ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ

ତିହାର ଜେଲରେ ବନ୍ଦୀ ଜୀବନ କାଟୁଥିବା ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନ ଶୁକ୍ରବାର ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛି। ରାଜନର ସାଇନସ ସମସ୍ୟା ରହିଛି। ଏହାର ଅପରେସନର ଆବଶ୍ୟକତା ଥିବା ଡାକ୍ତରୀ ଟିମ କହିଛନ୍ତି। ତେଣୁ ତାକୁ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା। ୨୦୦୧ରେ ଜୟା ସେଟ୍ଟୀଙ୍କୁ ହତ୍ୟା କରାଯାଇଥିଲା। ତେବେ ୨୦୨୪ […]

ସଂପୂର୍ଣ୍ଣ ପଢନ୍ତୁ

‘ଅବିଭକ୍ତ ଭାରତ’ କାର୍ଯ୍ୟକ୍ରମ ପାଇଁ ପାକିସ୍ତାନ ଓ ବାଂଲାଦେଶକୁ ନିମନ୍ତ୍ରଣ

ଭାରତୀୟ ପାଣିପାଗ ବିଭାଗର ୧୫୦ତମ ପ୍ରତିଷ୍ଠା ଉପଲକ୍ଷେ ଆୟୋଜନ ହେବାକୁ ଯାଉଛି ‘ଅବିଭକ୍ତ ଭାରତ’ ନାଁରେ ଗୋଟିଏ ସେମିନାର। ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଭାରତ ପକ୍ଷରୁ ପାକିସ୍ତାନ ଓ ବାଂଲାଦେଶ ସମେତ ଅନ୍ୟ ପଡ଼ୋଶୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରଥମଥର ପାଇଁ ଭାରତ ସରକାର ସବୁ କିଛି ବିବାଦକୁ ଭୁଲି ଏଭଳି ଏକ ପଦକ୍ଷେପ ନେଇଛନ୍ତି। ‘ଅବିଭକ୍ତ ଭାରତ’ ସେମିନାର କାର୍ଯକ୍ରମରେ ଯୋଗଦେବାକୁ ଭାରତ ପକ୍ଷରୁ ପକ୍ଷରୁ ପାକିସ୍ତାନ, ବାଂଲାଦେଶ, ଭୁଟାନ, ଆଫଗାନିସ୍ତାନ, ମିଆଁମାର, ମାଳଦ୍ୱୀପ, ଶ୍ରୀଲଙ୍କା ଓ […]

ସଂପୂର୍ଣ୍ଣ ପଢନ୍ତୁ

ସପ୍ତାହକୁ ୯୦ ଘଣ୍ଟା କାମ କର : ଏଲଏଣ୍ଡଟି ଅଧ୍ୟକ୍ଷଙ୍କ ବୟାନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଲାର୍ସନ୍ ଆଣ୍ଡ ଟୁବ୍ରୋର ଅଧ୍ୟକ୍ଷ ଏସ୍ ଏନ୍ ସୁବ୍ରମଣ୍ୟମ୍ ହଠାତ୍ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଯାଛନ୍ତି। ଇନଫୋସିସର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ୭୦ ଘଣ୍ଟା କାମ କରିବାକୁ ଦେଇଥିବା ବୟାନ ପରେ ଏସଏନ ସୁବ୍ରମଣ୍ୟମ କହିଛନ୍ତି ଯେ ପ୍ରତିଦ୍ୱନ୍ଦ୍ୱିତାରେ ରହିବା ପାଇଁ କର୍ମଚାରୀମାନେ ରବିବାର ସମେତ ସପ୍ତାହକୁ ୯୦ ଘଣ୍ଟା କାମ କରିବା ଉଚିତ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତାରେ ସୁବ୍ରମଣ୍ୟମ କର୍ମଚାରୀମାନେ ସପ୍ତାହକୁ ୯୦ ଘଣ୍ଟା […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପିର ପୂର୍ବତନ ବିଧାୟକଙ୍କ ଘରେ IT ରେଡ: ମିଳିଲା କୋଟି କୋଟି ଟଙ୍କା ସହ ୩ଟି କୁମ୍ଭୀର

ବିଜେପିର ପୂର୍ବତନ ବିଧାୟକ ହରିବଂଶ ସିଂହ ରାଥୋରଙ୍କ ଘରେ ରେଡ କରିଛି ଆୟକର ବିଭାଗ। ମଧ୍ୟପ୍ରଦେଶର ଏହି ପୂର୍ବତନ ବିଧାୟକଙ୍କ ଘରୁ ରେଡ ବେଳେ ନଗଦ କୋଟି କୋଟି ଟଙ୍କା, ସୁନା ଓ ଏକାଧିକ ବେନାମୀ ଦାମୀ କାର ମିଳିଛି। ତେବେ ରାଥୋରଙ୍କ ଗୋଟିଏ ପୋଖରୀରୁ ୩ଟି ବିରାଟକାୟ କୁମ୍ଭୀର ମିଳିବା ପରେ ଆୟକର ଅଧିକାରୀମାନେ ପୂରା ଚକିତ ହୋଇଯାଇଛନ୍ତି। ଏହି କୁମ୍ଭୀର ଗୁଡ଼ିକୁ ଖାଇବା ପିଇବାକୁ ଦେଇ ଶ୍ରୀ ରାଥୋର ତାଙ୍କ ପୋଖରୀରେ ପାଳିଥିଲେ। କୋଟି […]

ସଂପୂର୍ଣ୍ଣ ପଢନ୍ତୁ

ଆରଏସଏସକୁ ଭୁରି ଭୁରି ପ୍ରଶଂସା କଲେ ଶରଦ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ପରେ, ରାଜନୈତିକ ଦଳର ନେତାମାନଙ୍କ ବୟାନ ଏବେ ବି ଆସୁଛି। ରାଜ୍ୟରେ ଏହା ମଧ୍ୟ କଳ୍ପନାଜଳ୍ପନା ଚାଲିଛି ଯେ ଏନସିପିର ଉଭୟ ଗୋଷ୍ଠୀଙ୍କର ମିଶ୍ରଣ ହୋଇପାରେ। ଏସବୁ ମଧ୍ୟରେ, ଆଜି ଗୁରୁବାର, ଏନସିପି (ଶରଦ ଚନ୍ଦ୍ର ପାୱାର) ନେତା ଏବଂ କର୍ମୀଙ୍କ ମଧ୍ୟରେ ଏକ ବୈଠକ ହୋଇଯାଇଛି | ୱାଇବି ସେଣ୍ଟରରେ ଅନୁଷ୍ଠିତ ଏହି ବୈଠକରେ ଶରଦ ପାୱାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ବହୁତ ପ୍ରଶଂସା କରୁଥିବାର ଦେଖାଯାଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀ ଭୋଟରଙ୍କୁ ମାଗଣା ବିଜୁଳି ଓ ପାଣି ପ୍ରତିଶ୍ରୁତି ଦେବ ବିଜେପି!

ଦିଲ୍ଲୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ୩୦୦ ୟୁନିଟ ଯାଏ ମାଗଣା ବିଜୁଳି, ମାଗଣାରେ ପାଇପ ପାଣି ଓ ଲାଡଲି ବେହନା ଭଳି ଯୋଜନା ଲାଗୁ କରିବାର ପ୍ରତିଶ୍ରୁତି ଦେଇପାରେ। ଏହା ବ୍ୟତୀତ କ୍ଷମତା ଦଖଲ ପରେ ବିଜେପି ମନ୍ଦିର, ଗୁରୁଦ୍ୱାର ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପାଇଁ ୫୦୦ ୟୁନିଟ ଯାଏ ମାଗଣା ବିଜୁଳି ବ୍ୟବସ୍ଥା ମଧ୍ୟ ଲାଗୁ କରିବାର ସୂଚନା ମିଳିଛି। ପ୍ରସ୍ତାବିତ ଲାଡଲି ବେହନା ଭଳି ଯୋଜନା ଉପରେ ସମସ୍ତଙ୍କର ଫୋକସ ରହିଛି। […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି। ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଏକ ସ୍ୱତନ୍ତ୍ର ଅତ୍ୟାଧୁନିକ ପର୍ଯ୍ୟଟନ ଟ୍ରେନ୍, ଯାହାକି ବିଶେଷ ଭାବରେ ଭାରତୀୟ ବଂଶୋଦ୍ଭବ ଏବଂ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି। ସୂଚନା ଅନୁଯାୟୀ, ଏହି ଟ୍ରେନରେ ୪୫ରୁ ୬୫ ବର୍ଷ ବୟସର ପ୍ରବାସୀ […]

ସଂପୂର୍ଣ୍ଣ ପଢନ୍ତୁ

‘ଇଣ୍ଡିଆ’ ମେଣ୍ଟ ଭାଙ୍ଗି ଦେବା ଉଚିତ: ଓମାର ଅବଦୁଲ୍ଲା

ଦିଲ୍ଲୀ ବିଧାନସଭା ନିର୍ବଚନରେ ‘ଇଣ୍ଡିଆ’ ମେଣ୍ଟ ଫାଟି ଆଁ କଲାଣି। ପ୍ରଥମେ ମେଣ୍ଟର ଦୁଇ ସହଯୋଗୀ କଂଗ୍ରେସ ଓ ଆପ୍ ପରସ୍ପର ବିରୋଧରେ ଲଢ଼ିବାକୁ ଘୋଷଣା କରିଥିଲେ। ଏବେ ବିରୋଧୀ ମେଣ୍ଟର ଅନ୍ୟ ସହଯୋଗୀ ଦଳମାନେ କଂଗ୍ରେସକୁ ଏକପାଖିଆ କରି ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ଘୋଷଣା କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟର ଅନ୍ୟତମ ସହଯୋଗୀ ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଅସନ୍ତୋଷ ଝାଡ଼ିଛନ୍ତି। ଅବଦୁଲ୍ଲା କହିଛନ୍ତି ଯେ ଦିଲ୍ଲୀ ନିର୍ବାଚନରେ ଯେହେତୁ […]

ସଂପୂର୍ଣ୍ଣ ପଢନ୍ତୁ

ବିଷ ପିଇ ଦେଲେ ଆନ୍ଦୋଳନ କରୁଥିବା ଚାଷୀ, ହସ୍ପିଟାଲରେ ଚାଲିଗଲା ଜୀବନ

ପଞ୍ଜାବ-ହରିୟାଣା ସୀମାନ୍ତ ଶମ୍ଭୁ ବର୍ଡରରେ ଆନ୍ଦୋଳନ କରୁଥିବା ଜଣେ ୫୫ ବର୍ଷୀୟ ଚାଷୀ ବିଷ ପିଇ ଜୀବନ ହାରିଛନ୍ତି। ସେ ଆନ୍ଦୋଳନସ୍ଥଳରେ ବିଷ ପିଇ ଦେଇଥିଲେ। ଏହାପରେ ତାଙ୍କୁ ପଟିଆଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୩ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏପରି ଘଟଣା ଘଟିଛି। ଶମ୍ଭୁ ସୀମାନ୍ତରେ ଚାଷୀମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନକାରୀଙ୍କ ମଧ୍ୟରେ ୫୫ ବର୍ଷୀୟ ରେଶମ ସିଂହ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରବାସୀଙ୍କୁ ଭାରତୀୟଙ୍କୁ ମୋଦି କଲେ ଅପିଲ୍: କହିଲେ, ‘ଲୋକାଲକୁ ଗ୍ଲୋବାଲ କରାନ୍ତୁ’

ଭୁବନେଶ୍ବର: ଆଜି ୧୮ତମ ପ୍ରବାସୀ ଭାରତୀୟ ସମ୍ମେଳନୀର ଦ୍ବିତୀୟ ଦିନରେ ପ୍ରବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେମାନଙ୍କ ପାଇଁ କିପରି ମୋଦି ଗର୍ବ ଅନୁଭବ କରନ୍ତି ତାହା କହି ଧନ୍ୟବାନ ଜଣାଇଛନ୍ତି । ଏଥିସହିତ ସେମାନଙ୍କୁ କିଛି ଅପିଲ୍ ମଧ୍ୟ କରିଛନ୍ତି ମୋଦି । ଏନେଇ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ଭାରତର ଲୋକାଲକୁ ଗ୍ଲୋବାଲି ପରିଚିତ କରାଇବାକୁ ସାହାର୍ଯ୍ୟ କରାନ୍ତୁ ବୋଲି ଅପିଲ୍ କରିଛନ୍ତି । କହିଛନ୍ତି, ଭାରତର ବିକାଶରେ ଆପଣଙ୍କ […]

ସଂପୂର୍ଣ୍ଣ ପଢନ୍ତୁ