ଜାମାଇକାରେ ‘ମେଲିସା’ର ପ୍ରଳୟଙ୍କରୀ ପ୍ରଭାବ: ୨୯୮ କିମି ବେଗରେ ପବନ, ଭୀଷଣ କ୍ଷୟକ୍ଷତି, ୨୫ ମୃତ

ଦେଶବିଦେଶ
Spread the love

ସାଣ୍ଟିଆଗୋ, ୩୦/୧୦: ଆଟଲାଣ୍ଟିକ୍‌ରୁ ସୃଷ୍ଟ ସାମୁଦ୍ରିକ ଝଡ଼ବାତ୍ୟା ‘ମେଲିସା’ ବୁଧବାର ପ୍ରତ୍ୟୁଷରେ ପୂର୍ବ କ୍ୟୁବାର ଚିଭିରିକୋ ସହର ନିକଟରେ ସ୍ଥଳଭାଗ ଛୁଇଁଛି। କ୍ୟୁବା ସରକାର ଲକ୍ଷ ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିଥିବାରୁ ଏହି ସର୍ବାଧିକ ଶକ୍ତିଶାଳୀ ବାତ୍ୟାର ପ୍ରକୋପରୁ ଲୋକଙ୍କୁ ନିସ୍ତାର ମିଳିଛି। ତଥାପି ଭୟାନକ ଝଡ଼ରେ କାରିବିଆନ୍‌ରେ ୨୫ ଜଣ, ଜାମାଇକାରେ ୪ ଜଣ, ହାଇତିରେ ୨୦ ଏବଂ ଡୋମିନିକାନ୍ ରିପବ୍ଲିକ୍‌ରେ ଜଣେ ପ୍ରାଣ ହରାଇଛନ୍ତି। ‘ମେଲିସା’ ମଙ୍ଗଳବାର ଜାମାଇକାରେ ମାଡ଼ ହେବା ସମୟରେ ଘଣ୍ଟାପ୍ରତି ୨୯୮ କିମି ବେଗରେ ପବନ ବହିଥିଲା। ଜାମାଇକାର ବିପର୍ଯ୍ୟୟ ପରିଚାଳନା ପରିଷଦର ଉପାଧ୍ୟକ୍ଷ ଡେସମଣ୍ଡ ମ୍ୟାକେଞ୍ଜି କହିଛନ୍ତି ଯେ ଦକ୍ଷିଣ ଜାମାଇକାର କ୍ଲାରେଣ୍ଡନ୍‌ ସହର ଏବଂ ସେଣ୍ଟ୍‌ ଏଲିଜାବେଥ୍‌ର ଦକ୍ଷିଣ-ପଶ୍ଚିମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *