କଣାସରେ ଝାଡ଼ାବାନ୍ତି ବ୍ୟାପିବା ମାମଲା, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଥିବା ନେଇ ବର୍ଷିଲା ବିଜେଡି

ଭୁବନେଶ୍ୱର : କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବା ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେଡି । ୧୦ ଦିନ ହେଲା ହଇଜା ବ୍ୟାପୁଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ଦାୟିତ୍ବହୀନତା କାରଣରୁ ହଇଜା ସ୍ଥିତି ଉପୁଜିଥିବା ଅଭିଯୋଗ କରିଛି ବିଜେଡି । ଘଟଣାକୁ ୧୦ ଦିନ ବିତି ଯାଇଥିଲେ ବି ସ୍ୱାସ୍ଥ୍ୟମନ୍ତ୍ରୀ କି ସରକାରଙ୍କ କୌଣସି ପ୍ରତିନିଧି ଯାଇନାହାନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଉମା ସାମନ୍ତରାୟ ଓ ବିଜେଡି […]

ସଂପୂର୍ଣ୍ଣ ପଢନ୍ତୁ

‘ସାମ୍ବାଦିକଙ୍କୁ ପ୍ରବେଶ ମନା’: ବ୍ଲକ ଅଫିସରେ ଲାଗିଲା ପୋଷ୍ଟର

ଗଞ୍ଜାମ: ସାମ୍ବାଦିକଙ୍କୁ ବ୍ଲକ ଅଫିସ୍ କାର୍ଯ୍ୟାଳୟ ପ୍ରବେଶ ମାନ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସ୍ୱାକ୍ଷରରେ ଲାଗିଛି ଏଭଳି ନୋଟିସ। ଆଉ ନୋଟିସରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି, ‘ସାମ୍ବାଦିକଙ୍କୁ ପ୍ରବେଶ ମନା’। ଯାହାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି, ଏଭଳି ପୋଷ୍ଟର ମାରିଛି କିଏ?, ନିଜେ ବିଡିଓ, ନା ଅନ୍ୟ କେହି? ଅନ୍ୟପଟେ, ଏହାକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗଣମାଧ୍ୟମର କଣ୍ଠରୋଧ କରିବାକୁ ବ୍ଲକ […]

ସଂପୂର୍ଣ୍ଣ ପଢନ୍ତୁ

ତୁର୍କିଏ ହୋଟେଲରେ ଭୀଷଣ ନିଆଁ, ୬୬ ମୃତ

ଅଙ୍କାରା : ଉତ୍ତର-ପଶ୍ଚିମ ତୁର୍କିଏର ଏକ ସ୍କି ରିସୋର୍ଟରେ ଥିବା ଏକ ହୋଟେଲରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଆଭ୍ୟନ୍ତରୀଣ ମନ୍ତ୍ରୀ ଅଲି ୟେର୍ଲିକାୟା କହିଛନ୍ତି ଯେ, ବୋଲୁ ପ୍ରଦେଶର କର୍ତ୍ତଲକାୟା ରିସୋର୍ଟରେ ଥିବା ଏକ ହୋଟେଲ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ଟେଲିଭିଜନରେ ଦେଖାଯାଉଥିବା ନିଆଁର ଦୃଶ୍ୟରେ ହୋଟେଲର ଛାତ ଓ ଉପର […]

ସଂପୂର୍ଣ୍ଣ ପଢନ୍ତୁ

ବିକଟାଳ ଶବ୍ଦ କରୁଥିବା ଗାଡି ଚାଳକଙ୍କ ଉପରେ ଆକ୍ସନ, ଫାଇନ ନୁହେଁ, ସିଧା କୋର୍ଟରୁ ହେବାକୁ ପଡ଼ିବ ବେଲ୍‌

ଭୁବନେଶ୍ୱର :  ରୋଡ଼ ରୋମିଓଙ୍କ ଉପରେ ପୋଲିସର ଆକ୍ସନ। ଏଥର ଫାଇନ ନୁହେଁ, ସିଧା କୋର୍ଟରୁ ହେବାକୁ ପଡ଼ିବ ବେଲ । ମଡିଫାଏଡ଼ ସାଇଲେନ୍ସର ଗୁଡିକୁ ଖୋଲିଲା ପୋଲିସ । ସ୍ପୀଡ଼ ଡ୍ରାଇଭିଂ, ରଙ୍ଗ ଡ୍ରାଇଭ, ଟ୍ରିପଲ ରାଇଡିଂ, ପଲ୍ୟୁସନ, ହେଲମେଟ ନିୟମ ମାନୁନଥିବା ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ନିଆଯାଇଛି ଆକ୍ସନ । ଜବତ ହୋଇଛି ଶହ ଶହ ସାଇଲେନ୍ସର ପାଇପ । ସେପଟେ ବେଆଇନ ମଡିଫାଏଡ଼ ସୋରୁମ ଓ ଦୋକାନ ଉପରେ ମଧ୍ୟ ଖୁବଶୀଘ୍ର ଚଢ଼ାଉ […]

ସଂପୂର୍ଣ୍ଣ ପଢନ୍ତୁ

ବନ୍ଦ ହେବନି ଦଶମ ଓ ଦ୍ଵାଦଶ ପରୀକ୍ଷା

ଭୁବନେଶ୍ୱର: ବନ୍ଦ ହେବନି ଦଶମ, ଦ୍ଵାଦଶ ପରୀକ୍ଷା। ଦଶମ ଓ ଦ୍ଵାଦଶ ପରୀକ୍ଷା ପରୀକ୍ଷା ବନ୍ଦ ହେବନି ବୋଲି କହିଛନ୍ତି, ଏନସିଆରଟି ନିର୍ଦ୍ଦେଶକ। ଏହାକୁ ନେଇ ସେ କହିଛନ୍ତି, ନୂଆ ଜାତୀୟ ଶିକ୍ଷା ନୀତିରେ ଦଶମ ଓ ଦ୍ଵାଦଶ ପରୀକ୍ଷା ପାଇଁ ବ୍ୟବସ୍ଥା ରହିଛି। ତେଣୁ ପୂର୍ବବତ୍ ପରୀକ୍ଷା କରାଯିବ, ଆଇନ ଏନେଇ ଦ୍ୱନ୍ଦ୍ଵ ରହିବା ଅନୁଚିତ୍। ଏଥିସହିତ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ନେଇ ନିର୍ଦ୍ଦେଶକ କହିଛନ୍ତି, ପିଲାଙ୍କୁ ମାଧ୍ୟମିକ ଶିକ୍ଷା ପୂର୍ବରୁ ସମ୍ପୂର୍ଣ୍ଣ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ଲଗାଇଲା ପୁରୀ ପୋଲିସ୍, ମୋବାଇଲ୍‌ ଫୋନ୍ ବି ନିଷେଧ

ପୁରୀ : ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ପରେ ପୁରୀ ପୋଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରିଛି ପୁରୀ ପୋଲିସ୍ । ଏପରିକି ମନ୍ଦିର ପରିସରରେ ମୋବାଇଲ ଫୋନ୍ ମଧ୍ୟ ନିଷେଧ କରାଯାଇଛି । ନିୟମ ଉଲଂଘନକାରୀଙ୍କୁ ଦଣ୍ଡିତ କରାଯିବା ନେଇ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ସେପଟେ ପୁରୀ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୁରୀ ପୋଲିସ ଘଟଣାର ତଦନ୍ତ କରୁଥିବା […]

ସଂପୂର୍ଣ୍ଣ ପଢନ୍ତୁ

ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ଉତ୍ତୋଳନ କରିବେ ଜାତୀୟ ପତାକା

ଭୁବନେଶ୍ବର: ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ପାଖଇେ ଆସୁଛି। ହାତରେ ଆଉ ୪ ଦିନ ସମୟ ଥିବାରୁ ଏହି ଗଣପର୍ବ ପାଇଁ ସରକାର ଓ ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଦେଇଛନ୍ତି। ଜାତୀୟ ପର୍ବ ପାଇଁ ଦିଲ୍ଲୀରୁ ପଲ୍ଲୀ ଯାଏଁ ପ୍ରସ୍ତୁତି ଚାଲିଛି। ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବାକୁ ଓଡ଼ିଶା ସରକାର ମଧ୍ୟ ପ୍ରସ୍ତୁତି ଜାରି ରଖିଛନ୍ତି। ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ରାଜ୍ୟପାଳ ପତାକା ଉତ୍ତୋଳନ କରିବେ। ଜିଲ୍ଲା ମୁଖ୍ୟାଳୟରେ କେଉଁମାନେ ପତାକା ଉତ୍ତୋଳନ କରିବେ […]

ସଂପୂର୍ଣ୍ଣ ପଢନ୍ତୁ

ଡବ୍ଲ୍ୟୁଏଚଓ କୋଭିଡ୍-୧୯ ମହାମାରୀର ସଠିକ୍ ମୁକାବିଲା କରିପାରିଲା ନାହିଁ : ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱର ପ୍ରମୁଖ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ରୁ ସେ ନିଜ ଦେଶକୁ ଅଲଗା କରିଛନ୍ତି । ଶପଥ ଗ୍ରହଣ କରିବାର ପ୍ରାୟ ୮ ଘଣ୍ଟା ପରେ ଜାରି ହୋଇଥିବା ଏକ କାର୍ଯ୍ୟକାରୀ ନିର୍ଦ୍ଦେଶନାମାରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ପ୍ରତ୍ୟାହାର ପାଇଁ ଅନେକ କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଡବ୍ଲ୍ୟୁଏଚଓ କୋଭିଡ୍-୧୯ ମହାମାରୀର ସଠିକ୍ ମୁକାବିଲା କରିପାରିଲା ନାହିଁ। ଆବଶ୍ୟକ […]

ସଂପୂର୍ଣ୍ଣ ପଢନ୍ତୁ

ବାଂଲାଦେଶରୁ ଓଡ଼ିଶା ଆଣି ନାବାଳିକାଙ୍କୁ ଅନୈତିକ କାର୍ଯ୍ୟରେ ଲଗାଇବା ଘଟଣା, ଆଉ ଦୁଇ ଜଣ ଗିରଫ

କଟକ : ବାଂଲାଦେଶରୁ ଓଡ଼ିଶା ଆଣି ନାବାଳିକାଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜନ କରାଯିବା ଘଟଣାରେ ଆଉ ଦୁଇ ଜଣ କୁ ଗିରଫ କରିଛି କମିଶନରେଟ ପୋଲିସ । ଗୋପୀ ଓରଫ ରଜନୀକାନ୍ତ ବେହେରା ଓ ଡି ଶିବ କୁମାର ଦୋରାକୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୂର୍ଵରୁ 4 ଜଣ ଗିରଫ ହୋଇ ଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

୪ ଦିନ ପରେ ବ୍ରଜ କିଶୋର ଦାସଙ୍କ ଘରୁ ବାହାରିଲା ଆଇଟି ଟିମ୍

ସମ୍ବଲପୁର: ଦୀର୍ଘ ୪ ଦିନ ପରେ ଶେଷରେ ବ୍ରଜ କିଶୋର ଦାସଙ୍କ ଘରୁ ବାହାରିଛି ଆଇଟି ଟିମ୍ । ଆୟକର ଫାଙ୍କି ଅଭିଯୋଗରେ ଚଢ଼ାଉ କରିଥିଲା ଆୟକର ଟିମ୍ । ତେବେ ରେଡ୍‌ ପରେ ବ୍ରଜ ଦାସ କିମ୍ବା ଆୟକର ବିଭାଗ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନି । ଗତ ୧୭ ତାରିଖରୁ ଲଗାତାର ୪ ଦିନ ଧରି ରେଡ୍‌ କରିଥିଲା ଆଇଟି ଟିମ୍‌ । ଆୟକର ଟିମ୍‌ ୧୦ଟି ଗାଡ଼ିରେ ଆସି ଚଢ଼ାଉରେ ନିୟୋଜିତ […]

ସଂପୂର୍ଣ୍ଣ ପଢନ୍ତୁ