Naxals

ଦୁଇ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ

ଛତିଶଗଡ଼ରେ ପୁଣି ଥରେ ମାଓବାଦୀ ହିଂସା ଦେଖିବାକୁ ମିଳିଛି। ପୁଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ ଦୁଇଜଣ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲା ଅନ୍ତର୍ଗତ ପିଲୁର ଏବଂ ଟେକାମେଟା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମାଓବାଦୀମା​‌ନେ ଗାଁକୁ ଯାଇ ଶିକ୍ଷକଦ୍ଵୟଙ୍କୁ ଘରୁ ବାହାରକୁ ଆଣି ଏଭଳି ବର୍ବରକାଣ୍ଡ ଘଟାଇଛନ୍ତି। ଘଟଣାକୁ ନେଇ ଉକ୍ତ ୨ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ଛତିଶଗଡ଼ରେ ପୁଲିସ ଏବଂ ସୁରକ୍ଷାବାହିନୀ ପକ୍ଷରୁ କିଛି ମାସ ହେବ […]

ସଂପୂର୍ଣ୍ଣ ପଢନ୍ତୁ

ରାଧିକାଙ୍କ ଆଇଫୋନ ଖୋଲିବ କି ହତ୍ୟାର ରହସ୍ୟ!

ନୂଆଦିଲ୍ଲୀ: ଗୁରୁଗ୍ରାମରେ ଟେନିସ୍ ଖେଳାଳି ରାଧିକା ଯାଦବଙ୍କ ହତ୍ୟା ଏବେ ବି ରହସ୍ୟ ଘେରରେ ରହିଛି। ଝିଅ ହତ୍ୟା ମାମଲାରେ ବାପା ଦୀପକ ଯାଦବଙ୍କୁ ପୁଲିସ ଗିରଫ କରିଛି। ଦୀପକ ପୁଲିସ ସାମ୍ନାରେ ନିଜର ଦୋଷ ସ୍ବୀକାର କରି କହିଥିଲେ, ‘ରାଧିକାଙ୍କୁ ବାରମ୍ବାର ତାଙ୍କର ଟେନିସ୍ ଏକାଡେମୀ ବନ୍ଦ କରିବାକୁ କହିଥିଲି। କିନ୍ତୁ ସେ ରାଜି ହୋଇ ନଥିଲା। ତେଣୁ ରାଗରେ ଏଭଳି ନିଷ୍ପତ୍ତି ନେଇଛି।’ ପୁଲିସ ରାଧିକାଙ୍କ ହତ୍ୟା ମାମଲାର ତଦନ୍ତ ନିରନ୍ତର ଜାରି ରଖିଥିବା […]

ସଂପୂର୍ଣ୍ଣ ପଢନ୍ତୁ

ସମୁଦ୍ର ଭିତରେ ପାକିସ୍ତାନ ଓ ତୁର୍କୀକୁ ଉଚିତ ଜବାବ ଦେଲା ଭାରତ

ନୂଆଦିଲ୍ଳୀ: ସମୁଦ୍ର ଭିତରେ ପାକିସ୍ତାନ ଓ ତୁର୍କୀକୁ ଉଚିତ ଜବାବ ଦେଇଛି ଭାରତ । ସାମୁଦ୍ରିକ ସୀମାରେ ଗ୍ରୀକ୍‌ ସେନା ସହ ମିଶି ଭାରତୀୟ ନୌସେନା ଯୁଦ୍ଧାଭ୍ୟାସ କରିଛି । ଏହାକୁ ନେଇ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ୍‌ ‘ରେ ଫଟୋ ସେୟାର କରିଛି ଭାରତୀୟ ସେନା । ଗତ ଜୁଲାଇ ୧୦ ତାରିଖରେ ଭାରତୀୟ ନୌସେନାର ତରକଶ ଓ ଗ୍ରୀସ ନୌସେନା ଫ୍ରିଗେଟ୍‌ ମିଳିତ ଭାବରେ ଯୁଦ୍ଧାଭ୍ୟାସ କରିଛି । ଦୁଇଦେଶ ମଧ୍ୟରେ ସାମରିକ ସମ୍ପର୍କ […]

ସଂପୂର୍ଣ୍ଣ ପଢନ୍ତୁ

ଅହମ୍ମଦାବାଦ ଭଳି ଆଉ ଏକ ବିମାନ ଦୁର୍ଘଟଣା, ଉଡାଣ କିଛି ସମୟରେ ଜଳିଗଲା ବିମାନ

ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦ ଭଳି ଆଉ ଏକ ବିମାନ ଦୁର୍ଘଟଣା ଘଟିଛି । ଲଣ୍ଡନର ସାଉଥ୍‍ଏଣ୍ଡ ବିମାନବନ୍ଦରରୁ ଉଡାଣ ଭରିବାର କିଛି ସମୟ ପରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି ଏବଂ ସବୁକିଛି ପୋଡି ପାଉଁଶ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ବିଚ୍‍ କ୍ରାଫ୍‍ B200 ସୁପରକିଙ୍ଗ ଏୟାର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଉଡାଣ ଭରିବାର କିଛି ସମୟ ଭିତରେ ଏହି […]

ସଂପୂର୍ଣ୍ଣ ପଢନ୍ତୁ

ଗାଜାରେ ଇସ୍ରାଏଲର ପୁଣି ଆକ୍ରମଣ, ୧୦୦ ମୃତ

ଗାଜା : ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ ଜାଣି ରହିଛି । ଇସ୍ରାଏଲ ସେନାର ସଦ୍ୟତମ ବିମାନ ଆକ୍ରମଣରେ ରବିବାର ସକାଳଠାରୁ ସୋମବାର ସକାଳ ପର୍ଯ୍ୟନ୍ତ ୧୦୦ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ରହିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହାକୁ ମିଶାଇ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫୮୦୦୦ରେ ପହଞ୍ଚିଛି । ଏକ ରିପୋର୍ଟ ଅନୁସାରେ ଇସ୍ରାଏଲ […]

ସଂପୂର୍ଣ୍ଣ ପଢନ୍ତୁ
Governer 750x430

ଅସୀମ ଘୋଷ ହରିୟାଣା ଓ ଅଶୋକ ଗଜପତି ଗୋଆ ରାଜ୍ୟପାଳ ନିଯୁକ୍ତ, କବିନ୍ଦର ଗୁପ୍ତାଙ୍କୁ ଲଦାଖ ଦାୟିତ୍ଵ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦୁଇଟି ରାଜ୍ୟର ରାଜ୍ୟପାଳ ଏବଂ ଏକ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି। ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପୁସାପତି ଅଶୋକ ଗଜପତି ରାଜୁଙ୍କୁ ଗୋଆର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବାବେଳେ ଜମ୍ମୁ-କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତାଙ୍କୁ ଲଦାଖର ନୂଆ ଉପରାଜ୍ୟପାଳ ନିଯୁକ୍ତ କରାଯାଇଛି। ସେହିପରି ପ୍ରଫେସର ଅସୀମ କୁମାର ଘୋଷଙ୍କୁ ହରିୟାଣାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତିଗୁଡ଼ିକ ସେମାନଙ୍କ କାର୍ଯ୍ୟାଳୟର […]

ସଂପୂର୍ଣ୍ଣ ପଢନ୍ତୁ
Images

୨୦୨୭ ଆର୍ଥିକ ବର୍ଷରେ ଲାଗୁ କରାଯାଇପାରେ ଅଷ୍ଟମ ବେତନ କମିଶନ

ନୂଆଦିଲ୍ଲୀ,୧୪।୭: ଦେଶର ୪୪ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଅଷ୍ଟମ ବେତନ କମିଶନ ଲାଗୁ ହେବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବର୍ଷ ପ୍ରାରମ୍ଭରେ, କେନ୍ଦ୍ର କ୍ୟାବିନେଟ ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ କରିଥିଲେ, ଯାହା ଦ୍ୱାରା କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ଏବଂ ପେନସନ ସଂଶୋଧନ କରାଯାଇପାରିବ। ତଥାପି, ଅଷ୍ଟମ ବେତନ କମିଶନ ଗଠନ ସତ୍ତ୍ୱେ, କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଏହାର ସରକାରୀ ଘୋଷଣା ପାଇଁ ଆହୁରି ଟିକିଏ ଅପେକ୍ଷା […]

ସଂପୂର୍ଣ୍ଣ ପଢନ୍ତୁ
Azam Scaled Removebg Preview

ଆଜମ ଖାଁଙ୍କୁ ଝଟକା, ମାମଲା ସ୍ଥାନାନ୍ତରଣ ଆବେଦନ ଖାରଜ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମହମ୍ମଦ ଆଜମ ଖାଁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ୨୦୦୭ ମସିହାରେ ଦିଆଯାଇଥିବା ଏକ କଥିତ ଉତ୍ତେଜନାପୂର୍ଣ୍ଣ ଭାଷଣ ମାମଲାରେ, ସେ ମାମଲାକୁ ଉତ୍ତର ପ୍ରଦେଶରୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ, କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମାମଲା ସ୍ଥାନାନ୍ତର ପାଇଁ ଦିଆଯାଇଥିବା କାରଣ ଯଥେଷ୍ଟ ନୁହେଁ। ଏହି ମାମଲାରେ, ଆଜମ ଖାଁ ଅଭିଯୋଗ କରିଛନ୍ତି ଯେ […]

ସଂପୂର୍ଣ୍ଣ ପଢନ୍ତୁ
Precision Strike Undetectable

ସେନାଶକ୍ତିକୁ ମଜଭୁତ କରିବା ପାଇଁ ଆଉ ପାଦେ ଆଗକୁ ବଢୁଛି ଦେଶ: ନିର୍ମାଣ କରିବ ସୁଇସାଇଡ୍ ଡ୍ରୋନ୍

ନୂଆଦିଲ୍ଳୀ: ଭାରତ ନିଜର ସେନାଶକ୍ତିକୁ ମଜଭୁତ କରିବା ପାଇଁ ଆଉ ପାଦେ ଆଗକୁ ବଢୁଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାର ଏକ ବଡ଼ ପଦକ୍ଷେପ ସ୍ୱରୂପ ଭାରତ ଏକ ଦୂରଗାମୀ ଆତ୍ମଘାତୀ ଡ୍ରୋନ୍ (ସୁଇସାଇଡ୍ ଡ୍ରୋନ୍) ନିର୍ମାଣ କରିବାକୁ ଯୋଜନା କରୁଛି । ଯାହାର ମାରକ କ୍ଷମତା ୯୦୦ କିଲୋମିଟରରୁ ଅଧିକ । ଭାରତୀୟ ସେନା ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଆଗ୍ରହୀ କମ୍ପାନୀମାନଙ୍କଠାରୁ ସୂଚନା (ଆର୍‌ଏଫ୍‌ଆଇ) ଆହ୍ୱାନ କରାଯାଇଛି । ଯାହାପରେ ଦେଶର ଅନେକ ପ୍ରତିରକ୍ଷା […]

ସଂପୂର୍ଣ୍ଣ ପଢନ୍ତୁ
Air India 750x430

ସବୁ ବିମାନର ଇନ୍ଧନ ସ୍ବିଚ୍ ଯାଞ୍ଚ ହେବ : ଡିଜିସିଏ

ନୂଆଦିଲ୍ଲୀ : ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି)ର ତଦନ୍ତ ରିପୋର୍ଟ ପରେ, ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଡିଜିସିଏ କହିଛନ୍ତି ଯେ ଦେଶରେ ଚାଲୁଥିବା ସମସ୍ତ ବିମାନଗୁଡ଼ିକର ଯାଞ୍ଚ ବାଧ୍ୟତାମୂଳକ ହେବ। ବିଶେଷକରି ବିମାନର ଇଞ୍ଜିନ୍ ସ୍ୱିଚ୍ ଇନ୍ଧନ ପ୍ରଣାଳୀ ଯାଞ୍ଚ କରାଯିବ। ଏହା ସହିତ, ଏହା ମଧ୍ୟ କୁହାଯାଇଛି ଯେ ସମସ୍ତ ବିମାନର ଯାଞ୍ଚ ଜୁଲାଇ ୨୧ ସୁଦ୍ଧା ସମାପ୍ତ ହେବା ଉଚିତ। ବୋଇଂ ୭୮୭, […]

ସଂପୂର୍ଣ୍ଣ ପଢନ୍ତୁ