ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର, ଟ୍ରମ୍ପ ହେଲେ ନିରାଶ

ନୂଆଦିଲ୍ଲୀ,୧୧/୧୦ :ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ନୋବେଲ ଶାନ୍ତି ପୁରସ୍କାର ବିଜୟୀ ହୋଇଛନ୍ତି। ଭେନେଜୁଏଲାରେ ଗଣତନ୍ତ୍ର ଏବଂ ଲୋକଙ୍କ ଅଧିକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ମାରିଆ। ଦେଶରେ ଏକଚ୍ଛତ୍ରବାଦ ଶାସନ ହଟାଇ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ମାରିଆଙ୍କ ଶାନ୍ତିପୂର୍ଣ୍ଣ ଉଦ୍ୟମ ପ୍ରଶଂସନୀୟ, ଯେଉଁଥିପାଇଁ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି।ମାରିଆଙ୍କ ନାମ ଘୋଷଣା ହେବା ପରେ ସେ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି। ନୋବେଲ କମିଟି ମଧ୍ୟ ପୁରସ୍କାର ଘୋଷଣା […]

ସଂପୂର୍ଣ୍ଣ ପଢନ୍ତୁ

ପାକିସ୍ଥାନରେ ଇଣ୍ଟରନେଟ ସେବା ବନ୍ଧ

ଇସଲାମାବାଦ,୧୦/୧୦: ପାକିସ୍ତାନରେ 3G/4G ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଇସଲାମାବାଦ ଓ ରାଓ୍ବଲପିଣ୍ଡିରେ ଇଣ୍ଟରନେଟ୍‌ ବନ୍ଦ ରହିଛି। ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ତେହେରିକ-ଏ-ଲବୈକ ପାକିସ୍ତାନ(TLP)ର ବିକ୍ଷୋଭ ନେଇ ବନ୍ଦ ହୋଇଛି। ଫଳରେ ପାକିସ୍ତାନର ରାଜଧାନୀ ଇସଲାମାବାଦକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ସିଲ୍‌ କରାଯାଇଛି। ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିବାବେଳେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି।

ସଂପୂର୍ଣ୍ଣ ପଢନ୍ତୁ

ଆଫଗାନିସ୍ତାନ ବିଦେଶମନ୍ତ୍ରୀ ଭାରତ‌ ଆସିବା ପରେ କାବୁଲ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ

କାବୁଲ ୧୦/୧୦: କମ୍ପିଲା ଆଫଗାନିସ୍ତାନର ରାଜଧାନୀ କାବୁଲ। ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନ, କାବୁଲ ଉପରେ ଏୟାରଷ୍ଟ୍ରାଇକ୍ କରିଥିବା ଜଣାଯାଇଛି। କାବୁଲରେ ଦୁଇଟି ଜୋରଦାର ବିସ୍ଫୋରଣ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମୀର ଖାନ୍‌ ମୁତ୍ତାକି ଗୋଟିଏ ସପ୍ତାହ ପାଇଁ ଭାରତ ଗସ୍ତରେ ଆସି ଦିଲ୍ଲୀ ପହଞ୍ଚିବା ପରେ ପାକିସ୍ତାନ ଏଭଳି କରିଛି। ଜଣ।ପଡିଛି ଯେ, ପାକିସ୍ତାନୀ ଲଢ଼ୁଆ ବିମାନଗୁଡ଼ିକ ଆଫଗାନିସ୍ତାନର ରାଜଧାନୀ ଭିତରେ ଥିବା ଟିଟିପି ଆଡ୍ଡାଗୁଡ଼ିକୁ ଟାର୍ଗେଟ […]

ସଂପୂର୍ଣ୍ଣ ପଢନ୍ତୁ

ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ

ନୂଆଦିଲ୍ଲୀ, ୧୦/୧୦: ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୬ ରେକର୍ଡ ହୋଇଛି। କର୍ତ୍ତୃପକ୍ଷ ସୁନାମୀ ଚେତାବନୀ ଜାରି କରିଛନ୍ତି ଏବଂ ନାଗରିକମାନଙ୍କୁ ପରବର୍ତ୍ତୀ ଝଟକା ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି । ଭୂକମ୍ପ ହେବା ମାତ୍ରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡିଥିଲେ। ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ମାଣ୍ଡାନିଓ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦେଶ ରହିଛି। ଇଣ୍ଡେନେସିଆର ବିଭିନ୍ନ ଅଞ୍ଚଳରେ […]

ସଂପୂର୍ଣ୍ଣ ପଢନ୍ତୁ

ଜେନେରିକ୍ ଔଷଧ ଉପରେ ଲାଗିବନି ଟାରିଫ

ଓ୍ବାସିଂଟନ, ୯/୧୦ : ଔଷଧ ଉପରେ ଟାରିଫ ଲଗାଯିବାକୁ ନେଇ ଟ୍ରମ୍ପ ପ୍ରଶାସନର ନରମ ଆଭିମୁଖ୍ୟ। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜେନେରିକ୍ ଔଷଧ ଉପରେ ଟାରିଫ ଲଗାଯିବ ନାହିଁ । ଏହା ଭାରତ ପାଇଁ ଆଶ୍ବସ୍ତି ଆଣିଦେଇଛି, କାରଣ ଭାରତ ଆମେରିକାକୁ ମୁଖ୍ୟତଃ ଜେନେରିକ ଔଷଧ ରପ୍ତାନି କରିଥାଏ । ଦି ଓ୍ବାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ପ୍ୟାଟେଣ୍ଟେଡ୍ ଓ ବ୍ରାଣ୍ଡେଡ୍ ଔଷଧ ପରି ଜେନେରିକ ଔଷଧ ଉପରେ ବି ଟାରିଫ ଲଗାଇବାକୁ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତର ବିଶାଳ ବଜାର ଉପରେ ବ୍ରିଟେନ ହ୍ୱିସ୍କି ନିର୍ମାତାଙ୍କ ଲୋଲୁପ ଦୃଷ୍ଟି, ଟାର୍ଗେଟ ୧ ବିଲିୟନ

ମୁମ୍ବାଇ,୯/୧୦: ସ୍କଚ୍ ହ୍ୱିସ୍କି ଆସୋସିଏସନ ଏବଂ ବ୍ରିଟେନର ନିର୍ମାତାମାନେ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ଭାରତ ବାଣିଜ୍ୟ ମିଶନରେ ସାମିଲ ହୋଇଛନ୍ତି। ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଯୋଗୁଁ ସ୍କଚ୍ ହ୍ୱିସ୍କି ଶିଳ୍ପ ବଡ଼ ଲାଭାର୍ଥୀ ହେବ ବୋଲି ଆଶା କରାଯାଉଛି, ଯାହା ସ୍କଟଲ୍ୟାଣ୍ଡର ଅର୍ଥନୀତିକୁ ବାର୍ଷିକ ୧୯୦ ମିଲିୟନ ପାଉଣ୍ଡ ବୃଦ୍ଧି କରିବ। ବିଶ୍ୱର ସର୍ବବୃହତ ହ୍ୱିସ୍କି ବଜାର ଭାରତରେ ସ୍କଚ୍ ଉପରେ ଆମଦାନୀ ଶୁଳ୍କ ହ୍ରାସ ପାଇବ, ଯାହା ବାର୍ଷିକ ବିକ୍ରିକୁ ୧ ବିଲିୟନ […]

ସଂପୂର୍ଣ୍ଣ ପଢନ୍ତୁ

୫ କୋଟି ଦେଅ: ରିଙ୍କୁ ସିଂହଙ୍କୁ ଧମକ ଦେଲା ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ

ନୂଆଦିଲ୍ଲୀ, ୯/୧୦:ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହ ତାଙ୍କ ଚମତ୍କାର ଖେଳ ପାଇଁ ଚର୍ଚ୍ଚାରେ ଅଛନ୍ତି। ସମ୍ପ୍ରତି ଏସିଆ କପରୁ ଫେରିଥିବା ବେଳେ ରିଙ୍କୁଙ୍କୁ ନେଇ ଏକ ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଛି। ଅଣ୍ଡରୱାର୍ଲ୍ଡରୁ ରିଙ୍କୁ ସିଂହଙ୍କୁ ଧମକ ମିଳିଥିବା ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ପ୍ରକାଶ ପାଇଛି।। ତେବେ ରିଙ୍କୁ ସିଂହଙ୍କୁ ମିଳିଥିବା ଧମକ ପାଇଁ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି। ସେମାନେ ଚଳିତ ବର୍ଷ ଫେବୃଆରିରୁ ଏପ୍ରିଲ୍ ମଧ୍ୟରେ ରିଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ

ନିୟୁଦିଲୀ, ୮/୧୦: ଆଜି ଭାରତୀୟ ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ ହୁଏ ଭାରତୀୟ ବାୟୁସେନା ଦିବସ । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ସେନାର ପ୍ରଥମ କର୍ତ୍ତବ୍ୟ । ଏନେଇ ଗାଜିଆବାସ ହିଣ୍ଡନ୍‍ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବାୟୁସେନା ଦିବସ ପାଳନ ଅବସରରେ ପରେଡ୍‍ ସହ ଆକାଶରେ କୌଶଳ ଦେଖାଉଛନ୍ତି ବାୟୁସେନାର ସ୍ୱତନ୍ତ୍ର ବିମାନ । ବାୟୁସେନାର ପରାକ୍ରମ, ସାହସ, ବଳିଦାନ, ବୀରତ୍ୱର […]

ସଂପୂର୍ଣ୍ଣ ପଢନ୍ତୁ

ବିଶ୍ବବ୍ୟାଙ୍କ ରିପୋର୍ଟ: ଦୌଡ଼ରେ ଭାରତ ସବୁଠୁ ଆଗରେ

ନୂଆଦିଲ୍ଲୀ, ୮/୧୦: ଅର୍ଥନୀତିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବାରେ ଅନ୍ୟ ସବୁ ଦେଶକୁ ଭାରତ ପଛରେ ପକାଇ ଦେଇଛି। ଏହା ଅନ୍ୟମାନଙ୍କଠାରୁ ଢେର ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଉପଯୋଗିତା ବଢ଼ୁଥିବାରୁ ଭାରତୀୟ ଅର୍ଥନୀତି କ୍ଷୀପ୍ର ଗତିରେ ଦୌଡ଼ୁଛି। ତେଣୁ ଏହା ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ବଜାୟ ରଖିବ। ନିକଟରେ ଜିଏସ୍‌ଟିରେ କରାଯାଇଥିବା ସଂସ୍କାର ଅର୍ଥନୀତିକୁ ଆଗକୁ ବଢ଼ିବାରେ ସମର୍ଥନ କରିବ ବୋଲି ବିଶ୍ବବ୍ୟାଙ୍କ କହିଛି। ଏହା ନିଜର ସଦ୍ୟତମ […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରମ୍ପଙ୍କୁ ନେତାନ୍ୟାହୁଙ୍କ ଚେତାବନୀ: ମହାଶକ୍ତିର ବି ସହଯୋଗୀ ଆବଶ୍ୟକ

ତେଲ୍‌ ଅଭିଭ୍‌, ୮/୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଅତି କ୍ଷୀପ୍ର ଗତିରେ ପରିବର୍ତ୍ତନଶୀଳ ବିଶ୍ବରେ ବୈଶ୍ବିକ ଶକ୍ତିଗୁଡ଼ିକ ଏକାକୀ ରହିପାରିବେନି। ମହାଶକ୍ତିମାନଙ୍କର ବି ସହଯୋଗୀ ଆବଶ୍ୟକ ବୋଲି ନେତାନ୍ୟାହୁ ଗୁରୁତ୍ବାରୋପ କରି କହିଛନ୍ତି। ଇସ୍ରାଏଲ ଏକ୍ଷେତ୍ରରେ ବିପଦକୁ ମୁକାବିଲା କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶୀଦାର ହୋଇଛି ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ନେତାନ୍ୟାହୁ କହିଛନ୍ତି, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ଉନ୍ନତି ଏବଂ (ଇଣ୍ଟେଲିଜେନ୍ସ ସେୟାରିଂ) ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ