ନୂଆଦିଲ୍ଲୀ : ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟି । ନୂଆ ସଂସଦ ଭବନ ଭିତରକୁ ଜଣେ ଦୁର୍ବୃତ୍ତ ପଶିବାକୁ ଉଦ୍ୟମ କରିଛି । ଗଛ ଉପରେ ଚଢି ପାଚେରୀ ଡେଇଁ ସଂସଦ ଭିତରକୁ ପଶିଥିଲା ଯୁବକ । ପାର୍ଲାମେଣ୍ଟ ବିଲଡିଂର ଗରୁଡ଼ ଗେଟ୍ ନିକଟରେ ପହଞ୍ଚିଯାଇଥିଲା ଅନୁପ୍ରବେଶକାରୀ । ହେଲେ ତାଙ୍କୁ କାବୁ କରିନେଇଥିଲେ ସୁରକ୍ଷାକର୍ମୀ । ଖବର ମୁତାବକ, ଆଜି ସକାଳ ପ୍ରାୟ ସାଢେ ୬ଟା ବେଳେ ପ୍ରଥମେ ଗଛରେ ଚଢି ପାଚେରୀ ଉପରକୁ ଚଢିଯାଇଥିଲା, ତାପରେ […]
ସଂପୂର୍ଣ୍ଣ ପଢନ୍ତୁCategory: ଦେଶବିଦେଶ
ସର୍ତ୍ତରେ ରାଜି ନହେଲେ ଧ୍ବଂସ କରିଦିଆଯିବ: ହମାସକୁ ଇସ୍ରାଏଲର ବଡ଼ ଧମକ
ଥମୁନି ଇସ୍ରାଏଲ-ହମାସ ଯୁଦ୍ଧ । ହମାସକୁ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ଧମକ । ଇସ୍ରାଏଲର ସର୍ତ୍ତରେ ଯଦି ହମାସ ରାଜି ନହୁଏ ତେବେ ଗାଜାକୁ ଧ୍ବଂସ କରିଦିଆଯିବ ବୋଲି କାଟଜ୍ କହିଛନ୍ତି । ଯାହାର ଚେତାବନୀ ପ୍ରତିରକ୍ଷା ମନ୍ତ୍ରୀ କାଟ୍ଜ ସୋସିଆଲ ମିଡିଆର X ପ୍ଲାଟଫର୍ମରେ ଦେଇଛନ୍ତି । ସୂଚନାନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ଗାଜାକୁ ଧ୍ୱଂସାବଶେଷ ପାଉଁଶ ଗଦାରେ ପରିଣତ କରିବାକୁ ଧମକ ଦେଇଛନ୍ତି । ଯାହା ଆଗକୁ ଭୟଙ୍କର ହେବ ବୋଲି […]
ସଂପୂର୍ଣ୍ଣ ପଢନ୍ତୁଫେସବୁକ ଓ ଇନଷ୍ଟାଗ୍ରାମକୁ ନେଇ ବଡ଼ ଖବର, ଚମତ୍କାର କରିବ AI
ନୂଆଦିଲ୍ଲୀ: ମେଟା ଅନଲାଇନ ଯୋଗାଯୋଗକୁ ଆହୁରି ସମାବେଶୀ କରିବା ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ଫେସବୁକ ଓ ଇନଷ୍ଟାଗ୍ରାମରେ ରିଲ୍ସ ପାଇଁ ଏବେ AI-ଚାଳିତ ଭଏସ ଟ୍ରାନ୍ସଲେସନ ସୁବିଧା ଉପଲବ୍ଧ ହୋଇଛି। ଏହି ନୂଆ ଫିଚର ବିଶ୍ୱବ୍ୟାପୀ ଉପଲବ୍ଧ ହୋଇଛି, ଯାହା ଦ୍ୱାରା କଣ୍ଟେଣ୍ଟ କ୍ରିଏଟରମାନେ ଅଲଗା ଅଲଗା ଭର୍ସନ ରେକର୍ଡ ନକରି ନିଜ କଣ୍ଟେଣ୍ଟକୁ ଏକାଧିକ ଭାଷାରେ ସେୟାର କରିପାରିବେ। ଏହି ଟୁଲ୍ର ନାମ ହେଉଛି ‘ମେଟା AI ଟ୍ରାନ୍ସଲେସନ’ ଏବଂ ଏହା ମାଗଣାରେ […]
ସଂପୂର୍ଣ୍ଣ ପଢନ୍ତୁରାହୁଲ ଗାନ୍ଧୀଙ୍କ ସୁରକ୍ଷା ବଢାଇବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା…
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କଂଗ୍ରେସ କମିଟି (UPCC) ସଭାପତି ଅଜୟ ରାୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ଉଲ୍ଲେଖ କରି ଦଳୀୟ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବୃଦ୍ଧି କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି। ଏନେଇ ଶାହଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ନେତା । ଶାହଙ୍କୁ ଲେଖାଯାଇଥିବା ଚିଠିରେ ଅଜୟ ରାୟ କହିଛନ୍ତି ଯେ ଜନପ୍ରତିନିଧିମାନେ ନାଗରିକଙ୍କ ପାଇଁ ସୁଗମ ହେବା ଉଚିତ, କିନ୍ତୁ ସେମାନଙ୍କ ସୁରକ୍ଷା ମଧ୍ୟ […]
ସଂପୂର୍ଣ୍ଣ ପଢନ୍ତୁସ୍କୁଲ ପରେ ମୁମ୍ବାଇର ଇସ୍କନ୍ ମନ୍ଦିରକୁ ଟାର୍ଗେଟ୍, ମେଲ୍ ଆଇଡିକୁ ଆସିଲା ବୋମା ଧମକ
ମୁମ୍ବାଇ: ଦିଲ୍ଲୀ ସ୍କୁଲ ପରେ ମୁମ୍ବାଇର ଧାର୍ମିକ ପୀଠ ଇସ୍କନ ମନ୍ଦିରକୁ ମିଳିଲା ବୋମା ଧମକ । ଏପରି ଖବର ମିଳିବା ପରେ ଗିରଗାଓଁରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡିଛି । ଯାହା ସିଧାସଳଖ ଭାବେ ମନ୍ଦିରର ସରକାରୀ ମେଲ୍ ଆଇଡିକୁ ଧମକ ପଠାଯାଇଥିଲା । ଯାହା ପରେ ମନ୍ଦିରର ପ୍ରଶାସନ ତୁରନ୍ତ ପୋଲିସ ଏବଂ ବମ୍ ସ୍କ୍ବାର୍ଡକୁ ଏ ସମ୍ପ ର୍କରେ ସୂଚନା ଦେଇଥିଲା । ସୂଚନାନୁଯାୟୀ, ମନ୍ଦିରର ମେଲ୍ ଆଇଡକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା […]
ସଂପୂର୍ଣ୍ଣ ପଢନ୍ତୁ‘ସମାଧି ଦେବ ଭାରତର କ୍ଷେପଣାସ୍ତ୍ର…’, ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ କଡା ବାର୍ତ୍ତା
ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ବିହାରର ଗୟାରେ ସମ୍ବୋଧିତ କରି କହିଥିଲେ ଯେ ଭାରତ ଉପରେ ଆକ୍ରମଣ କରିବା ପରେ କୌଣସି ଆତଙ୍କବାଦୀ ଖସି ଯାଇପାରିବ ନାହିଁ । ବିହାରର ଗୟାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନା କରିବା ସହ ସମ୍ବୋଧନରେ ଅପରେସନ ସିନ୍ଦୂର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି […]
ସଂପୂର୍ଣ୍ଣ ପଢନ୍ତୁଭୋଟର ତାଲିକାରେ ହେରଫେର ଅଭିଯୋଗ: ନିଲମ୍ବିତ ହେଲେ ୪ ନିର୍ବାଚନ କମିଶନ ଅଧିକାରୀ
କୋଲକାତା: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ, ପଶ୍ଚିମବଙ୍ଗ ସରକାର ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗରେ ଚାରି ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି, କିନ୍ତୁ ଏହି ଅଧିକାରୀଙ୍କ ବିରୁଦ୍ଧରେ କୌଣସି ଏଫଆଇଆର ରୁଜୁ ହୋଇନାହିଁ। ସରକାର କହିଛନ୍ତି ଯେ ଏହିପରି ଭାବରେ ନିର୍ବାଚନ କମିଶନ (ଇସି)ଙ୍କ ନିର୍ଦ୍ଦେଶକୁ ଆଂଶିକ ଭାବରେ ପାଳନ କରାଯାଉଛି। ମୁଖ୍ୟ ସଚିବ ମନୋଜ ପନ୍ତ ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କ ନିକଟରେ ହାଜର ହେବାର ମାତ୍ର […]
ସଂପୂର୍ଣ୍ଣ ପଢନ୍ତୁଏୟାର ଇଣ୍ଡିଆ ବିମାନରେ ଦେଖାଦେଲା ସମସ୍ୟା, ଯୋଧପୁର ବଦଳେର ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କଲା
ମୁମ୍ବାଇ: ପୁଣି ଏୟାର ଇଣ୍ଡିଆ ବିମାନର ହେଲା ଏମରଜେନ୍ସି ଲ୍ୟାଣ୍ଡିଂ । ମୁମ୍ବାଇରୁ ଯୋଧପୁର ଯାଉଥିବା ସମୟରେ ବିମାନରେ ସମସ୍ୟା ଦେଖାଦେବାରୁ ମୁମ୍ବାଇ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରାଯାଇଥିଲା । ବିମାନ ଉଡାଣ ଭରିବା ସମୟରେ ସମସ୍ୟାର ସମ୍ମୁଖୀନ ହୋଇଥିଲା ବୋଲି ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି । ଫଳରେ ସେ କହିଛନ୍ତି ଯେ ମାନକ କାର୍ଯ୍ୟ ପ୍ରକ୍ରିୟା ଅନୁସରଣ କରି, କକପିଟ୍ କ୍ରୁ ବିମାନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିମାନକୁ ପୁଣି […]
ସଂପୂର୍ଣ୍ଣ ପଢନ୍ତୁଭେଙ୍କଟେଶ୍ବର ସ୍ବାମୀଙ୍କୁ ୧୪୦ କୋଟି ଟଙ୍କାର ସୁନା ଅର୍ପଣ କଲେ ଶ୍ରଦ୍ଧାଳୁ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରକୁ ୧୨୧ କିଲୋ ସୁନା ଅର୍ପଣ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ଯାହାର ଦାମ୍ ୧୪୦ କୋଟି ବୋଲି ଜଣାପଡିଛି । ନିଜର ନାମ ଗୁପ୍ତ ରଖିଛନ୍ତି ଶ୍ରଦ୍ଧାଳୁ । ନିଜ ବ୍ୟବସାୟରେ ଉନ୍ନତି ହେବା ଯୋଗୁଁ ଭଗବାନଙ୍କୁ ଏହି ସୁନା ଅର୍ପଣ କରିଛନ୍ତି ଭକ୍ତ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏହା ଘୋଷଣା କରିଛନ୍ତି । ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଜଣେ ଗୁପ୍ତ ଅନୁଗାମୀ ତାଙ୍କ ବ୍ୟବସାୟିକ ସଫଳତା […]
ସଂପୂର୍ଣ୍ଣ ପଢନ୍ତୁଆମେରିକାର ସର୍ବୋତ୍ତମ ବିଚାରପତି ଫ୍ରାଙ୍କ କାପ୍ରିୟୋଙ୍କ ପରଲୋକ
ଆମେରିକାର ସର୍ବୋତ୍ତମ ବିଚାରପତି ଭାବରେ ବିବେଚିତ ଫ୍ରାଙ୍କ କାପ୍ରିୟୋଙ୍କର ୮୮ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସେ ପାନକ୍ରିଏଟିକ୍ କର୍କଟ ରୋଗରେ ପୀଡିତ ଥିଲେ । କାପ୍ରିୟୋ ସର୍ବଦା ତାଙ୍କର ଦୟାଳୁ ସ୍ୱଭାବ ଏବଂ କରୁଣାପୂର୍ଣ୍ଣ ନିଷ୍ପତ୍ତି ପାଇଁ ମନେ ରହିବେ । ସେ “କ୍ୟାଚ୍ ଇନ୍ ପ୍ରୋଭିଡେନ୍ସ” ନାମକ ଏକ ରିଆଲିଟି ଶୋ ମାଧ୍ୟମରେ ସାରା ବିଶ୍ୱରେ ଲୋକପ୍ରିୟ ହୋଇଥିଲେ, ଯେଉଁଥିରେ ଟ୍ରାଫିକ୍ ଏବଂ ଛୋଟ ମାମଲା ଶୁଣିବାର ତାଙ୍କର ଅନନ୍ୟ ଶୈଳୀ ଦେଖାଯାଇଥିଲା […]
ସଂପୂର୍ଣ୍ଣ ପଢନ୍ତୁ