Hsfgdsahj 2025 07 23 07 33 39

ଯଥାଶୀଘ୍ର ହେବ ଉପରାଷ୍ଟ୍ରପତି ନିର୍ବାଚନ: ଜାଣନ୍ତୁ ସାମ୍ବିଧାନିକ ପ୍ରକ୍ରିୟା

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ତାଙ୍କ ଉତ୍ତରାଧିକାରୀ ଚୟନ ପାଇଁ ଯଥାଶୀଘ୍ର ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ସମ୍ବିଧାନର ଧାରା ୬୮(୨) ଅନୁଯାୟୀ, ଯଦି ଉପରାଷ୍ଟ୍ରପତିଙ୍କର ମୃତ୍ୟୁ, ଇସ୍ତଫା, ପଦଚ୍ୟୁତି କିମ୍ବା ଅନ୍ୟ କୌଣସି କାରଣରୁ ପଦବୀ ଖାଲି ହୁଏ, ତେବେ ଏହି ପଦ ପୂରଣ ପାଇଁ ଶୀଘ୍ର ନିର୍ବାଚନ କରାଯିବା ଆବଶ୍ୟକ। ଏହି ପଦ ପାଇଁ ନିର୍ବାଚିତ ହୋଇଥିବା ବ୍ୟକ୍ତି ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପୂରା ପାଞ୍ଚ ବର୍ଷ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
Dha

ବାଂଲାଦେଶକୁ ଚିକିତ୍ସା ସହାୟତା ପଠାଇବ ଭାରତ: ବିଶେଷଜ୍ଞ ଡାକ୍ତର ଏବଂ ନର୍ସଙ୍କ ଦଳ ଢାକା ଯିବେ

ଢାକା: ଢାକା ବିମାନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ଭାରତର ବିଶେଷଜ୍ଞ ଡାକ୍ତର ଏବଂ ନର୍ସଙ୍କ ଏକ ଦଳ ବାଂଲାଦେଶ ଯିବେ। ଏହି ବର୍ଣ୍ଣ ବିଶେଷଜ୍ଞ ଦଳ ଦୁର୍ଘଟଣାରେ ଜଳିପୋଡ଼ି ଆହତ ହୋଇଥିବା ପୀଡିତଙ୍କ ଚିକିତ୍ସା କରିବେ। ଡାକ୍ତରଙ୍କ ଦଳ ରୋଗୀଙ୍କ ଅବସ୍ଥା ମୂଲ୍ୟାଙ୍କନ କରିବେ ଏବଂ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ପରାମର୍ଶ ଦେବେ। ଆବଶ୍ୟକ ହେଲେ, ସେମାନଙ୍କୁ ଭାରତ ଅଣାଯାଇ ଚିକିତ୍ସା କରାଯିବ। ଚିକିତ୍ସା ଏବଂ ପ୍ରାରମ୍ଭିକ ମୂଲ୍ୟାଙ୍କନ ପରେ, ଅତିରିକ୍ତ ଡାକ୍ତରୀ ଦଳ […]

ସଂପୂର୍ଣ୍ଣ ପଢନ୍ତୁ
Prime Minister Of India Narendra Modi And President Of China Xi Jinping Before The Beginning Of The 2017 Brics Leaders Meeting

ଆସନ୍ତାକାଲିଠୁ ଚୀନ୍ ପାଇଁ ଭାରତ ଆରମ୍ଭ କରିବ ପର୍ଯ୍ୟଟନ ଭିସା

ନୂଆଦିଲ୍ଲୀ: ଏବେ ଭାରତ ଭ୍ରମଣରେ ଆସିପାରିବେ ଚୀନ୍ ନାଗରିକ। ଦୀର୍ଘ ପାଞ୍ଚ ବର୍ଷ ପରେ ଭାରତ ସରକାର, ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ପ୍ରକ୍ରିୟା ୨୪ ଜୁଲାଇ, ୨୦୨୫ରୁ ଅର୍ଥାତ୍ ଆସନ୍ତାକାଲିଠୁ ପୁନଃ ଆରମ୍ଭ ହେବ। ବେଜିଂରେ ଥିବା ଭାରତୀୟ ଦୂତାବାସ ବୁଧବାର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୦୨୦ରେ କୋଭିଡ୍ -୧୯ ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସମସ୍ତ ପର୍ଯ୍ୟଟନ […]

ସଂପୂର୍ଣ୍ଣ ପଢନ୍ତୁ
Lok

ବିରୋଧୀଙ୍କ ହଟ୍ଟଗୋଳ, ଦ୍ୱିତୀୟ ଦିନ ପାଇଁ ଲୋକସଭା ମୁଲତବୀ

ବିରୋଧୀ ଦଳଗୁଡିକ ଦ୍ୱାରା ଲଗାତାର ବାଧା ସୃଷ୍ଟି ହେବା ପରେ ଆଜି ଲୋକସଭାରେ କୌଣସି କାର୍ଯ୍ୟ ସମ୍ଭବ ହୋଇ ପାରିନାହିଁ। ଫଳରେ ଆଜି ଦ୍ୱିତୀୟ ଦିନ ପାଇଁ ଲୋକସଭାକୁ ମୁଲତବୀ ରଖାଯାଇଛି। ମଙ୍ଗଳବାର ଅପରାହ୍ନ ୨ଟାରେ ଗୃହ ପୁନର୍ବାର ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଦିଲୀପ ସାଇକିଆ ଆନ୍ଦୋଳନରତ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯିବା ଏବଂ ଗୃହକୁ କାର୍ଯ୍ୟ କରିବାକୁ ଦେବାକୁ […]

ସଂପୂର୍ଣ୍ଣ ପଢନ୍ତୁ
F35

୩୮ ଦିନ ପରେ ଫେରିଗଲା ବ୍ରିଟିଶ ଏଫ-୩୫ ଲଢ଼ୁଆ ବିମାନ

କେରଳର ତିରୁବନନ୍ତପୁରମ ବିମାନବନ୍ଦରରେ ୩୮ ଦିନ ଅଚଳ ରହିବା ପରେ ବ୍ରିଟିଶ ରୟାଲ ନୌସେନାର ଏଫ-୩୫ ଲଢ଼ୁଆ ବିମାନ ସ୍ୱଦେଶ ଫେରିଯାଇଛି। ଜୁନ୍ ୧୪ ତାରିଖରୁ ବିମାନଟି ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ କରାଯାଇଥିଲା। ମଝି ଆକାଶରେ ଉଡାଣ ସମୟରେ ଜରୁରୀକାଳୀନ ପରିସ୍ଥିତି ପାଇଁ ସମ୍ପୃକ୍ତ ଲଢୁଆ ବିମାନଟି ଦିଗ ପରିବର୍ତ୍ତନ କରୁଥିବା ବେଳେ ଗମ୍ଭୀର ଇଞ୍ଜିନିୟରିଂ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ବିଶ୍ୱର ସବୁଠାରୁ ଉନ୍ନତ ଲଢ଼ୁଆ ବିମାନ ଏଫ-୩୫ ୩୮ ଦିନ ଧରି ବିମାନବନ୍ଦରରେ […]

ସଂପୂର୍ଣ୍ଣ ପଢନ୍ତୁ
Hari2

ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ ସିଂ

ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କ ସହ ତାଙ୍କର ସାକ୍ଷାତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ନିୟମ ଅନୁଯାୟୀ, ରାଜ୍ୟସଭା ସଭାପତି (ଉପରାଷ୍ଟ୍ରପତି) ପଦ ଖାଲି ହେବା ପରେ ହରିବଂଶ ନାରାୟଣ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏପରି ପରିସ୍ଥିତିରେ ତାଙ୍କୁ ଉପରାଷ୍ଟ୍ରପତି କରିବା ନେଇ କଳ୍ପନାଜଳ୍ପନା ମଧ୍ୟ ତୀବ୍ର […]

ସଂପୂର୍ଣ୍ଣ ପଢନ୍ତୁ
Jagdeep Dhankhar

ଜଗଦୀପଙ୍କ ଇସ୍ତଫାକୁ ନେଇ କଂଗ୍ରେସର ଅଭିଯୋଗ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଦେଶରେ ରାଜନୀତି ତୀବ୍ର ହୋଇଯାଇଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଦେଇଥିବା ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁର କରି ଦେଇଛନ୍ତି। ଜଗଦୀପଙ୍କ ଇସ୍ତଫାପତ୍ରକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ‌ଘେରି ଅଭିଯୋଗ କରି କହିଛି,‘ପରଦା ପଛରେ ଜଗଦୀପଙ୍କ ଅନ୍ୟ କିଛି କାରଣ ରହିଛି।ସୋମବାର (୨୧ ଜୁଲାଇ, ୨୦୨୫) ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳ ଜଷ୍ଟିସ୍ ବର୍ମାଙ୍କୁ ବହିଷ୍କାର ବିରୋଧରେ ଏକ ପ୍ରସ୍ତାବ ଆଣିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ
In

ଭାରତୀୟ ଅର୍ଥନୀତିକୁ ତଳିତଳାନ୍ତ କରିଦେବୁ, ଆମେରିକାର ଧମକ

ଓ୍ବାସିଂଟନ : ରୁଷରୁ ଶସ୍ତାରେ ତେଲ କିଣୁ ଥିବା ଚୀନ, ଭାରତ ଓ ବ୍ରାଜିଲକୁ ପୁଣି ଥରେ ଧମକ ଦେଇଛି ଆମେରିକା । ଯଦି ଏହି ଦେଶଗୁଡ଼ିକ ରୁଷରୁ ଶସ୍ତା ତେଲ କିଣିବା ଜାରି ରଖନ୍ତି, ତେବେ ସେମାନଙ୍କର ଅର୍ଥନୀତିକୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ ବୋଲି ଆମେରିକାର ଜଣେ ସିନେଟର ଧମକ ଦେଇଛନ୍ତି। ଆମେରିକାର ସେନେଟର ଲିଣ୍ଡସେ ଗ୍ରାହାମ୍ ସମ୍ପ୍ରତି ଫକ୍ସ ନ୍ୟୁଜ୍ରେ ଖୋଲାଖୋଲି ଭାରତ, ଚୀନ ଓ ବ୍ରାଜିଲକୁ ଧମକାଇଥିଲେ। ଏହି ତିନିଦେଶକୁ ଟାର୍ଗେଟ […]

ସଂପୂର୍ଣ୍ଣ ପଢନ୍ତୁ
Jag

ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦକୁ ନେଇ ମୋଦୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଜୁଲାଇ ୨୧ ତାରିଖରେ ସଂସଦରେ ମୌସୁମୀ ଅଧିବେଶନର ପ୍ରଥମ ଦିନ ଥିଲା। ଅଧିବେଶନ ଶେଷ ହେବା ପରେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼। ଧନଖଡ଼ଙ୍କ ହଠାତ ଏତେ ବଡ଼ ନିଷ୍ପତ୍ତି ପରେ ଏକ୍ସ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,‘ଜଗଦୀପ ଧନଖଡ଼ଜୀ ଭାରତର ଉପରାଷ୍ଟ୍ରପତି ସମେତ ଅନେକ ଭୂମିକାରେ ଦେଶ ସେବା କରିବାର ସୁଯୋଗ ପାଇଛନ୍ତି। ମୁଁ ତାଙ୍କର ସୁସ୍ଥତା କାମନା କରୁଛି। […]

ସଂପୂର୍ଣ୍ଣ ପଢନ୍ତୁ
Nimisha Priya

ମୁକ୍ତ ହେବେ ନିମିଷା ପ୍ରିୟା !

କୋଚି : ୟେମେନରେ ମୃତ୍ୟୁଦଣ୍ଡ ଅପେକ୍ଷାରେ ଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ଖୁବ୍ ଶୀଘ୍ର ମୁକ୍ତ କରାଯାଇପାରେ। ଏହି ଦାବି କରିଛନ୍ତି ଡାକ୍ତର କେ ଏ ପଲ୍, ଯିଏ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ନିମିଷା ମୁକ୍ତି ପରେ ଖୁବ୍ ଶୀଘ୍ର ଭାରତ ଫେରି ଆସିବେ। ୟେମେନରେ ଏକ କ୍ଲିନିକ୍ ଚଳାଉଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ବିରୋଧରେ ତାଙ୍କ ନିଜ ସାଥୀ ଆବଦୋ ମହଦିଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ