଲ୍‌ଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତୁଳନା କରି ଉଭୟ […]

ସଂପୂର୍ଣ୍ଣ ପଢନ୍ତୁ

ମହାକୁମ୍ଭ ୨୦୨୫: ପ୍ରଥମ ଦିନରେ ୧.୫ କୋଟି ଶ୍ରଦ୍ଧାଳୁ କଲେ ମହାସ୍ନାନ

ନୂଆଦିଲ୍ଲୀ: ଆସ୍ଥାର ମହାପର୍ବ ମହାକୁମ୍ଭ ଜାନୁଆରୀ ୧୩ ସୋମବାରରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି । ଆଜି ପୌଷ ପୂର୍ଣ୍ଣିମାର ଅମୃତ ସ୍ନାନ । ପ୍ରାତଃରୁ ହିଁ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ୱତୀ ନଦୀର ସଙ୍ଗମରେ ସ୍ନାନ କରୁଛନ୍ତି । ଅନୁମାନ ଥିଲା ଯେ ଆଜି ପ୍ରାୟ ୧ କୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିବେ । କିନ୍ତୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ୍ସରେ ସୂଚନା ଯେ ଆଜି ଦେଢ କୋଟି ଲୋକ ତ୍ରିବେଣୀରେ ସ୍ନାନର […]

ସଂପୂର୍ଣ୍ଣ ପଢନ୍ତୁ

ବାଂଲାଦେଶ ଡେପୁଟି ହାଇ କମିଶନରଙ୍କୁ ସମନ କଲା ଭାରତ

ଭାରତ ଓ ବାଂଲାଦେଶ ମଧ୍ୟରେ ଲଗାତର ସମ୍ପର୍କ ତିକ୍ତ ହେବାରେ ଲାଗିଛି। ବଢ଼ିବାରେ ଲାଗିଛି ସୀମା ବିବାଦ। ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବହିଷ୍କାର କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ଥିବା ଜଣାପଡିଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ସୁରକ୍ଷାକୁ କଡାକଡି କରିଛି। ସୀମାନ୍ତ ଅଞ୍ଚଳରେ ବିଏସଏଫ ତୀକ୍ଷ୍ଣ ନଜର ରଖିଛି, ଯେଉଁ କାରଣରୁ ବାଂଲାଦେଶର ମହମ୍ମଦ ୟୁନୁସ ସରକାର ହଡବଡେଇ ଯାଇଛନ୍ତି। ଏବେ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ଆଗାମୀ ଦିନରେ ଆଇଟି ହବ୍ ହେବ: ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ/ଭୁବନେଶ୍ବର: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଏମ୍ଓୟୁ ହୋଇଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବଡ଼ ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶା ଆଗାମୀ ଦିନରେ ଆଇଟି ହବ୍ ହେବ ବୋଲି ସେ କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ସୂଚନା ପ୍ରଯୁକ୍ତି(ଆଇଟି) ପେଶାଦାରଙ୍କର ଅଭାବ ନାହିଁ । ଓଡ଼ିଶାକୁ ଆଗାମୀ ଦିନରେ ଏକ ବଡ଼ ଆଇଟି ହବ୍‌ରେ […]

ସଂପୂର୍ଣ୍ଣ ପଢନ୍ତୁ

କୁମ୍ଭମେଳାରେ ଷ୍ଟିଭ୍‌ ଜବସ୍‌ଙ୍କ ପତ୍ନୀ ଲରେନ୍‌ ପାଓ୍ୱେଲ ଓରଫ କମଳା

ଗଳାରେ ରୁଦ୍ରାକ୍ଷ ମାଳା। ଦେହରେ ଗେରୁଆ ବସ୍ତ୍ର। ଭକ୍ତି ରଙ୍ଗରେ ରଙ୍ଗେଇ ହେଲେ ଆପଲ୍‌ର ସହ ପ୍ରତିଷ୍ଠାତା ଦିବଙ୍ଗତ ଷ୍ଟିଭ୍‌ ଜବସ୍‌ଙ୍କ ପତ୍ନୀ ଲରେନ୍‌ ପାଓ୍ୱେଲ ଓରଫ କମଳା। ସେ ମହାକୁମ୍ଭା ମେଳାରେ ବୁଡ଼ ପକାଇବେ। ଏଥିପାଇଁ ପ୍ରୟାଗରାଜରେ ସେ ଶନିବାରଠୁ ଡେରା ପକାଇଛନ୍ତି। ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମସ୍ଥଳ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ ଲରେନ୍‌ ପାଓ୍ୱେଲ। ଏଥିପାଇଁ ଲରେନ୍‌ ଶନିବାର ରାତିରେ ଏକ ୪୦ ଜଣିଆ ଦଳ ସହିତ ଆମେରିକାରୁ ଆସିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ଯୋଡ଼ି ହେବ କଶ୍ମୀରରୁ ଲଦାଖ, ଉଦ୍‌ଘାଟିତ ହେଲା Z ମୋଡ୍‌ ଟନେଲ୍‌

ଉଦ୍‌ଘାଟିତ ହେଲା ବହୁ ପ୍ରତିକ୍ଷିତ ସୋନମାର୍ଗ ଟନେଲ ବା Z ମୋଡ୍‌ ଟନେଲ୍‌। ଏହି ଟନେଲ ଦ୍ୱାରା ଉପକୃତ ହେବେ ଲଦାଖବାସୀ। ଆଉ ଯାତାୟତରେ ହେବନି କୌଣସି ଅସୁବିଧା। ଲଦାଖକୁ ସବୁ ଋତୁରେ ଯିବା ଆସିବା କରିପାରିବେ ଲୋକେ। ଏହି ଟନେଲ୍‌ ଦ୍ୱାରା ବିଶେଷ କରି ଭାରତୀୟ ସେନା ଉପକୃତ ହେବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁକଶ୍ମୀରରେ ଜେଡ୍ ମୋଡ୍ ବା ସୋନମାର୍ଗ ଟନେଲର ଉଦ୍‌ଘାଟନ କରିଛନ୍ତି। ୨୭ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ସାଢେ […]

ସଂପୂର୍ଣ୍ଣ ପଢନ୍ତୁ

LAC ସ୍ଥିତି ସମ୍ବେଦନଶୀଳ କିନ୍ତୁ ସ୍ଥିର: ସ୍ଥଳ ସେନା ମୁଖ୍ୟ

ଏଲ୍‌ଏସିରେ ସ୍ଥିତି ସମ୍ବେଦନଶୀଳ କିନ୍ତୁ ସ୍ଥିର ରହିଛି। ଭାରତୀୟ ସେନା ପ୍ରତିଟି ସ୍ଥିତି ମୁକାବିଲା କରିବାକୁ ପ୍ରସ୍ତୁତ। ଭାରତ ଓ ଚୀନ୍‌ ସୀମା ବିବାଦକୁ ନେଇ ଆଜି ଏଭଳି କିଛି କହିଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ସୀମା ବିବାଦକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ସମ୍ପର୍କ ଦୀର୍ଘ ଦିନ ଧରି ତିକ୍ତ ରହିଛି। କିନ୍ତୁ ନିକଟରେ ଉଭୟ ଦେଶ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। LAC ପ୍ରସଙ୍ଗ ସମ୍ବେଦନଶୀଳ […]

ସଂପୂର୍ଣ୍ଣ ପଢନ୍ତୁ