କୁମ୍ଭମେଳାରେ ଷ୍ଟିଭ୍‌ ଜବସ୍‌ଙ୍କ ପତ୍ନୀ ଲରେନ୍‌ ପାଓ୍ୱେଲ ଓରଫ କମଳା

ଗଳାରେ ରୁଦ୍ରାକ୍ଷ ମାଳା। ଦେହରେ ଗେରୁଆ ବସ୍ତ୍ର। ଭକ୍ତି ରଙ୍ଗରେ ରଙ୍ଗେଇ ହେଲେ ଆପଲ୍‌ର ସହ ପ୍ରତିଷ୍ଠାତା ଦିବଙ୍ଗତ ଷ୍ଟିଭ୍‌ ଜବସ୍‌ଙ୍କ ପତ୍ନୀ ଲରେନ୍‌ ପାଓ୍ୱେଲ ଓରଫ କମଳା। ସେ ମହାକୁମ୍ଭା ମେଳାରେ ବୁଡ଼ ପକାଇବେ। ଏଥିପାଇଁ ପ୍ରୟାଗରାଜରେ ସେ ଶନିବାରଠୁ ଡେରା ପକାଇଛନ୍ତି। ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମସ୍ଥଳ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ ଲରେନ୍‌ ପାଓ୍ୱେଲ। ଏଥିପାଇଁ ଲରେନ୍‌ ଶନିବାର ରାତିରେ ଏକ ୪୦ ଜଣିଆ ଦଳ ସହିତ ଆମେରିକାରୁ ଆସିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ପାରା ଆଥଲେଟ୍ ପାୟଲ ନାଗଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜସ୍ଥାନର ଜୟପୁରରେ ହେଉଥିବା ଜାତୀୟ ତୀରନ୍ଦାଜର ଖେଳରେ ପାୟଲ ନାଗ ପାଇଛନ୍ତି ଗୋଲ୍ଡ ମେଡାଲ । ପାୟଲ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ, ନିଜ ପରିବାର ନିଜ ପେଟ ପାଟଣା ପାଇଁ ସେ ଦାଦନ ଖଟିବାକୁ ଯାଉଥିଲେ ।  ତେବେ ୨୦୧୫ ମସିହା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା ।  ପାୟଲ ତାଙ୍କ ପରିବାର ସହ ଛତିଶଗଡକୁ ଦାଦନ ଖଟି ଯାଇଥିଲେ । ସେହି ସମୟରେ ସେଠାରେ ଖେଳୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି […]

ସଂପୂର୍ଣ୍ଣ ପଢନ୍ତୁ

ଲୋକସେବା ଭବନରୁ ଠକକୁ ଗିରଫ କଲା ପୁଲିସ୍‌

ଭୁବନେଶ୍ବର: ରାଜ୍ୟର ସେକ୍ରାଟାରିଏଟ ଭିତରେ ରହି ଚୂନ ଲଗାଉଥିଲା ଦଲାଲ । ମିଛ ପରିଚୟ ପତ୍ର ସହ ନିଜକୁ ଓଡିଶା ସରକାରଙ୍କ କର୍ମଚାରୀ ଭାବେ ପରିଚିତ କରିଥିଲେ । ଚାକିରି କରାଦେବାକୁ କହି  ଲକ୍ଷାଧିକ ଟଙ୍କା ଠକୁଥିଲେ । ହେଲେ ସବୁଠୁ ବଡ କଥା ହେୁଛି ତାଙ୍କୁ ପ୍ରଥମରୁ କେହି କେମିତି ଜାଣିପାରିଲେ ନାହିଁ, ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଲୋକସେବା ଭବନ ମଧ୍ୟରୁ ଜଣେ ନକଲି ପାସଧାରୀ ଅଭିଯୁକ୍ତ ଗିରଫ କରାଯାଇ […]

ସଂପୂର୍ଣ୍ଣ ପଢନ୍ତୁ

ଯୋଡ଼ି ହେବ କଶ୍ମୀରରୁ ଲଦାଖ, ଉଦ୍‌ଘାଟିତ ହେଲା Z ମୋଡ୍‌ ଟନେଲ୍‌

ଉଦ୍‌ଘାଟିତ ହେଲା ବହୁ ପ୍ରତିକ୍ଷିତ ସୋନମାର୍ଗ ଟନେଲ ବା Z ମୋଡ୍‌ ଟନେଲ୍‌। ଏହି ଟନେଲ ଦ୍ୱାରା ଉପକୃତ ହେବେ ଲଦାଖବାସୀ। ଆଉ ଯାତାୟତରେ ହେବନି କୌଣସି ଅସୁବିଧା। ଲଦାଖକୁ ସବୁ ଋତୁରେ ଯିବା ଆସିବା କରିପାରିବେ ଲୋକେ। ଏହି ଟନେଲ୍‌ ଦ୍ୱାରା ବିଶେଷ କରି ଭାରତୀୟ ସେନା ଉପକୃତ ହେବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁକଶ୍ମୀରରେ ଜେଡ୍ ମୋଡ୍ ବା ସୋନମାର୍ଗ ଟନେଲର ଉଦ୍‌ଘାଟନ କରିଛନ୍ତି। ୨୭ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ସାଢେ […]

ସଂପୂର୍ଣ୍ଣ ପଢନ୍ତୁ

ସଂଗ୍ରାମୀଙ୍କୁ ୨୦ ହଜାର ପେନସନ୍, ସଂଗ୍ରାମୀଙ୍କ ସମସ୍ତ ମେଡିକାଲ୍ ଖର୍ଚ୍ଚ ବହନ କରିବେ ଓଡିଶା ସରକାର

ଭୁବନେଶ୍ୱର : ଜରୁରୀ କାଳୀନ ପରିସ୍ଥିତିରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ ୨୦ହଜାର ଟଙ୍କାର ପେନସନ । ସଂଗ୍ରାମୀମାନଙ୍କ ସମସ୍ତ ମେଡିକାଲ୍ ଖର୍ଚ୍ଚ ବହନ କରିବେ ଓଡିଶା ସରକାର  । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୫ ଜାନୁଆରୀ ୧ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ଏହି ପେନସନ ଓ ଚିକିତ୍ସା ସୁବିଧା ପାଇବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ ।

ସଂପୂର୍ଣ୍ଣ ପଢନ୍ତୁ

ଉତ୍କଳ ସଂଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କ ଘର କେନ୍ଦ୍ରାପଡ଼ାରେ ହୋଇଥିବା ବେଳେ ସେ ସଙ୍ଗୀତ ମହାବିଦ୍ୟାଳୟରେ +୨ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ କ୍ୟାପିଟାଲ ଥାନା ପୋଲିସ ଛାନ୍ ଭିନ ଜାରି ରଖିଛି । ସୂଚନା ଅନୁସାରେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଉଦ୍ଧାର ହେଲା +୨ ଦ୍ୱିତୀୟ ବର୍ଷର […]

ସଂପୂର୍ଣ୍ଣ ପଢନ୍ତୁ

LAC ସ୍ଥିତି ସମ୍ବେଦନଶୀଳ କିନ୍ତୁ ସ୍ଥିର: ସ୍ଥଳ ସେନା ମୁଖ୍ୟ

ଏଲ୍‌ଏସିରେ ସ୍ଥିତି ସମ୍ବେଦନଶୀଳ କିନ୍ତୁ ସ୍ଥିର ରହିଛି। ଭାରତୀୟ ସେନା ପ୍ରତିଟି ସ୍ଥିତି ମୁକାବିଲା କରିବାକୁ ପ୍ରସ୍ତୁତ। ଭାରତ ଓ ଚୀନ୍‌ ସୀମା ବିବାଦକୁ ନେଇ ଆଜି ଏଭଳି କିଛି କହିଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ସୀମା ବିବାଦକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ସମ୍ପର୍କ ଦୀର୍ଘ ଦିନ ଧରି ତିକ୍ତ ରହିଛି। କିନ୍ତୁ ନିକଟରେ ଉଭୟ ଦେଶ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। LAC ପ୍ରସଙ୍ଗ ସମ୍ବେଦନଶୀଳ […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତାକାଲିଠାରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର: ଜାନୁଆରୀ ୧୪ ତାରିଖଠାରୁ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ଗଣନା ପାଇଁ ଆସନ୍ତାକାଲିଠାରୁ ୨୨ ତାରିଖ ଅର୍ଥାତ ୯ ଦିନ ଧରି ଭିତରକନିକା ବନ୍ଦ ରହୁଥିବାରୁ ଦେଶ ବିଦେଶର ପର୍ଯ୍ୟଟକ ମାନେ ଭିତରକନିକା ବୁଲି ନଆସିବା ପାଇଁ ରାଜନଗର ବନବିଭାଗ ସୂଚନା ଦେଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ପ୍ରଥମେ ବୋଟ ଚଳାଚଳ ବନ୍ଦ ରହିବା ପରେ ନଦୀର ଜଳ ସ୍ଥିର ରହିବା ପରେ କୁମ୍ଭୀର ଗଣନା ଅନୁଷ୍ଠିତ […]

ସଂପୂର୍ଣ୍ଣ ପଢନ୍ତୁ

CAG ରିପୋର୍ଟ: ସଚ୍ଚୋଟତା ଉପରେ ସନ୍ଦେହ, ଆପ୍‌ ଉପରେ ବର୍ଷିଲେ ହାଇକୋର୍ଟ

ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଆସନ୍ତା ମାସରେ ପଡିବ ଭୋଟ୍‌। ଏହି ନିର୍ବାଚନୀ ଭିତରେ ଆମ୍‌ ଆଦମୀ ପାର୍ଟି ସରକାର ଉପରେ ବର୍ଷିଛନ୍ତି ଦଲ୍ଲୀ ହାଇକୋର୍ଟ। ସିଏଜି ରିପୋର୍ଟକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଆପର୍‌ ସଚ୍ଚୋଟତା ଉପରେ କୋର୍ଟ ସନ୍ଦେହ ପ୍ରକାଶ କରିଛନ୍ତି। ସିଏଜି ରିପୋର୍ଟକୁ ନେଇ ଆମ୍‌ ଆଦମୀ ପାର୍ଟି ଯେଉଁ ପ୍ରକାରେ ନିଜ ଗୋଡ ପଛକୁ ହଟାଇଛି ତାକୁ ନେଇ ତା’ର ସଚ୍ଚୋଟତା ଉପରେ ସନ୍ଦେହ ସୃଷ୍ଟି ହୋଇଥିବା କୋର୍ଟ କହିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ହଂସିତା-ଅନୀଲ ମାମଲା: କେସ୍ ଡାଏରି ଦାଖଲ ହୋଇପାରିଲାନି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସମ୍ପର୍କୀୟ ଝିଅ-ଜୋଇଁଙ୍କର ପରିଚୟ ଦେଇ ଠକୁଥିବା ଅନୀଲ ମହାନ୍ତି ଓ ହଂସିତା ଅଭିଲିପ୍ସାଙ୍କ ମାମଲାରେ ନୂଆ ମୋଡ଼ ଆସିଛି। ମାମଲାରେ କେସ୍ ଡାଏରି ଦାଖଲ ହୋଇପାରି ନାହିଁ । କେସ୍ ଡାଏରିରେ ବିଳମ୍ବ ପାଇଁ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି। ଆସନ୍ତା ୧୬ ତାରିଖରେ ଏହାର ଶୁଣାଣି ହେବ । ସୋମବାର ଜାମିନ ଆବେଦନ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ତେବେ କାହିଁକି ଧାର୍ଯ୍ୟ ସମୟରେ ସିଡ଼ି ଦାଖଲ […]

ସଂପୂର୍ଣ୍ଣ ପଢନ୍ତୁ