Operation Sindoor

‘ଅପରେସନ ସିନ୍ଦୂର’କୁ ନେଇ କ୍ୟାପ୍‌ଟେନ ଶିବକୁମାରଙ୍କ ମନ୍ତବ୍ୟ ପରେ ଅଡୁଆରେ ସରକାର

ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୂର’ରେ ଭାରତର କ୍ଷୟକ୍ଷତିକୁ ନେଇ ବିରୋଧୀ ଦଳ କଂଗ୍ରେସ ସରକାରଙ୍କୁ ଘେରୁଥିବା ବେଳେ ବଡ଼ ତଥ୍ୟ ସାମ୍‌ନାକୁ ଆସିଛି। ଇଣ୍ଡୋନେସିଆରେ ଭାରତର ଡିଫେନ୍ସ ଆଟାଚେ କ୍ୟାପ୍‌ଟେନ ଶିବ କୁମାର ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଦେଶ ପକ୍ଷରୁ ଆପଣାଯାଇଥିବା ରଣନୀତି ବିଷୟରେ ସୂଚନା ଦେଇ ଏଭଳି ବିସ୍ଫୋରକ ତଥ୍ୟ ଦେଇଛନ୍ତି ଯାହାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଇଣ୍ଡୋନେସିଆର ଏକ ୟୁନିଭର୍ସିଟି ସେମିନାରରେ କ୍ୟାପ୍‌ଟେନ କୁମାର କହିଛନ୍ତି ଯେ ଅପରେସନ ସିନ୍ଦୂରକୁ […]

ସଂପୂର୍ଣ୍ଣ ପଢନ୍ତୁ
Missiles 750x430

ଭାରତୀୟ ସେନାକୁ ମିଳିବ ବ୍ରହ୍ମୋସଠୁ ଘାତକ କେ-୬ କ୍ଷେପଣାସ୍ତ୍ର

ଭାରତ ନିଜର କେ-୬ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଛି। ସମୁଦ୍ରରେ ପରୀକ୍ଷଣ କରାଯିବାକୁ ଥିବା ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଦ୍ଵାରା ବିକଶିତ କରାଯାଇଛି। ଏହାକୁ ଭାରତର ପରବର୍ତ୍ତୀ ଏସ-୫ ଶ୍ରେଣୀର ପରମାଣୁ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜରେ ମୁତୟନ କରାଯିବାର ସମ୍ଭାବନା ରହିଛି। ଅନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର କେ-୬ର ଗେବ ଏବଂ ଦୂରତା ବ୍ରହ୍ନୋସଠାରୁ ବି ଅଧିକ। ତେଣୁ ଏହାକୁ ବ୍ରହ୍ମୋସଠୁ ଅଧିକ ଘାତକ କ୍ଷେପଣାସ୍ତ୍ର ବୋଲି କୁହାଯାଉଛି। ଭାରତ ଏହାର ପରୀକ୍ଷଣରେ […]

ସଂପୂର୍ଣ୍ଣ ପଢନ୍ତୁ
Ridhanya 750x430

୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଯୌତୁକ ନେବା ସତ୍ବେ ମିଳିଲା ନିର୍ଯାତନା, ଜୀବନ ହାରିଲେ ନବବଧୂ

ଯୌତୁକ ବାବଦରେ ଜ୍ବାଇଁକୁ ୭୦ ଲକ୍ଷ ଟଙ୍କାର କାର ଦେଲେ। ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ବଣ୍ଡ ଦେଲେ। ତା’ ବ୍ୟତୀତ ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ଓ ସୁନା ଅଳଙ୍କାର ବି ଦେଲେ। ୧ କୋଟିରୁ ଅଧିକ ଟଙ୍କାର ଯୌତୁକ ନେଇ ଝିଅ ବାପ ଘରୁ ଶାଶୁ ଘରକୁ ଗଲା। ତା’ ପରେ ବି ଯୌତୁକ ନିର୍ଯାତନାରୁ ବର୍ତ୍ତିଲାନି। ନିର୍ଯାତନା ଅସହ୍ୟ ହେବାରୁ ଶେଷରେ କୀଟନାଶକ ଖାଇ ନବବଧୂ ଜୀବନ ହାରିଲା। ଏଭଳି ଏକ ଘଟଣା […]

ସଂପୂର୍ଣ୍ଣ ପଢନ୍ତୁ
Arr

ହିନ୍ଦୁ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍‌; ନେତା ସହ ୫ ଗିରଫ

ଢାକା : ବାଂଲାଦେଶରେ କୋମିଲା ଜିଲାରେ ଜଣେ ୨୭ ବର୍ଷୀୟ ହିନ୍ଦୁ ଯୁବତୀଙ୍କ ସହ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ଘଟଣା ହଇଚଇ ସୃଷ୍ଟି କରିଛି । ଯୁବତୀଙ୍କ ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ଭାଇରାଲ୍‌ ମଧ୍ୟ କରାଯାଇଛି । ଯୁବତୀଙ୍କ ସହ ମାର୍‌ପିଟ୍‌ ମଧ୍ୟ କରାଯାଇଛି । ଘଟଣାର ଭିଡିଓ ଆସିବା ପରେ ଢାକା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ଘଟଣାରେ ପୁଲିସ ବିଏନପିର ସ୍ଥାନୀୟ ନେତା ସମେତ […]

ସଂପୂର୍ଣ୍ଣ ପଢନ୍ତୁ
Kalyan Banerjee Mahua Moitra 10

ତୃଣମୂଳ କଂଗ୍ରେସରେ କନ୍ଦଳ ଚରମରେ: ମହୁଆଙ୍କୁ କଲ୍ୟାଣ ବାନାର୍ଜୀଙ୍କ ବ୍ୟକ୍ତିଗତ ଆକ୍ଷେପ

ନୂଆଦିଲ୍ଲୀ: କୋଲକାତା ଆଇନ କଲେଜ ମାମଲାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ଥିବା ବିବାଦ ଏବେ ପଦାରେ ପଡ଼ିଛି। ଦଳର ଦୁଇ ବରିଷ୍ଠ ସାଂସଦ ମହୁଆ ମୋଇତ୍ରା ଏବଂ କଲ୍ୟାଣ ବାନାର୍ଜୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକ୍‌ଯୁଦ୍ଧ ବ୍ୟକ୍ତିଗତ ସ୍ତରକୁ ଖସି ଆସିଛି। ଏକ ବିବାଦୀୟ ମନ୍ତବ୍ୟକୁ ନେଇ ସାଂସଦ ମହୁଆ ମୋଇତ୍ରା, କଲ୍ୟାଣ ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, “ଭାରତରେ ମହିଳାଙ୍କ ପ୍ରତି ଘୃଣା ମନୋଭାବ ଦଳମତ ନିର୍ବିଶେଷରେ ରହିଛି, କିନ୍ତୁ ଟିଏମସି ଏଭଳି […]

ସଂପୂର୍ଣ୍ଣ ପଢନ୍ତୁ
1f72757e 63ca 44b4 9913 72be01c9

“ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ଭରସା କରନ୍ତୁ ନାହିଁ”: ବସ୍ତି ଭଙ୍ଗାକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବସ୍ତି ଭଙ୍ଗାକୁ ବିରୋଧ କରି ଆମ ଆଦମୀ ପାର୍ଟି (ଆପ୍) ଆଜି ଜନ୍ତର ମନ୍ତରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ କରିଛି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ଅବସରରେ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି ଅଭିଯୋଗ କରିଛନ୍ତି ଯେ, ବିଜେପି ମାତ୍ର ୫ ମାସ ମଧ୍ୟରେ ଗରିବ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ସେ କହିଛନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ
Rahul 1

ପୁରୀ ଦଳାଚକଟା ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ କହିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁରୀରେ ଘଟିଥିବା ଦଳାଚକଟା ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି। ସୋସିଆଲ ମିଡିଆ ‘X’ରେ ଏକ ପୋଷ୍ଟ ମାଧ୍ୟମରେ ସେ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ଏହି ଅଘଟଣାକୁ ଏକ ‘ଗମ୍ଭୀର ଚେତାବନୀ’ ଭାବେ ବର୍ଣ୍ଣନା କରି ରାହୁଲ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବଡ଼ ବଡ଼ ଆୟୋଜନରେ ସୁରକ୍ଷା ଓ ଭିଡ଼ ପରିଚାଳନା ପାଇଁ ଗମ୍ଭୀରତାର […]

ସଂପୂର୍ଣ୍ଣ ପଢନ୍ତୁ
Ked

ଦେବଭୂମିରେ ବର୍ଷା ବିତ୍ପାତ: ଗୋଟିଏ ଦିନ ପାଇଁ ଚାରିଧାମ ଯାତ୍ରା ଉପରେ ରୋକ୍

ବଡ଼କୋଟ (ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚାରିଧାମ ଯାତ୍ରାକୁ ଆଗାମୀ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି। ଏହି ସମୟରେ ଯମୁନୋତ୍ରୀ ଜାତୀୟ ରାଜପଥ ସମେତ ଅନେକ ପ୍ରମୁଖ ରାସ୍ତା ବନ୍ଦ ରହିଛି। ଗଡ଼ୱାଲ କମିଶନର ବିନୟ ଶଙ୍କର ପାଣ୍ଡେ ଏହି ସୂଚନା ଦେଇଛନ୍ତି। ପାଗରେ ସୁଧାର ନ ଆସିବା ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହି କ୍ରମରେ ହରିଦ୍ୱାର, ଋଷିକେଶ, ଶ୍ରୀନଗର, […]

ସଂପୂର୍ଣ୍ଣ ପଢନ୍ତୁ
Sf

ୱାକଫ ଆଇନକୁ ନେଇ ବିବାଦ: ପାଟନାରେ ତେଜସ୍ୱୀଙ୍କ ଗର୍ଜନ, ‘ଏ ଦେଶ ସମସ୍ତଙ୍କର’

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି, “ଏହି ଦେଶ କାହା ବାପାର ନୁହେଁ, ଏହା ଆମ ସମସ୍ତଙ୍କ ହିନ୍ଦୁସ୍ଥାନ।” ପାଟନାର ଗାନ୍ଧୀ ମଇଦାନରେ ‘ଇମାରତ-ଏ-ଶରିଆ’ ପକ୍ଷରୁ ଆୟୋଜିତ ‘ୱାକଫ ବଚାଓ-ଦସ୍ତୁର ବଚାଓ’ ପ୍ରତିବାଦ ସଭାରେ ସେ ଏହି ବୟାନ ଦେଇଛନ୍ତି। ୱାକଫ ସଂଶୋଧନ ଆଇନକୁ ବିରୋଧ କରି ସମବେତ ହୋଇଥିବା ବିଶାଳ ଜନସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଏହି ବିଲ୍ କେବଳ ୱାକଫ […]

ସଂପୂର୍ଣ୍ଣ ପଢନ୍ତୁ
Ru

୪୭୭ ଡ୍ରୋନ, ୬୦ କ୍ଷେପଣାସ୍ତ୍ର: ୟୁକ୍ରେନ ଉପରେ ଋଷର ରେକର୍ଡ ଭଙ୍ଗା ଘାତକ ଆକ୍ରମଣ

କିଭ୍/ମସ୍କୋ: ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷ ପକ୍ଷରୁ ୟୁକ୍ରେନ ଉପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଏବଂ ଭୟାବହ ବାୟୁ ଆକ୍ରମଣ କରାଯାଇଛି। ଶନିବାର ବିଳମ୍ବିତ ରାତିରୁ ରବିବାର ପର୍ଯ୍ୟନ୍ତ ହୋଇଥିବା ଏହି ଆକ୍ରମଣ ପରେ ଯୁଦ୍ଧ ଆହୁରି ଭୟଙ୍କର ରୂପ ନେଇଛି ଏବଂ ଶାନ୍ତି ପ୍ରତିଷ୍ଠା ପ୍ରୟାସକୁ ଏକ ଶକ୍ତ ଧକ୍କା ଲାଗିଛି। ୟୁକ୍ରେନୀୟ ଅଧିକାରୀଙ୍କ ମତରେ, ଏହି ଆକ୍ରମଣ ଏକ ଅଭୂତପୂର୍ବ ସ୍ତରରେ କରାଯାଇଥିଲା, ଯାହାଦ୍ୱାରା ଦେଶର ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। […]

ସଂପୂର୍ଣ୍ଣ ପଢନ୍ତୁ