ରାଜ୍ୟ କ୍ୟାବିନେଟ୍‌ରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସହ ଅନ୍ୟ ବିଭାଗର ୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପୂର୍ବ ସରକାରରେ ୫-ଟି ନାଁରେ ରୂପାନ୍ତରୀକରଣ କରି ସ୍ମାର୍ଟ ସ୍କୁଲ ଯୋଜନା ଠିକ୍‌ ନଥିଲା । ଡିପିଆର ପ୍ରସ୍ତୁତ ହୋଇ ନଥିଲା କି […]

ସଂପୂର୍ଣ୍ଣ ପଢନ୍ତୁ

ଫେବୃଆରୀ ୧୩ରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ବର: ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ୧୩ ତାରିଖ ଠାରୁ ଆରମ୍ଭ ହେବ। ଏହି ଅଧିବେଶ‌ନରେ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍‌ ଉପସ୍ଥାପନ କରିବେ। ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଆସନ୍ତା ଏପ୍ରିଲ୍‌ ୫ ତାରିଖ ଯାଏଁ ୨ଟି […]

ସଂପୂର୍ଣ୍ଣ ପଢନ୍ତୁ

ଏଣିକି ଓଡିଆରେ ଏମବିଏ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଛାତ୍ରଛାତ୍ରୀମାନେ ଏବେ ଓଡ଼ିଆ ଭାଷାରେ ଏମବିଏ (ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍) ଶିକ୍ଷା ପାଇବେ । ଏନେଇ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଆଇଜିଏନଓୟୁ) ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ଏମବିଏପୁସ୍ତକ ପ୍ରସ୍ତୁତ କରିଛି । ଏନେଇ ସୂଚନା ଦେଇଛନ୍ତି ଆଇଜିଏନଓୟୁର ପ୍ରଫେସର ନୟନତାରା ପାଢ଼ୀ । ପ୍ରଫେସର ନୟନତାରା ପାଢ଼ୀ କହିଛନ୍ତି ଯେ, ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବା ଦୃଷ୍ଟିରୁ ସାର୍ବଜନୀନ ମୁକ୍ତ ଏବଂ ଦୂରଶିକ୍ଷା […]

ସଂପୂର୍ଣ୍ଣ ପଢନ୍ତୁ

ହଂସପାଳ ଫ୍ଲାଏଓଭରକୁ ଉଦଘାଟନ କଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱରର ହଂସପାଳରେ ଜାତୀୟ ରାଜପଥ-୧୬ର ବହୁ ପ୍ରତୀକ୍ଷିତ ଫ୍ଲାଏଓଭରକୁ ମଙ୍ଗଳବାର ଦିନ ସାଂସଦ ଅପରାଜିତା ଷଡଙ୍ଗୀ ଉଦଘାଟନ କରିଛନ୍ତି। ତେବେ ୧୮ ମାସ ମଧ୍ୟରେ ସମାପ୍ତ ହେବାକୁ ଥିବା ଏହି ପ୍ରକଳ୍ପକୁ ଶେଷ ହେବା ପାଇଁ ପାଞ୍ଚ ବର୍ଷ ଲାଗିଥିଲା। ୬୦୦ ମିଟର ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଜୁନ୍ ୨୦୨୦ ରେ ଆରମ୍ଭ ହୋଇଥିଲା। କଟକ ପଟୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀମାନେ ଗତ ବର୍ଷ ଅଗଷ୍ଟ ମାସରୁ ଏହି ସେତୁ ବ୍ୟବହାର କରିବା […]

ସଂପୂର୍ଣ୍ଣ ପଢନ୍ତୁ

୬ ଦିନ ପରେ ହସ୍ପିଟାଲରୁ ଘରକୁ ଫେରିଲେ ସୈଫ୍ ଅଲ୍ଲୀ ଖାନ୍, ବଢିଲା ସୁରକ୍ଷା ବ୍ୟବସ୍ଥା

ମୁମ୍ବଇ : ମେଡିକାଲରୁ ଘରକୁ ଫେରିଲେ ସୈଫ ଅଲ୍ଲୀ ଖାନ୍ । ସନ୍ଧ୍ୟା ୫ଟାରେ ନିଜ ପରିବାରଲୋକଙ୍କ ସହିତ ହସ୍ପିଟାଲରୁ ଘରକୁ ଫେରିଛନ୍ତି ସୈଫ ଅଲ୍ଲୀ ଖାନ୍ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଆଉ କିଛି ଦିନ ଆରାମ କରିବାକୁ ପଡିବ  ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ କହିବାନୁସାରେ ସୈଫଙ୍କ ଶରୀରରେ ୩ଟି ସ୍ଥାନରେ ଆହତ ହୋଇଥିଲା । ପିଠିରୁ ଅପରେସନ କରି ଛୁରି କଢାଯାଇଥିଲା । ଧିରେ ଧିରେ ସେ […]

ସଂପୂର୍ଣ୍ଣ ପଢନ୍ତୁ

ନରସଂହାର ବନ୍ଦ ହେବା ଉଚିତ: ସିପିଆଇ-ଏମ୍‌ଏଲ୍‌

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ସିପିଆଇ ମାସ ଲାଇନ (ଏମ୍‌ଏଲ୍‌)ର ରାଜ୍ୟ ସଚିବ ପି.ଗଙ୍ଗା ରାଓ ଆଜି ପ୍ରେସ ବିଜ୍ଞପ୍ତିରେ ଛତିଶଗଡରେ ହେଉଥିବା ନରସଂହାରକୁ ବନ୍ଦ କରିବା ଦରକାର ବୋଲି ଦାବି କରିଛନ୍ତି। ଅନେକ ଏନକାଉଣ୍ଟର ନାମରେ କେନ୍ଦ୍ର ଓ ରାଜ୍ୟ ସରକାର ଛତିଶଗଡ଼ରେ ଆଦିବାସୀ ତଥା କାର୍ଯ୍ୟକର୍ତ୍ତାଙ୍କୁ ବିନାଶ କରିବା ପାଇଁ ଯୁଦ୍ଧ କରୁଛନ୍ତି। ଶହଶହ ଲୋକଙ୍କୁ ଶିକାର କରାଯାଇ ହତ୍ୟା କରାଯାଉଛି। ଏହା ହେଉଛି ଲୋକଙ୍କ ବିରୋଧରେ ସରକାରଙ୍କ ଯୁଦ୍ଧ ବୋଲି କୁହାଯାଇଛି। ଆଦିବାସୀ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ସାଲୁଜାଙ୍କ ବିସ୍ଫୋରକ ବୟାନ, ହତ୍ୟା ପୂର୍ବରୁ ନବ ଦାସଙ୍କୁ କୋଲ୍‌‌ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକୁ ନେଇ କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା ବିସ୍ଫୋରକ ବୟାନ ଦେଇଛନ୍ତି। ଶ୍ରୀ ସାଲୁଜା କହିଛନ୍ତି ଯେ ହତ୍ୟା ପୂର୍ବରୁ ସ୍ୱର୍ଗତ ନବ ଦାସଙ୍କୁ କୋଲ୍‌‌ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା। ସେତେବେଳର ଏସପି ଓ ଜିଲାପାଳ ଦୂରୋଇ ରହିବାକୁ ତାଙ୍କୁ କହିଥିଲେ। ତେବେ ସେମାନଙ୍କୁ କିଏ ଚାପ ପକାଇଥିଲା ସେମାନେ ଦୁଇ ଜଣ ହିଁ କହିପାରିବେ। ସ୍ୱର୍ଗତ ନବ ଦାସଙ୍କ ହତ୍ୟା ଷଡ଼ଯନ୍ତ୍ର ପଛରେ […]

ସଂପୂର୍ଣ୍ଣ ପଢନ୍ତୁ

ଏନକାଉଣ୍ଟରରେ କୋଟିଏ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ଚଳପତି ମୃତ, ୧୯ ଜଣ ମାଓବାଦୀଙ୍କ ମୃତଦେହ ଜବତ

ନୂଆପଡ଼ା: ନୂଆପଡ଼ା ନିକଟ ଓଡ଼ିଶା ସୀମାନ୍ତରେ ସୁରକ୍ଷା ବାହିନୀକୁ ବଡ଼ଧରଣର ସଫଳତା ମିଳିଛି। ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ପୁଲିସ ଓ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୧୯ ଜଣ ମାଓବାଦୀଙ୍କ ମୃତଦେହ ଜବତ ହୋଇଛି। ଏନ୍‌କାଉଣ୍ଟରରେ ଏକ କୋଟି ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ଚଳପତି ଓରଫ ଜୟରାମର ମୃତ୍ୟୁ ହୋଇଛି। ପ୍ରଥମ ଥର ପାଇଁ ସୁରକ୍ଷାବାହିନୀକୁ ଗରିଆବନ୍ଧ ଜଂଗଲରେ ବଡ଼ ସଫଳତା ମିଳିଛି। ଅନ୍ୟପଟରେ ଓଡ଼ିଶା-ଛତିଶଗଡ଼ ସୀମାର କୁହ୍ଲାଡୀ ଘାଟ ଜଙ୍ଗଲରେ ଏବେ ବି ସୁରକ୍ଷା […]

ସଂପୂର୍ଣ୍ଣ ପଢନ୍ତୁ

କଣାସରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା; ‘ଚିକିତ୍ସା ସେବା ଠିକରେ ଚାଲିଛି, ସରକାର ସଜାଗ ଅଛନ୍ତି’

ଭୁବନେଶ୍ବର: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ବର୍ତ୍ତମାନ ସୁଦ୍ଧା ଏଥିରେ ୩ ଜଣଙ୍କର ଜୀବନ ଯାଇଥିବା ବେଳେ, ଅନେକ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଘଟଣାକୁ ଗମ୍ଭୀରତାର ସହ ନେବା ସହିତ ସଜାଗ ଅଛନ୍ତି ସରକାର । ସ୍ୱାସ୍ଥ୍ୟବିଭାଗର ଏକ ଟିମ୍ କଣାସ ଅଞ୍ଚଳକୁ ପଠାଯାଇଛି । ପର୍ଯ୍ୟାପ୍ତ ପରିମାଣର ଅବଶ୍ୟକୀୟ ଔଷଧ ମହଜୁଦ […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀ-ଏନସିଆରରେ ଚାକିରିଆଙ୍କ ସମସ୍ୟା ଦୂର, ଉଡିକି ଯିବେ ଅଫିସ୍

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ରହୁଥିବା ଲୋକମାନେ ନିଜ ଅଫିସ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ମୁଖ୍ୟ କାରଣ ଟ୍ରାଫିକ୍ ସମସ୍ୟା । କିନ୍ତୁ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ । ବଜାରକୁ ଏମିତି ଏୟାର ଟ୍ୟାକ୍ସି ଆସିବାକୁ ଯାଉଛି ଯେଉଁଥିରେ ମାତ୍ର କିଛି ସମୟରେ ଆପଣ ଅଫିସରେ ପହଞ୍ଚି ପାରିବେ । ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ମାର୍ଟରେ ବ୍ଲୁଜ୍ ଏରୋ କମ୍ପାନୀ ନିଜର ଏହି ଏୟାର ଟ୍ୟାକ୍ସି ପ୍ରଦର୍ଶିତ […]

ସଂପୂର୍ଣ୍ଣ ପଢନ୍ତୁ